News POLITICALS

କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ କାମତଙ୍କ ପରଲୋକ

ଆଜି ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ବରିଷ୍ଠ କଂଗ୍ରେସ ନେତା ଗରୁଦାସ କାମାତଙ୍କର ହୃଦ୍‌ଘାତ ଯୋଗୁଁ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୬୩ ବର୍ଷ ହୋଇଥିଲା। ଅଲ ଇଣ୍ଡିଆ କଂଗ୍ରେସ କମିଟିର ମହାସଚ୍ଚିବ ଏବଂ କଂଗ୍ରେସ ୱାର୍କିଙ୍ଗ କମିଟିର ସଦସ୍ୟ ଥିଲେ ଗୁରୁଦାସ

ଆକସ୍ମିକ ମୃତ୍ୟୁର କିଛି ସମୟ ପୂର୍ବରୁ ହେ ସାମାଜିକ ଗଣମାଧ୍ୟମ ସାଇଟ୍‌ରେ ଇଦ୍‌ ଶୁଭେଚ୍ଛା ଟୁଇଟ୍‌ କରିଥିଲେ। ସେ ଲେଖିଥିଲେ: ଇଦ୍‌ଅଲ୍‌ଅଧା ପାଳନ କରୁଥିବା ମୋର ସମସ୍ତ ବନ୍ଧୁଙ୍କୁ ଇଦ୍‌ ମୁବାରକ୍‌। ଆପଣମାନଙ୍କର ପ୍ରାର୍ଥନା ଗୃହୀତ ହେଉ। ଆପଣମାନଙ୍କ ଜୀବନ ଓ ଘରୁ କେଭେଁ ଶାନ୍ତି, ଆନନ୍ଦ ଓ ସୁଖ ଛାଡ଼ି ନ ଯାଉ। ପର୍ବପାଳନ ସୁଖମୟ ହେଉ।

guru ଗୁରୁଦାସ କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ କାମତଙ୍କ ପରଲୋକ guru

୧୯୭୨ରେ ସେ ନିଜ କ୍ୟାରିୟରର ଆରମ୍ଭ ଅଧିବକ୍ତା ଭାବରେ କଂଗ୍ରେସର ଛାତ୍ର ଶାଖା ନ୍ୟାସନାଲ ଷ୍ଟୁଡେଂଟସ ୟୁନିଅନ ଅଫ ଇଣ୍ଡିଆ ରେ ସାମିଲ ହୋଇଥିଲେ । ୧୯୭୬ରେ ଏନଏସୟୁଆଇରେ ମୁମ୍ବାଇ ଶାଖାର ପ୍ରମୁଖ ଥିବା ସହ ୧୯୮୭ ମସିହାରେ ସେ ୟୁଥ କଂଗ୍ରେସର ମୁଖ୍ୟ ଥିଲେ।

୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ସେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଥିଲେ। ତାଙ୍କୁ ଭାରତ ସରକାର ୧୫ତମ ଲୋକସଭାର ମନ୍ତ୍ରୀମଣ୍ଡଳରେ ସଂଚାର ଏବଂ ସୂଚନା ପ୍ରାଦୌଗିକ ମନ୍ତ୍ରାଳୟରେ ରାଜ୍ୟ ମନ୍ତ୍ରୀ କରିଥିଲେ । କିନ୍ତୁ ୨୦୧୧ ଜୁଲାଇରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। କାମତଙ୍କୁ କଂଗ୍ରେସ ଗୁଜୁରାଟ, ରାଜସ୍ଥାନ, ଦାଦ୍ରା ନଗର ହାବେଳୀ, ଡାମନଡିୟୁର କାର୍ଯ୍ୟଭାର ଦେଇଥିଲା କିନ୍ତୁ ୨୦୧୭ରେ ସେ ସମସ୍ତ ପଦରୁ ଇସ୍ତଫା ଦେଇଥିଲେ।

ତାଙ୍କ ନିଧନ ହେବା ପରେ ସୋନିଆ ଗାନ୍ଧି ଙ୍କ ସମେତ ଅନେକ ବରିଷ୍ଠ ନେତା ହସ୍ପିଟାଲରେ ପହଂଚିଛନ୍ତି।

ପଢନ୍ତୁ;ମୁମ୍ବାଇ:କ୍ରିଷ୍ଟାଲ ଟାୱାରରେ ଅଗ୍ନିକାଣ୍ଡ ୪ ମୃତ,୧୬ ଆହତ

Related posts

ହିମାଚଳ ପ୍ରଦେଶରେ ମତଦାନ ରେ ଆଶାଠାରୁ ଅଧିକ ଫଳ, ସୃଷ୍ଟିକଲା ରେକର୍ଡ

ENO Beuro

Govt extend linking adhaar to pan,bank account

ENO Beuro

ସରିଲା ରିମାଣ୍ଡ ଅବଧି , ଜେଲ ଗଲେ ପୁଞ୍ଜିଲାଲ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More