News

ଲାହୋରରୁ ଗିରଫ ହେଲା ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ହାଫିଜ୍ ସୟିଦ

Untitled 1

ଲାହୋରରୁ ଗୁଞ୍ଜରାବାଲା ଯାଉଥିବାବେଳେ ଗିରଫ କଲା ସିଟିଏସ୍ ।

ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ତଥା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜାମାତ୍ ଉଦ୍ ଦୁଓ୍ୱାର ମୁଖ୍ୟ ହାଫିଜ୍ ସୟିଦ୍ ଗିରଫ୍। ଲାହୋରରୁ ଗୁଜରନଓ୍ୱାଲା ଯାଉଥିବା ବେଳେ ହାଫିଜକୁ ପାକିସ୍ତାନର କାଉଣ୍ଟର ଟେରରିଜିମ୍ ଡିପାର୍ଟମେଣ୍ଟ ଓ ପାକିସ୍ତାନ ପଞ୍ଜାବ ପୁଲିସ ମିଳିତ ଭାବରେ ଗିରଫ କରିଛନ୍ତି। ଏହାପରେ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ୨୦୦୯ରେ ଏକ ମାମଲାରେ ହାଫିଜରୁ ଗିରଫ କରାଯାଇଥିବା ସୂଚନା ରହିଛି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛି ହାଫିଜ୍। ଏଥିସହ ବିଶ୍ୱର ଅନ୍ୟ ଅଞ୍ଚଳରେ ହୋଇଥିବା ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ପଛରେ ହାଫିଜ୍‌ର ହାତ ରହିଛି।

ଲକ୍ସର-ଇ-ତୋଇବା ଆତଙ୍କୀ ସଂଗଠନର ପ୍ରତିଷ୍ଠାତା ଏବଂ ଜମା-ଆଟ୍-ଉଡଦା ଆତଙ୍କୀ ମୁଖ୍ୟ ହେଉଛି ହାଫିଜ୍ । ଗତବର୍ଷ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଟିଏଫ) ଆତଙ୍କବାଦୀଙ୍କୁ ବାନ୍ଧି ବା ପାଇଁ ପାକିସ୍ତାନ ସରକାର ଉପରେ ଚାପ ପକାଇଥିଲା। କାରଣ ପାକିସ୍ତାନରେ ଆତଙ୍କବାଦୀ ସକ୍ରିୟ ରହୁଥିବାରୁ ଦେଶରେ ଏବେ ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। ଏବଂ ଆତଙ୍କବାଦୀଙ୍କୁ ଦମନ ନକଲେ କୌଣସି ଦେଶ ପାକିସ୍ତାନ ସହ କୌଣସି ସମ୍ପର୍କ ରଖିବେନି ବୋଲି କହିଥିଲେ। ନିକଟରେ ୧୨ଟି ଆତଙ୍କବାଦୀ ସଂଗଠନ ପାଖରୁ ହାଫିଜ ଚାନ୍ଦା ଆଣି ଆତଙ୍କବାଦୀ କାର୍ଯ୍ୟକଳାପକୁ ବୃଦ୍ଧି କରୁଥିବା ଉଦ୍ଦେଶ୍ୟରେ ୨୩ଟି ମାମଲା ରୁଜୁ ହୋଇଥିଲା। କିନ୍ତୁ ପାକିସ୍ତାନ ସରକାର ପ୍ରମାଣ ନକରିପାରିବାରୁ ହାଫିଜକୁ ଜାମିନ୍ ମିଳିଛି।

ପଢନ୍ତୁ: ଇନ୍ଧନ ଶେଷ ହେବାର ମାତ୍ର ୫ ମିନିଟ୍‌ ପୂର୍ବରୁ ଲକ୍ଷ୍ନୌରେ ଅବତରଣ କଲା ଭିସ୍ତାରା ବିମାନ

 

Related posts

ମୋଦିଙ୍କ ବାୟୋପିକକୁ ବିରୋଧ କଲା କଂଗ୍ରେସ: ନିର୍ବାଚନ କମିଶନର ଆଗରେ ହେଲା ଫେରାଦ

Ratnamani Moharana

ପୁଲଓ୍ୱାମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ସମେତ ୩ ଆତଙ୍କୀଙ୍କୁ ମାରିଲେ ସୁରକ୍ଷାବାହିନୀ

Ratnamani Moharana

ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ୍ ପୁଲିସର ପ୍ରସ୍ତୁତି , ଜଗିବେ ୯୦ ପ୍ଲାଟୁନ୍‌ ଫୋର୍ସ !

ENO Beuro

Leave a Comment