LIFESTYLE

ଘରେ ବସି କରିପାରିବେ ହେୟାର ସ୍ପା ,ଆସନ୍ତୁ ଜାଣିବା କିପରି ?

ପନ୍ଦର ଦିନକୁ ଥରେ କେଶର ହେୟାର ସ୍ପା ଟ୍ରିଟ୍‌ମେଣ୍ଟ୍‌ ଜରୁରୀ। ଏହା କେଶକୁ ଅଧିକ ଘନ ଓ ମଜଭୁତ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣଙ୍କୁ ପାର୍ଲର ଯିବାର ଆବଶ୍ୟକତା ନାହିଁ । ଘରେ ମଧ୍ୟ ଅଳ୍ପ ଖର୍ଚ୍ଚରେ କରିପାରିବେ ହେୟାର ସ୍ପା । ଘରେ ହେୟାର ସ୍ପା କରିବାକୁ ଚାହୁଁଥିଲେ ପ୍ରଥମେ ଅଲିଭ ତେଲ, ବାଦାମ ତେଲ ଓ ନଡ଼ିଆ ତେଲ ମଧ୍ୟରୁ ଯେକୌଣସି ତେଲକୁ କେଶ ମୂଳରେ ଭଲ ଭାବେ ମସାଜ କରନ୍ତୁ । ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ ।

ଆସନ୍ତୁ ଜାଣିବା ଘରେ ବସି ଅଳ୍ପ ଖର୍ଚ୍ଚରେ କିପରି ହେୟାର ସ୍ପା କରିପାରିବେ ;

-କେଶ ଅଧିକ ଶୁଷ୍କ ହୋଇଥିଲେ ନଡିଆ ତେଲର ବ୍ୟବହାର କରନ୍ତୁ । ଏଥିରେ ମ୍ୟାଗ୍‌ନେସିୟମ୍‌, କ୍ୟାଲସିୟମ୍‌, ଆଇରନ ଓ ପୋଟାସିୟମ୍‌ ପରି ତତ୍ତ୍ୱ ରହିଛି ଯାହା ଶୁଷ୍କ କେଶ ସମସ୍ୟା ଦୂର କରିଥାଏ ।

-ଯଦି ଆପଣଙ୍କର  ରୁପି ସମସ୍ୟା ଅଛି ତାହେଲେ  ଅଲିଭ ତେଲର ବ୍ୟବହାର କରନ୍ତୁ । ପ୍ରାକୃତିକ କଣ୍ଡିସନର ଗୁଣରେ ଭରପୂର ଥିବା ଅଲିଭ ତେଲ ରୁପି ଦୂର କରିଥାଏ ।

-ଭିଟାମିନ ‘ଇ’ରେ ଭରପୂର ଥିବା ବାଦାମ ତେଲ ସହ ନଡିଆ ତେଲ ମିଶାଇ ଲଗାଇବା ଦ୍ୱାରା କେଶ ମଜଭୁତ ରହିଥାଏ । କେଶରେ ୧ଚାମଚ ଅଲିଭ,ବାଦାମ ଓ ନଡିଆ ତେଲ ମିଶାଇ ଲଗାଇବା ଦ୍ୱାରା କେଶକୁ ଭଲ ପୋଷଣ ମିଳିଥାଏ ।

କେଶକୁ ଟାୱେଲରେ ଭଲ ଭାବେ ଘୋଡ଼ାନ୍ତୁ,ତାପରେ
– ଅଳ୍ପ ଉଷୁମ ପାଣିରେ ଏକ ଟାୱେଲକୁ ଭଲ ଭାବେ ବୁଡ଼ାଇ ଦିଅନ୍ତୁ । ଏହାପରେ ପାଣିକୁ ଭଲ ଭାବେ ନିଗାଡ଼ି ମୁଣ୍ଡକୁ ଭଲ ଭାବେ କଭର କରିଦିଅନ୍ତୁ । ଏପରି କଲେ କେଶରେ ତେଲ ଭଲ ଭାବେ ପହଞ୍ଚିପାରିଥାଏ । ୧୫ ମିନିଟ ପର୍ଯ୍ୟନ୍ତ ଟାୱେଲକୁ କେଶରେ ଘୋଡ଼ାଇ ରଖିବା ପରେ ଭଲ କ୍ୱାଲିଟି ସାମ୍ପୁରେ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ।
-ସାମ୍ପୋ ପରେ କେଶରେ ଭଲ ଭାବେ କଣ୍ଡିସନର ଲଗାନ୍ତୁ । ବଜାରରେ ମିଳୁଥିବା କଣ୍ଡିସନର ବଦଳରେ ଆପଣ ଘରୋଇ କଣ୍ଡିସନରକୁ ବ୍ୟବହାର କରିପାରିବେ ।

– ଚା ପତିକୁ ପାଣିରେ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ସେଥିରେ ଅଳ୍ପ ଲେମ୍ବୁ ରସ ମିଶାଇ ସାମ୍ପୋ ପରେ କେଶ ଧୋଇ ଦିଅନ୍ତୁ ।

-ଏକ ଚାମଚ ଘି କୁଆଁରି ରସ ସହ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ  । ସାମ୍ପୋ ପରେ ଏହାକୁ କେଶ ମୂଳରେ ଲଗାନ୍ତୁ। ଏହା ପ୍ରାକୃତିକ କଣ୍ଡିସନର ରୂପେ କାମ କରିଥାଏ ।

ପଢନ୍ତୁ ;

କର୍କଟ ରୋଗରୁ ପାଇପାରିବେ ମୁକ୍ତି ,ଯଦି ଆପଣ ଖାଦ୍ୟରେ ସାମିଲ କରିବେ ଏହି ୪ ଟି ଜିନିଷ

Related posts

ତରଭୁଜ ଖାଇବା ଦ୍ଵାରା ଆମକୁ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ? 

ENO Beuro

ଫିଡସ୍ ଭଳି ରୋଗକୁ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

Ratnamani Moharana

ମାଛ କଣ୍ଟା ଗଳାରେ ଲାଗିଥିଲେ ତୁରନ୍ତ ଆପଣାନ୍ତୁ ଏହି ଉପାୟ

ENO Beuro

Leave a Comment