LIFESTYLE

ନାରୀମାନଙ୍କ କେଶବିନ୍ୟାସ , ମୁହଁର ଆକାର ଅନୁଯାୟୀ ହେୟାର କଟ ବିଷୟରେ ଜାଣନ୍ତୁ

ନାରୀମାନଙ୍କ କେଶବିନ୍ୟାସ ଏକ ସଉକ । ଫ୍ୟାଶନେବଲ ଲୁକ ପାଇବା ପାଇଁ ଭିନ୍ନ ପୋଷାକ ସହିତ ନିଜର ସୁନ୍ଦରତା ବୃଦ୍ଧି କରିବା ପାଇଁ ବେଶ କିଛି କରିଥାନ୍ତି ମହିଳାମାନେ । ଆଉ ଏତିକିରେ ହେୟାର ଷ୍ଟାଇଲକୁ ସେମାନେ ଦିଅନ୍ତି ବିଶେଷ ଗୁରୁତ୍ଵ । ତେବେ ହେୟାର କଟିଂ ସମୟରେ କେତୋଟି ସାମାନ୍ୟ ଭୁଲ ଆପଣଙ୍କ ଲୁକ ବିଗାଡି ଦେଇପାରେ । ତେଣୁ ମୁହଁର ଆକାର ଅନୁଯାୟୀ କେଉଁ ହେୟାର କଟ ଆପଣଙ୍କୁ ଷ୍ଟାଇଲିସ ଲୁକ ଦେବ ଆସନ୍ତୁ ଜାଣିବା :-

ଗୋଲ ମୁହଁ – ଏହି ଆକାରର ମୁହଁ ପାଇଁ ଛୋଟ ବା ଗାଲ ପର୍ଯ୍ୟନ୍ତ କଟା ଯାଇଥିବା ହେୟାର ଷ୍ଟାଇଲ ସୁଟ କରେନି । ଷ୍ଟ୍ରେଟ ଓ ଲଙ୍ଗ ହେୟାର କଟ ବିଶେଷ କରି ଲଙ୍ଗ ଲେୟାର ବ୍ୟାଙ୍ଗ କଟ ଏଭଳି ମୁହଁକୁ ଅଧିକ ମାନେ ।

ଅଣ୍ଡାକୃତି ମୁହଁ – ଏଭଳି ଆକାରର ମୁହଁଧାରୀ ମହିଳାମାନେ ସାଧାରଣତଃ ଅଧିକାଂଶ ହେୟାର କଟରେ ଷ୍ଟାଇଲିସ ଲାଗନ୍ତି । କିନ୍ତୁ ଯଦି ଆପଣଙ୍କର ମୋଟା ଓ କୁଞ୍ଚିତ କେଶ ତେବେ ବ୍ଲଣ୍ଡ କଟରେ ଆପଣଙ୍କ ମୁହଁ ଅଧିକ ଲମ୍ବା ଲାଗିବ । କିନ୍ତୁ ଆପଣ ଚାହିଲେ ବ୍ଲଣ୍ଡ ବ୍ୟାଙ୍ଗ କିମ୍ବା ସାଇଡ ବ୍ୟାଙ୍ଗ ବବ କଟ କରିପାରିବେ ।

ଚାରିକୋଣିଆ ମୁହଁ – ଆକାରର ମୁହଁଧାରୀ ମହିଳାମାନଙ୍କୁ କାନ୍ଧ ପର୍ଯ୍ୟନ୍ତ ଲମ୍ବା ହେୟାର ଷ୍ଟାଇଲ ସବୁଠୁ ଭଲ ସୁଟ କରିଥାଏ । ଗାଲ ଠାରୁ କାନ୍ଧ ପର୍ଯ୍ୟନ୍ତ କଟ ହେୟାର ରହିବା ଦ୍ଵାରା ଗାଲର ଚଉଡା କମ ଲାଗିଥାଏ । ସେହିଭଳି ସାଇଡ  ସ୍ଵେପ୍ଟ ବ୍ୟାଙ୍ଗ କଟ କାଟିବା ଦ୍ଵାରା ମଧ୍ୟ ମଥାର ଚଉଡା କମ ଲାଗିବା ସହ ମୁହଁ ଅପେକ୍ଷାକୃତ ଗୋଲ ଲାଗିଥାଏ । ଏହା ବ୍ୟତୀତ ଲେୟାର , ରେଜର ଏଣ୍ଡ କଟ ମଧ୍ୟ ଭଲ ମାନିଥାଏ ।

ହୃଦୟାକୃତି ମୁହଁ – ଏଭଳି ମୁହଁ କପାଳ ବା ମଥା ଗାଲ ତୁଳନାରେ ଚଉଡା ଥାଏ । ଏହାକୁ ମେକଅପ କରି ମୁହଁକୁ ଷ୍ଟାଇଲିସ ଲୁକ ଦେବା ଲାଗି ଗାଲ ପର୍ଯ୍ୟନ୍ତ ଲମ୍ବା ବବ କଟ କିମ୍ବା ସାଇଡ ସ୍ଵେପ୍ଟ ବ୍ୟାଙ୍ଗ ପରଫେକ୍ଟ ଲାଗିଥାଏ ।

ଲମ୍ବା ମୁହଁ – ଏଭଳି ମୁହଁକୁ ଲଙ୍ଗ ପରିବର୍ତ୍ତେ ଶର୍ଟ ହେୟାର କଟ ଫ୍ୟାଶନେବଲ ଲୁକ ଦେଇଥାଏ ଯଦି ଲଙ୍ଗ ହେୟାର ଷ୍ଟାଇଲ ପସନ୍ଦ ହେବ ଏଭଳି ମୁହଁ ଆକର ଲାଗି ଲଙ୍ଗ ଲେୟାର କିମ୍ବା ଷ୍ଟେପ କର ସାଙ୍ଗକୁ ଚିକବୋନ ପର୍ଯ୍ୟନ୍ତ ଫ୍ରଣ୍ଟ କଟ କରନ୍ତୁ । ଏହାଦ୍ୱାରା ମୁହଁ ଗୋଲ ଏବଂ ସୁନ୍ଦର ଲାଗିବ ।

ନାରୀମାନଙ୍କ କେଶବିନ୍ୟାସ , ମୁହଁର ଆକାର ଅନୁଯାୟୀ ହେୟାର କଟ  ନାରୀମାନଙ୍କ କେଶବିନ୍ୟାସ , ମୁହଁର ଆକାର ଅନୁଯାୟୀ ହେୟାର କଟ ବିଷୟରେ ଜାଣନ୍ତୁ

ପଢନ୍ତୁ, ପୁଣି ଏକ ନୂଆ ଅବତାରରେ ବାବୁସାନ, ପୂର୍ବରୁ ତାଙ୍କୁ ଏଭଳି ଭୂମିକାରେ ଦର୍ଶକେ ଦେଖିନଥିଲେ

Related posts

କୋଲେଷ୍ଟରଲସ୍ତର ହ୍ରାସ କରିବାକୁ ଚାହୁଁଛନ୍ତି କି? ତେବେ ପ୍ରତିଦିନ ସକାଳୁ ପିଅନ୍ତୁ ଏହି ପାନୀୟ

ENO Beuro

ଆସନ୍ତୁ ଜାଣିବା ନଡିଆ ତେଲ ସ୍ୱାସ୍ଥ୍ୟ କାହିଁକି ଲାଭଦାୟାକ

ENO Beuro

କ୍ୟାନସର ଭଳି ମାରତ୍ମକ ରୋଗ ସହିତ ଲଢିବାର କ୍ଷମତା ରହିଛି ଏହି ଫଳରେ ! ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More