News

ଜେଲ୍‌ରୁ ବାହାରି ଚାଷ କରିବାକୁ ଚାହୁଁଛି ଗୁରମିତ ରାମ ରହିମ

Untitled 1

ଦୁଷ୍କର୍ମ, ହତ୍ୟା ଓ ଠକେଇ ଅଭିଯୋଗରେ ଆଜୀବନ ଜେଲଦଣ୍ଡ ପାଇଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍‌ ରାମ ରହିମ ସିଂହ  ଏବେ ଜେଲରୁ ବାହାରିବାକୁ ଚାହୁଁଛନ୍ତି।  ସିରସାରେ ଥିବା ତାଙ୍କ ଜମିରେ ସେ ଚାଷ କରିବାକୁ ଚାହୁଁଥିବାରୁ ପ୍ୟାରୋଲ ପାଇଁ ଆବେଦନ କରିଛନ୍ତି। ବର୍ତ୍ତମାନ ସେ ରୋହତକ ଜେଲ୍‌ରେ ଅଛନ୍ତି। ଗୁରମିତ୍‌ଙ୍କର ଏଭଳି ଆବେଦନ ପରେ ଜେଲ୍‌ ଅଧୀକ୍ଷକ ହିସରା ଡିଭିଜନାଲ କମିଶନର ଓ ସିରସା ଜିଲ୍ଲା ମାଜିଷ୍ଟ୍ରେଟ୍‌କୁ ଏ ସମ୍ପର୍କରେ ଜଣାଇଛନ୍ତି।

ଜେଲ ଅଧୀକ୍ଷକଙ୍କ କହିବାନୁଯାୟୀ, ଗୁରମିତ ଜେଲ୍‌ରେ ରହିବା ସମୟରେ କୌଣସି ପ୍ରକାରର ବିଶୃଙ୍ଖଳା କରିନାହାନ୍ତି। ଜେଲ ମଧ୍ୟରେ ତାଙ୍କର ଆଚାର ବ୍ୟବହାର ଭଲ ରହିଛି। ତେବେ ତାଙ୍କୁ ପ୍ୟାରୋଲ ମିଳିବ କି ନାହିଁ, ସେ ନିଷ୍ପତ୍ତି ଉଚ୍ଚ କର୍ତ୍ତୃପକ୍ଷ ନେବେ ବୋଲି ସେ କହିଛନ୍ତି। ଉଲ୍ଲେଖ୍ୟଯୋଗ୍ୟ, ଦୁଇଟି ଦୁଷ୍କର୍ମ ମାମଲାରେ ଗୁରମିତକୁ ପ୍ରଥମେ ୨୦୧୭ ସେପ୍ଟେମ୍ବର ମାସରେ ୧୦ ବର୍ଷ ଲେଖାଏ ଜେଲଦଣ୍ତ ମିଳିଥିଲା। ଚଳିତ ବର୍ଷ ଜାନୁଆରୀ ମାସରେ ସାମ୍ବାଦିକ ରାମ ଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ସିବିଆଇ କୋର୍ଟ ତାକୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।
ପଢନ୍ତୁ: ମୋଦିଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗେଇ

Related posts

ଭୁବନେଶ୍ୱରରେ ଆୟୋଜିତ ହେବ ଫିଫା ଅଣ୍ଡର୍-୧୭ ମହିଳା ବିଶ୍ୱକପ୍

Ratnamani Moharana

ସ୍କୁଲ ବହିରେ ସ୍ଥାନ ପାଇବ ବାଜପେୟୀଙ୍କ ଜୀବନୀ

ENO Beuro

ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ କଲେ ଉପରାଷ୍ଟ୍ରପତି

ENO Beuro

Leave a Comment