LIFESTYLE

ଯଦି ଆପଣ ବି ରାତିରେ କେଶ ସଫା କରୁଛନ୍ତି , ତେବେ ସାବଧାନ ହୋଇଯାଆନ୍ତୁ

ଯଦି ଆପଣ ବି ରାତିରେ କେଶ ସଫା କରୁଛନ୍ତି , ତେବେ ସାବଧାନ ହୋଇଯାଆନ୍ତୁ

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀରେ କିଛି ଲୋକ ସମୟ ଅଭାବରୁ ରାତିରେ ସ୍ନାନ କରୁଛନ୍ତି । କିଛି ମହିଳା ସକାଳ ସମୟରେ ଗାଧୋଇବାକୁ ପସନ୍ଦ କରୁଥିବା ବେଳେ କିଛି ମହିଳା ରାତିରେ ଗାଧୋଇବାକୁ ପସନ୍ଦ କରିଥାଆନ୍ତି । ଆଉ କିଛି ମହିଳା ଏମିତି ବି ଅଛନ୍ତି ଯେଉଁମାନେ କି ଉଭୟ ସକାଳ ଓ ସନ୍ଧ୍ୟାରେ ମଧ୍ୟ ଗାଧୋଇବାକୁ ପସନ୍ଦ କରିଥାଆନ୍ତି । ଆଉ କିଛି ମହିଳା ରାତିରେ କେଶ ସଫା କରିବାକୁ ଭଲପାଆନ୍ତି ।

କିଛି ମହିଳା ସକାଳର ସ୍ୱଳ୍ପ ସମୟକୁ ବଂଚାଇବା ଉଦ୍ଦେଶ୍ୟରେ ରାତିରେ ହିଁ କେଶ ସଫା କରି ଦିଅନ୍ତି । କିନ୍ତୁ ବୋଧହୁଏ ଆପଣ ଜାଣି ନାହାଁନ୍ତି , ଏହା କରିବା ଆପଣଙ୍କ କେଶପାଇଁ ହୋଇପାରେ କେତେ କ୍ଷତିକାରକ ! କେମିତି ? ଆସନ୍ତୁ ଜାଣିବା –

  • ଏକ ଗବେଷଣାରୁ ଯାହା ସୂଚନା ମିଳିଛି, ରାତି ସମୟରେ କେଶ ଧୋଇବା ଦ୍ୱାରା ଅଧିକ ପରିମାଣରେ କେଶ ଝଡିଥାଏ । କାରଣ ରାତିରେ କେଶ ଧୋଇବା ଦ୍ୱାରା ଏହା ଭଲ ଭାବରେ ଶୁଖି ନ ଥାଏ ଏବଂ ଓଦା ରହିବା ଯୋଗୁଁ ଏହାର ମୂଳ ଅତ୍ୟନ୍ତ ନରମ ହୋଇଯାଇ ଥାଏ ଯାହା ଫଳରେ ଅଧିକ ପରିମାଣରେ କେଶ ଝଡିଥାଏ ।
  • ଯଦି ଆପଣ ଓଦା କେଶରେ ଶୁଅନ୍ତି କିମ୍ବା ଶୋଇବା ସମୟରେ ବାରମ୍ବାର କଡ ନେଉଟାଇବା ଦ୍ୱାରା ଶୁଖିଲା କେଶ ଝଡିବା ଅପେକ୍ଷା ଓଦା କେଶରେ ଅଧିକ ମାତ୍ରାରେ କେଶ ଝଡିଥାଏ । ଏହା ବ୍ୟତିତ,କେଶକୁ ରାତିରେ ଧୋଇବା ଦ୍ୱାରା ଆଉ ଏକ ସମସ୍ୟା ଦେଖାଦେଇଥାଏ । ଯଦି ଆପଣଙ୍କ କେଶ ସଂପୂର୍ଣ୍ଣ ଭାବରେ ଶୁଖି ନ ଥାଏ ତେବେ ଆପଣ କରିଥିବା ହେୟାର ଷ୍ଟାଇଲ ଖରାପ ହୋଇଯିବାର ଅଧିକ ସମ୍ଭାବନା ଦେଖା ଦେଇଥାଏ ।

ତେବେ ଏହାର ଗୋଟିଏ ମାତ୍ର ଉପାୟ ହେଲା, ଯଦି ଆପଣ ରାତିରେ କେଶ ଧୋଉଛନ୍ତି ତାହାହେଲେ ତାକୁ ଭଲଭାବରେ ଶୁଖାଇବା ପୂର୍ବରୁ ଶୁଅନ୍ତୁ ନାହିଁ ।

ପଢନ୍ତୁ ଅନ୍ୟ କାହାର ଏହି ପାଞ୍ଚଟି ଜିନିଷ ବ୍ୟବହାର କରନ୍ତୁ ନାହିଁ , ନଚେତ ବିପଦର ସମ୍ମୁଖୀନ ହୋଇପାରନ୍ତି

Related posts

ଝିଅଙ୍କ କେଶ ସଜ୍ଜାରୁ ଜାଣନ୍ତୁ ସେମାନଙ୍କ ସ୍ଵଭାବ ସମ୍ପର୍କରେ!

ENO Beuro

ଅସନ୍ତୁଳିତ ପ୍ରକ୍ରିୟାରେ ଯୋଗ କଲେ ଶରୀର ଉପରେ କ’ଣ ପ୍ରଭାବ ପଡେ ଜାଣନ୍ତୁ

ENO Beuro

ଲବଙ୍ଗ ବହୁତ ଉପକାରୀ !ତେବେ ଆସନ୍ତୁ ଜାଣିବା ଲବଙ୍ଗ ଖାଇଲେ କି କି ଲାଭ ମିଳିଥାଏ

ENO Beuro

Leave a Comment