News

ଭାରତର ଗୁରୁଗ୍ରାମ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର

gurugram

୨୦୧୮ର ପ୍ରଦୂଷଣ ରିପୋର୍ଟ ଅନୁଯାୟୀ ଭାରତର ଗୁରୁଗ୍ରାମ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର  । ଟପ 10 ପ୍ରଦୂଷିତ ସହର ମଧ୍ୟରୁ ରାଜଧାନୀ ଦିଲ୍ଲୀର 5ଟି ସହର ସାମିଲ ଅଛି । ସେଗୁଡିକ ହେଲା ଗୁରୁଗ୍ରାମ, ଗାଜିଆବାଦ, ଫରିଦାବାଦ, ଭିଓ୍ବାଡି ଏବଂ ନୋଏଡା । ଗ୍ରୀନ୍‌ପିସ୍‌ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଦକ୍ଷିଣ ଏସିଆର ସ୍ଥିତି ସବୁଠାରୁ ସଂକଟଜନକ।

ପ୍ରଥମ ସ୍ଥାନରେ ଭାରତର ରାଜଧାନୀ ଦିଲ୍ଲୀ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ବାଂଲାଦେଶ ରାଜଧାନୀ ଢ଼ାକା ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଆଫଗାନିସ୍ତାନ ରାଜଧାନୀ କାବୁଲ। ପ୍ରଥମ ୬ଟି ସହର ମଧ୍ୟରେ ଭାରତର ୫ଟି ଏବଂ ପାକିସ୍ତାନର ଗୋଟିଏ ସହର ରହିଛି ।

ଅନ୍ୟପଟେ ସର୍ବାଧିକ ପ୍ରଦୂଷିତ ସହର ଭାବେ ବିବେଚିତ ହେଉଥିବା ବେଜିଂ ଗତବର୍ଷ ଏ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଥିଲା। ଫଳତଃ ତାହା ଏବେ ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହରର ତାଲିକାରେ ୧୨୨ତମ ସ୍ଥାନରେ ରହିଛି।

ପଢନ୍ତୁ; ଆଜି ବି ୧୩ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

Related posts

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ:ପାସ୍ ହାର ୪୧.୧୫%

ENO Beuro

ଓଡିଶାରେ ଶାନ୍ତିପୂର୍ଣ ନିର୍ବାଚନ ନେଇ ଓଡ଼ିଶା ପୁଲିସ୍‌ର ସମୀକ୍ଷା ବୈଠକ

Ratnamani Moharana

୨ ଘଣ୍ଟାରେ ୯ ଥର ଥରିଲା ଆଣ୍ଡାମାନ:ଆଣ୍ଡାମାନରେ ମୃଦୁ ଭୂମିକମ୍ପ

Ratnamani Moharana

Leave a Comment