29.5 C
Bhubaneswar
May 17, 2021
EnewsOdia.Com
ଦେଶ ବିଦେଶ

ଆଜିଠୁ ବିନା ହଲ୍‌ମାର୍କ ସୁନାଗହଣା ବିକ୍ରି ଉପରେ କଟକଣା

ଏଣିକି ବଜାରରେ ମିଳିବ କେବଳ ହଲ୍ ମାର୍କ ସୁନା । ଆଜି ପରଠାରୁ ସୁନା ଗହଣା ଉପରେ ହଲ୍ ମାର୍କ ରହିବ । ତେଣୁ ଏବେ ହଲ୍ ମାର୍କ ଦେଖି ଗ୍ରାହକ ସୁନା ଗହଣା କିଣିପାରିବେ । ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । କିନ୍ତୁ ଏହି ନୂଆ ନିୟମ ଲାଗୁ କରିବାକୁ ଗୋଟିଏ ବର୍ଷ ସମୟ ଦିଆଯିବ । ଯାହାଦ୍ବାରା ଏହି ସମୟସୀମା ମଧ୍ୟରେ ଦୋକାନୀ ପୁରୁଣା ସୁନା ଗହଣା ଷ୍ଟକ୍ ଶେଷ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ କହିଛନ୍ତି । ଏବେ ଦେଶରେ ୮୦୦ଟି ହଲମାର୍କିଂ କେନ୍ଦ୍ର ରହିଥିଲେ ମଧ୍ୟ ମାତ୍ର ୪୦ ପ୍ରତିଶତ ଗହଣା ଉପରେ ହଲମାର୍କିଂ କରାଯାଉଛି ।

ସୂଚନାଯୋଗ୍ୟ ଯେ, ସାଧାରଣତଃ ସୁନା ଗହଣା କିଣୁଥିବା ବେଳେ ଅନେକ ସମୟରେ ଲୋକେ ଠକାମୀର ଶିକାର ହୋଇଥାନ୍ତି । ଏପରିକି ସୁନା ନ ଚିହ୍ନି ପାରି ଲୋକେ ଅସଲି ସୁନା ବଦଳରେ ନକଲି ସୁନା ଗହଣା କିଣିଥାନ୍ତି । କିନ୍ତୁ ଏବେଠାରୁ ଏହି ଠକାମୀରେ ପଡିଛି ପୂର୍ଣ୍ଣଚ୍ଛେଦ । କାରଣ ଆଜିଠାରୁ ହଲମାର୍କ ସମ୍ବଦ୍ଧିତ ନୂଆ ନିୟମର ପ୍ରକ୍ରିୟା ଲାଗୁ କରାଯାଇଛି ।

ପଢନ୍ତୁ: ଜାନୁଆରୀ ୧୫ରେ ରସଗୋଲା ମହୋତ୍ସବ

Related posts

କପିଲ୍‌ ଶର୍ମାଙ୍କ ସୋରେ ୯୦ ଦଶକର ସିରିଏଲ୍‌ ‘ରାମାୟଣ’ର କଳାକାର

Ratnamani Maharana

ଚୀନରୁ ନିଜ ଦେଶର ନାଗରିକଙ୍କୁ ଆଣିବନି ପାକିସ୍ତାନ

Ratnamani Maharana

ପ୍ଲାଷ୍ଟିକ ବ୍ୟାନ ପରେ ଥାଇଲାଣ୍ଡବାସୀଙ୍କ ଏମିତି କରୁଛନ୍ତି ସପିଙ୍ଗ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More