News

୬ ବର୍ଷ ପରେ ପାକିସ୍ତାନରୁ ଫେରିଲେ ହାମିଦ ଅଂସାରୀ

hamid

ସୁଷମା ସ୍ୱରାଜଙ୍କୁ ଦେଖି ହୋଇ ପଡିଲେ ଭାବବିହ୍ୱଳ

୬ବର୍ଷ ପରେ ଭାରତ ଆସିଲେ ହାମିଦ ଅଂସାରୀ। ଆଜି ନିଜ ପରିବାର ସହ ସେ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଭେଟିଛନ୍ତି। ଏହି ସମୟରେ ଅଂସାରୀଙ୍କ ମା କହିଥିଲେ ଯେ, ମେରା ଭାରତ ମହାନ୍, ମେରି ମ୍ୟାଡାମ ମହାନ୍, ସବୁ କିଛି ମ୍ୟାଡାମ ହିଁ କରିଛନ୍ତି ।

ଚଳିତ ବର୍ଷ ଅଗଷ୍ଟ ୭ରେ ପେଶୱାର ହାଇକୋର୍ଟ ପାକିସ୍ତାନ ସରକାରଙ୍କୁ ଅନସାରୀଙ୍କ ଭାରତ ଫେରିବା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ଏହାପରେ ଭାରତ ସରକାର ଏଥିରେ ହସ୍ତକ୍ଷେପ କରି ପାକିସ୍ତାନର ଅଧିକାରୀଙ୍କୁ ଅନସାରୀଙ୍କ ବିଷୟରେ ଜଣାଇଥିଲେ। ଭାରତ ସରକାର ୨୦୧୬ରୁ ୯୫ ଥର କନସୁଲାର ସାକ୍ଷାତ ପାଇଁ ଆବେଦନ କରିଥିଲେ। ତେବେ ଦୀର୍ଘ ଦିନର ଆଇନଗତ ତର୍ଜମା ପରେ ଅନସାରୀ ଆଜି ମୁକ୍ତି ପାଇଛନ୍ତି।

hamid

ସୂଚନାଯୋଗ୍ୟ, ୩୧ ବର୍ଷୀୟ ଅନସାରୀଙ୍କର ଜଣେ ପାକିସ୍ତାନୀ ଯୁବତୀଙ୍କ ସହ ଅନଲାଇନରେ ପ୍ରେମ ସମ୍ପର୍କ ହେବା ପରେ ତାଙ୍କୁ ଭେଟିବା ଲାଗି ୨୦୧୨ରେ ଆଫଗାନିସ୍ତାନ ଦେଇ ପାକିସ୍ତାନ ଚାଲିଯାଇଥିଲେ। ଗୁପ୍ତଚର ବୃତ୍ତି ଅଭିଯୋଗ ଆଣି ପାକ୍‌ ସାମରିକ ଅଦାଲତ ତାଙ୍କ ଜେଲଦଣ୍ଡରେ ଦଣ୍ଡିିତ କରିଥିଲା।

ପଢନ୍ତୁ; କାଳୀ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

Related posts

ଏମ୍ସରେ ବ୍ୟାଟେରୀ ଚାଳିତ ବସ ସେବାର ଶୁଭାରମ୍ଭ କଲେ ଶ୍ରୀ ଜେ.ପି.ନଡ୍ଡା

ENO Beuro

ଆସନ୍ତାକାଲି ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ,ଜାଣନ୍ତୁ ଏହା ସମ୍ପର୍କିତ କିଛି ଖାସ୍ କଥା

ENO Beuro

ଅପହରଣ ପରେ ବଳାତ୍କାର

ENO Beuro

Leave a Comment