• Home
  • News
  • ୫୦୦ ରୁ ଅଧିକ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଥିବା ହ୍ୟାକର ଗିରଫ!
News

୫୦୦ ରୁ ଅଧିକ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଥିବା ହ୍ୟାକର ଗିରଫ!

ଭାରତର ପାଖାପାଖି ୫ଶହ ଓ୍ବେବ୍‌ସାଇଟକୁ ହ୍ୟାକ କରିଥିବା ହ୍ୟାକର ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ପଞ୍ଜାବର ରାଜପୁର ଅନ୍ତର୍ଗତ ଆର୍ଯ୍ୟାନ୍‌ ଗ୍ରୁପ୍‌ ଅଫ୍‌ କଲେଜ୍‌ର ସିଏସ୍‌ଇ ଛାତ୍ର ଶହିଦ ମାଲା ଏବଂ ଜଳନ୍ଧରସ୍ଥିତ ସେଣ୍ଟ୍‌ ସୋଲ୍‌ଜର୍ସ ମ୍ୟାନେଜ୍‌ମେଣ୍ଟ୍‌ ଆଣ୍ଡ୍‌ ଟେକ୍‌ନିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ବିସିଏ ଅନ୍ତିମ ବର୍ଷର ଛାତ୍ର ଆଦିଲ୍‌ ହୁସେନ୍‌। ସେମାନଙ୍କ ଘର ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ବାରମୂଳା ଏବଂ ଅନନ୍ତନାଗ ଜିଲ୍ଲାରେ।

ଦିଲ୍ଲୀ ପୁଲିସର ସାଇବର୍‌ ସେଲ୍‌ ପଞ୍ଜାବସ୍ଥିତ ଶହିଦ ମାଲା ଏବଂ ଆଦିଲ୍‌ ହୁସେନ୍‌ ତେଲିଙ୍କର ବସାଘର ଉପରେ ଚଢ଼ାଉ କରି ଶୁକ୍ରବାର ଦିନ ସେ ଦୁହିଁଙ୍କୁ ଗିରଫ କରିଛି।

ତଦନ୍ତରୁ ଜଣା ପଡିଛି ଯେ ସେମାନଙ୍କ ଅନ୍‌ଲାଇନ୍‌ କାର୍ଯ୍ୟକଳାପ ହେଉଛି ‘ଟିମ୍‌ ହ୍ୟାକ୍‌ର୍ସ ଥାର୍ଡ ଆଇ’ ନାମକ ଗୋଟାଏ ହ୍ୟାକିଙ୍ଗ୍‌ ଦଳର ଅଂଶ ବିଶେଷ। ତାହା କେତେକ ସରକାରୀ ଓ୍ବେବ୍‌ସାଇଟ୍‌ ସହ ୫୦୦ ଭାରତୀୟ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଛି।ସେମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ପୁଲିସ ତଦନ୍ତ ଚଳାଇଛି।

୫୦୦ ରୁ ଅଧିକ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଥିବା ହ୍ୟାକର ଗିରଫ! hacker

ପଢନ୍ତୁ; କିସମିସକୁ ପାଣିରେ ଭିଜାଇ ଖାଇବା ଦ୍ୱାରା ମିଳିଥାଏ ଅନେକ ଫାଇଦା ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

Related posts

ତିନି ତଲାକ ଅଧ୍ୟାଦେଶକୁ କ୍ୟାବିନେଟ୍‍ ମଞ୍ଜୁରୀ

Krishna Kumar Manoj

ବିମୁଦ୍ରାକରଣକୁ ବର୍ଷେ ପୂରିଲା ପରେ ମଧ୍ୟ ଅଚଳ ଟଙ୍କାର ସମସ୍ୟା ପିଛା ଛାଡୁନି

Krishna Kumar Manoj

ଇସ୍ରୋ ର ଯୋଜନା – ମାତ୍ର ତିନି ଦିନ ମଧ୍ୟରେ ତିଆରି କରାଯାଇ ପାରିବ ଏକ ରକେଟ୍‌

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More