EnewsOdia.Com

୧ରୁ ଏକକ ଷାଣ୍ମାସିକ ପରୀକ୍ଷା, ଦୁଇଟି ସିଟିଂରେ ହେବ ପ୍ରଥମରୁ ୮ମ ଶ୍ରେଣୀ ପରୀକ୍ଷା

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏକକ ଷାଣ୍ମାସିକ ପରୀକ୍ଷା କାର୍ଯ୍ୟସୂଚୀରେ କିଛିଟା ପରିବର୍ତନ କରାଯାଇଛି। ପୂର୍ବରୁ ଅକ୍ଟୋବର ୨୯ରୁ ନଭେମ୍ବର ୨ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ଏବେ ନଭେମ୍ବର ୧ରୁ ଆରମ୍ଭ ହେବ। ଲଗାଣ ବର୍ଷା ଯୋଗୁଁ ବହୁ ବିଦ୍ୟାଳୟରେ ଏପର୍ଯ୍ୟନ୍ତ ପ୍ରଶ୍ନପତ୍ର ପହଞ୍ଚିପାରି ନ ପାରି ଜିଲ୍ଲାସ୍ତରରେ ଅଟକି ରହିଛି। ତେଣୁ ପରୀକ୍ଷା ସୂଚୀରେ ପରିବର୍ତନ କରାଯାଇଛି। ତେବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ନଭେମ୍ବର ୧ ଓ ୨ରେ ହେବାକୁ ଥିବା ପରୀକ୍ଷା ସୂଚୀରେ କୌଣସି ପରିବର୍ତନ କରାଯାଇ ନ ଥିବା ଓଡ଼ିଶା ସ୍କୁଲ ଏଜୁକେସନ ପୋଗ୍ରାମ ଅଥରିଟି(ଓସେପା) ପକ୍ଷରୁ ସୂଚନା ଦିଆଯାଇଛି।

 

ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରତିଦିନ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ପ୍ରଥମରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟର ପରୀକ୍ଷାର ସମୟ ସୀମା ୧ ଘଣ୍ଟା ୩୦ ମିନିଟ୍‌ ରଖାଯାଇଛି। ଶନିବାର ଦିନ ପ୍ରଥମରୁ ୭ମ ଶ୍ରେଣୀ ପାଇଁ ସକାଳ ୭ଟାରୁ ୮ଟା ୩୦ ଓ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବ। ୮ମ ଶ୍ରେଣୀର ସମସ୍ତ ବିଷୟର ପରୀକ୍ଷା ଦୁଇ ଘଣ୍ଟା ଲେଖାଏଁ ହେବ। ପ୍ରତିଦିନ ସକାଳ ୧୦ଟା ୩୦ରୁ ୧୨ଟା ୩୦ ଓ ଅପରାହ୍ନ ୧ଟାରୁ ୩ଟା ଯାଏ ପରୀକ୍ଷା ଚାଲିବ। ଶନିବାର ଦିନ ସକାଳ ୭ଟାରୁ ୯ଟା ଓ ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ଯାଏ ପରୀକ୍ଷା ଚାଲିବ। ସାରା ରାଜ୍ୟରେ ଗୋଟିଏ ସମୟରେ ପରୀକ୍ଷା ହେବ।

ନଭେମ୍ବର ୧ ତାରିଖ ସକାଳ ୧୦ଟା ୩୦ରୁ ୧୨ଟା ଯାଏ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଚିତ୍ରାଙ୍କନ, ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଇତିହାସ ଓ ଭୂଗୋଳ(ଲିଖିତ) ପରୀକ୍ଷା କରାଯିବ। ଅପରାହ୍ଣ ୧୨ଟା ୩୦ରୁ ୨ଟା ପର୍ଯ୍ୟନ୍ତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କର କୌଣସି ପରୀକ୍ଷା ନ ଥିବା ବେଳେ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଉର୍ଦ୍ଦୁ/ପାର୍ସି ପରୀକ୍ଷା ରହିଛି। ୨ ତାରିଖରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କ ପରୀକ୍ଷା ନାହିଁ। ୩ୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପ୍ରଥମ ସିଟିଂ ଇଂରାଜୀ(ଲିଖିତ) ପରୀକ୍ଷା ହେବ। ଦ୍ବିତୀୟ ସିଟିଂରେ ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ(ମୌଖିକ), ୬ଷ୍ଠ ଓ ୭ମ ‌ଶ୍ରେଣୀର ହିନ୍ଦୀ(ଲିଖିତ) ଓ ୮ମ ଶ୍ରେଣୀର ହିନ୍ଦୀ/ସଂସ୍କୃତ/ପାର୍ସି(ଲିଖିତ) ପରୀକ୍ଷା ଅନୁଷ୍ଠିତ ହେବ।

ନଭେମ୍ବର ୪ରେ ପ୍ରଥମ ସିଟିଂରେ ସମସ୍ତ ଶ୍ରେଣୀର ମାତୃଭାଷା(ଲିଖିତ) ଓ ଦ୍ବିତୀୟ ସିଟିଂରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷା(ମୌଖିକ) ପରୀକ୍ଷା ହେବ। ୫ ତାରିଖର ପ୍ରଥମ ସିଟିଂରେ ସମସ୍ତ ଶ୍ରେଣୀର ଗଣିତ(ଲିଖିତ) ଓ ଦ୍ବିତୀୟ ସିଟିଂ‌ରେ ପ୍ରଥମରୁ ୫ମ ଯାଏ ଗଣିତର(ମୌଖିକ) ପରୀକ୍ଷା ଏବଂ ୬ଷ୍ଠରୁ ୮ମ ଯାଏ ଚିତ୍ରାଙ୍କନ ପରୀକ୍ଷା କରାଯିବ। ୬ ତାରିଖର ପ୍ରଥମ ସିଟିଂରେ ପ୍ରଥମରୁ ୪ର୍ଥ ଯାଏ ପରିବେଶ(ଲିଖିତ), ୫ମ ଶ୍ରେଣୀର ସାମାଜିକ ପାଠ ଓ ବିଜ୍ଞାତ(ଲିଖିତ) ଓ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ(ଲିଖିତ) ପରୀକ୍ଷା ଅନୁଷ୍ଠିତ ହେବ। ଦ୍ବିତୀୟ ସିଟିଂରେ ପ୍ରଥମରୁ ୪ର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପରିବେଶ(ମୌଖିକ), ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାମାଜିକ ପାଠ ଓ ବିଜ୍ଞାନ(ମୌଖିକ), ୬ଷ୍ଠ ଓ ୭ମ ଶ୍ରେଣୀ ପିଲାଙ୍କ ପାଇଁ ସଂସ୍କୃତ(ଲିଖିତ) ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି।

ପଢନ୍ତୁ: ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମିଳିବ ମାଗଣା ଚିକିତ୍ସା

ସମ୍ବନ୍ଧିତ ଖବର

କୃଷି ଓଡ଼ିଶା ନୀତି-୨୦୨୦କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Ratnamani Maharana

କାହା ପାଇଁ ପ୍ରସ୍ତୁତ ହେଉଛି ଫାଶୀ ଦଉଡି !

Ratnamani Maharana

ଚଳିତ ବର୍ଷ ଲାଗୁ ହେବନି ଯୁକ୍ତ ୨ ପ୍ରଥମ ବର୍ଷରେ ୩୩% ପାସ୍ ନିୟମ

Ratnamani Maharana

ପାକିସ୍ତାନ ଯୁଦ୍ଧ ସଂଗ୍ରାହଳୟରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଷ୍ଟାଚ୍ୟୁ

Ratnamani Maharana

ଏ ବର୍ଷ ହେବନି ପ୍ରଶ୍ନପତ୍ର ଲିକ୍

Ratnamani Maharana

‘ମହା’ର ଉଗ୍ରରୂପ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ !

Ratnamani Maharana