• Home
  • Featured
  • ଆସନ୍ତୁ ଜାଣିବା, ବର୍ଷାଦିନିଆ ଜଳବାୟୁ ରେ କିପରି ନେବେ କେଶର ଯତ୍ନ
Featured

ଆସନ୍ତୁ ଜାଣିବା, ବର୍ଷାଦିନିଆ ଜଳବାୟୁ ରେ କିପରି ନେବେ କେଶର ଯତ୍ନ

 ବର୍ଷାଦିନିଆ ଜଳବାୟୁ ଅଧିକ ଥଣ୍ଡା ଓ ଆଦ୍ର୍ର୍ର। ଏହା ଦ୍ୱାରା ତ୍ୱଚା ଓ କେଶର ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ । ବର୍ଷା ଜଳରେ ଭିଜିବା ଦ୍ୱାରା କେଶ ଖରାପ ହୋଇଥାଏ । ଆସନ୍ତୁ ଜାଣିବା, ବର୍ଷାଦିନିଆ ଜଳବାୟୁ ରେ କିପରି ନେବେ କେଶର ଯତ୍ନ ।

– ବର୍ଷା ହେଉଥିବାବେଳେ କେଶ ଘୋଡ଼ାଇ ରଖନ୍ତୁ। ବର୍ଷାଦିନେ ପ୍ରଚୁର ପାଣି ପିଅନ୍ତୁ । ସାମ୍ପୁରେ କେଶ ଧୋଇବା ପରେ କିଂବା ଓଦା କେଶକୁ ଶୁଖାଇବା ଲାଗି ବିଦ୍ୟୁତ୍‌ ଚାଳିତ ଡ୍ରାୟର୍‌ ବ୍ୟବହାର କରନ୍ତୁ ନାହିଁ। କେଶରେ ଶୁଖିଲା କପଡ଼ା ବାନ୍ଧନ୍ତୁ, ସହଜରେ ଶୁଖିଯିବ। ଏହି ପଦ୍ଧତି ଦ୍ୱାରା କେଶ ସୁସ୍ଥ ରହେ।

– ଏହି ଋତୁରେ ଆଲକହଲଯୁକ୍ତ ସାମ୍ପୁ, କଣ୍ଡିସନର୍‌ ତଥା ଅନ୍ୟାନ୍ୟ କେଶ ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁନାହିଁ। । ସବୁବେଳେ ପ୍ରାକୃତିକ ସାମ୍ପୁ ବ୍ୟବହାର କରନ୍ତୁ । ଏହା କେଶ ମୂଳର ଚର୍ମ ସଂକ୍ରମଣ ହେବାର ଆଶଙ୍କା କମାଏ ।

– ସାମ୍ପୁ ପୂର୍ବରୁ ଖୋଲା ଦାନ୍ତ ପାନିଆରେ କେଶ କୁଣ୍ଡାନ୍ତୁ । ଏପରି କଲେ ସାମ୍ପୁ ଲଗାଇବା ବେଳେ କେଶ ଜଟା ହୁଏନାହିଁ । ଉଷୁମ ପାଣିରେ କେଶ ଧୁଅନ୍ତୁନାହିଁ । ପାନିଆ ସଫା ରଖନ୍ତୁ। ଅନ୍ୟମାନଙ୍କ ପାନିଆ ବ୍ୟବହାର ନ କରିବା ଭଲ।

– ଅଳ୍ପ ପାଣିରେ ସାମ୍ପୁ ଗୋଳାଇ କେଶରେ ଲଗାନ୍ତୁ । ହାଲୁକା ମାଲିସ ପରେ ଧୁଅନ୍ତୁ । ସପ୍ତାହରେ ଅତି କମ୍‌ରେ ତିନି ଥର ସାମ୍ପୁକରନ୍ତୁ । ସାମ୍ପୁ ପରେ ଅଳ୍ପ କଣ୍ଡିସନର୍‌ ଲଗାନ୍ତୁ । ଏହା ଦ୍ୱାରା କେଶ ନରମ ଓ ମଜଭୁତ ହେବା ସହ ଚମକ ବଢ଼ିଥାଏ । ଏହାକୁ କେଶର ମୂଳ ଭାଗ ବା ମୁଣ୍ଡ ତ୍ୱଚାରେ ନ ଲଗାଇ କେବଳ କେଶରେ ଲଗାନ୍ତୁ ।

– କେଶରେ ଆଦୌ ଗରମ ତେଲ ବ୍ୟବହାର କରନ୍ତୁନାହିଁ। ତେଲ ଲଗାଇବାର ଚାରିରୁ ଚବିଶ ଘଣ୍ଟା ମଧ୍ୟରେ ସାମ୍ପୁ କରନ୍ତୁ। ଏହାଠାରୁ ଅଧିକ ସମୟ ତେଲ ଲାଗି ରହିଲେ ଧୂଳି ଜମିବା ସହ ରୁପି ସମସ୍ୟା ହୁଏ ଓ କେଶ ଝଡ଼େ।

– ଅଧିକ ମାତ୍ରାରେ ସବୁଜ ପନିପରିବା ଓ ତାଜା ଫଳ ଖାଆନ୍ତୁ। ଏହା ଦ୍ୱାରା କେଶକୁ ଆବଶ୍ୟକ ପୋଷଣ ମିଳେ। ଏହି ଋତୁରେ ଅଧିକାଂଶ ସମୟରେ କେଶ ଖୋଲା ରଖନ୍ତୁ ନାହିଁ।

– ବସାଦହି କେଶ ପାଇଁ ପ୍ରାକୃତିକ କଣ୍ଡିସନର୍‌ ଭାବେ କାମକରେ । କେଶରେ ଲଗାଇ ତଉଲିଆରେ ଗୁଡ଼ାଇଦିଅନ୍ତୁ । ପନ୍ଦର ମିନିଟ୍‌ ପରେ ଧୁଅନ୍ତୁ ।

– ଦୁଇ ଚାମଚ ଦହି ଓ ଦୁଇ ଚାମଚ ଲେମ୍ବୁ ରସରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ଭଲ ଭାବେ ଫେଣ୍ଟି କେଶରେ ଲଗାନ୍ତୁ । କୋଡ଼ିଏ ମିନିଟ୍‌ ପରେ ଧୁଅନ୍ତୁ ।

– ବର୍ଷାଋତୁରେ କେଶ ରଙ୍ଗ ପାଇଁ ପ୍ରଥମେ ପାଗ ପରଖନ୍ତୁ। ରଙ୍ଗ ଲଗାଇବା ପରେ କେଶରେ ଖରାପଡ଼ିବା ଉଚିତ। ଏହା ଦ୍ୱାରା କେଶ ପ୍ରଭାବିତ ହୁଏନାହିଁ।

ଆସନ୍ତୁ ଜାଣିବା, ବର୍ଷାଦିନିଆ ଜଳବାୟୁ ରେ କିପରି ନେବେ କେଶର ଯତ୍ନ   ଆସନ୍ତୁ ଜାଣିବା, ବର୍ଷାଦିନିଆ ଜଳବାୟୁ ରେ କିପରି ନେବେ କେଶର ଯତ୍ନ

ଜାଣନ୍ତୁ  ନଖ ର ଯତ୍ନ ପାଈଁ ଘରୋଇ ଉପଚାର

Related posts

ଆସନ୍ତୁ ଜାଣିବା ଜିଓର ସିକ୍ରେଟ୍ ନମ୍ବର,ଅସୁବିଧା ସମୟରେ କାମରେ ଆସିପାରେ

Krishna Kumar Manoj

ପାୱାରବ୍ୟାଙ୍କ୍ ବ୍ୟବହାର କରୁଛନ୍ତି କି? ସାବଧାନ! ନଚେତ ହୋଇପାରେ ଏହି ସବୁ ଅସୁବିଧା

Krishna Kumar Manoj

ଆଜିଠାରୁ କଟକରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା , ଚଳଚଞ୍ଚଳ ହୋଇଉଠିବ ମହାନଦୀ ପଠା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More