30.1 C
Bhubaneswar
October 22, 2021
EnewsOdia.Com
ନ୍ୟୁଜ୍

ରାତି ୯ଟାରେ ଆରମ୍ଭ ହେବ ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା

ଆଜି ପ୍ରାୟ ରାତି ୯ଟା ପରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ଼ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ରହିବ । ତାବା ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୫ରୁ ୮୫ କିମି ରହିବ ବୋଲି ଆକଳନ କରାଯାଉଛି । ତେବେ ଗୁଲାବ୍‌ ପ୍ରଭାବରେ ଭୁବନେଶ୍ୱରରେ ମଧ୍ୟ ଦିନ ତମାମ ବର୍ଷା ଲାଗି ରହିବ । ଆଉ ଆଜି ଆଉଟର ବେଲ୍ଟ ଉପକୂଳ ଓଡ଼ିଶାରେ ବର୍ଷା ହେବ ବୋଲି କୁହାଯାଇଛି ।ବାତ୍ୟା ଗୁଲାବ୍‌ରେ ଅଧିକ ପ୍ରଭାବିତ ହେବ ଗଞ୍ଜାମ ଓ ଗଜପତି ।

 

ବାତ୍ୟା ‘ଗୁଲାବ୍‌’ (ଗୋଲାପଫୁଲ) ପ୍ରଭାବରେ ସମଗ୍ର ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆଜି ସକାଳ ୮.୩୦ରୁ ଆସନ୍ତାକାଲି ପର୍ଯ୍ୟନ୍ତ ମଧ୍ୟମ କିଂବା ଘଡ଼ଘଡ଼ି ସହ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍‌ରୁ ଜଣାପଡ଼ିଛି। ପାଣିପାଗ ବିଭାଗ ବୁଲେଟିନ୍‌ ଅନୁସାରେ, ରାଜ୍ୟର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅଳ୍ପ କେତେ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏହାଛଡ଼ା, ଉପରୋକ୍ତ ଜିଲ୍ଲାଗୁଡ଼ିକର ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ଉପରୋକ୍ତ ସମସ୍ତ ଜିଲ୍ଲାଗୁଡ଼ିକରେ ‘ରେଡ୍‌ ୱାର୍ଣ୍ଣିଙ୍ଗ୍‌’ ଜାରି କରାଯାଇଛି।

ପଢନ୍ତୁ: ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ଅଳ୍ପ ପବନ-ପ୍ରବଳ ବର୍ଷା

Related posts

କୋର୍ଟ ଭିତରକୁ ମନା ସରକାରୀ ବାବୁଙ୍କ ରଙ୍ଗୀନ ଡ୍ରେସ୍

Ratnamani Maharana

‘ଉପଭୋକ୍ତାଙ୍କୁ ଭୁଆଁ ବୁଲାଇଲେ ବନ୍ଧା ହେବେ ବିଜ୍ଞାପନର ମଡେଲ୍‌’

Ratnamani Maharana

ଆସନ୍ତାକାଲି ମଣ୍ଡପରେ ପରଦା ପଛରେ ପୂଜା ପାଇବେ ମା’ ଦୁର୍ଗା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More