News

ହମିସ ଫିନଲାୟସନ – ମାତ୍ର ୧୩ ବର୍ଷ ବୟସରେ ଜଣେ ସଫଳ ଉଦ୍ୟୋଗପତି

ହମିସ ଫିନଲାୟସନ - ମାତ୍ର ୧୩ ବର୍ଷ ବୟସରେ ଜଣେ ସଫଳ ଉଦ୍ୟୋଗପତି

ହାଇଦ୍ରାବାଦରେ ଦକ୍ଷିଣ ଏସିଆ ବିଶ୍ୱ ଉଦ୍ୟୋଗ ସମ୍ମିଳନୀ-୨୦୧୭ ରେ ଅଷ୍ଟ୍ରେଲିଆର ୧୩ ବର୍ଷିୟ ବାଳକ ହମିସ ଫିନଲାୟସନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ଏହି ବାଳକଟି କେବଳ ବୟସରେ ଛୋଟ, ହେଲେ ତାଙ୍କର କାର୍ଯ୍ୟ ତାଙ୍କୁ ଏ ବୟସରେ ଏକ ସ୍ଵତନ୍ତ୍ର ପରିଚୟ ଦେଇ ପାରିଛି । ମାତ୍ର ୧୩ ବର୍ଷ ବୟସରେ ଜଣେ ସଫଳ ଉଦ୍ୟୋଗପତି ଭାବେ ପରିଚୟ ସୃଷ୍ଟି କରିଛନ୍ତି ହମିସ । ସେ ୫ଟି ଆପ ବିକାଶ କରିଛନ୍ତି ଏବୋଂ ୬ ନମ୍ବର ଆପର କାର୍ଯ୍ୟ ଏବେ ଚାଲୁ କରିଛନ୍ତି ।

ଲୋକମାନଙ୍କୁ ଆତ୍ମକେନ୍ଦ୍ରିକ କରାଇବା ସହ ବିଭିନ୍ନ ଧରଣର ରୋଗୀମାନଙ୍କ ମଧ୍ୟରେ କେଉଁ ସମସ୍ୟା ରହିଛି ତାହା ଏହି ଆପ୍ ଜାଣିବାରେ ସମର୍ଥ ହେବ ବୋଲି ଉଦେଶ୍ୟ ରଖିଛନ୍ତି ହମିସ ।

ମାତ୍ର ୧୦ ବର୍ଷ ବୟସରେ ହମିସ ଆପ ବିକଶିତ କରିବା ଆରମ୍ଭ କରିଥିଲେ । ତାଙ୍କ ଦ୍ୱାରା ନିର୍ମିତ ଏକ ଆପ ଏବେ ପ୍ରାୟ ୫୪ ଦେଶରେ ବ୍ୟବହାର କରାଯାଉଛି । ସେ ଆପଲ ଓ ଗୁଗୁଲ ପାଇଁ ମଧ୍ୟ କାମ କରି ସାରିଛନ୍ତି । ଏବେ ସେ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି ।

ଏହି ସମ୍ମିଳନୀ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କ ଯୋଗଦାନ ମଧ୍ୟ ସମ୍ମିଳନୀର ଗୁରୁତ୍ଵକୁ ବଢାଇଥିଲା ।

 

ପଢନ୍ତୁ, ଶୀତର ପ୍ରଭାବରେ ରାଜ୍ୟବାସୀ ଥରହର, ଆହୁରି ତଳକୁ ଖସିବ ପାରଦ

Related posts

ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଦୁର୍ଗମ ଅଞ୍ଚଳକୁ ପଠାଗଲା ପୋଲିଂ ଟିମ୍, ଇଭିଏମ୍

Ratnamani Moharana

ଆଜି ନବୀନଙ୍କ ଶପଥ ଗ୍ରହଣ ଉତ୍ସବରେ ଭାଇଭଉଣୀ

Ratnamani Moharana

ଏଫ-୧୬ ସମ୍ପର୍କରେ ତଥ୍ୟ ଦେବନି ଆମେରିକା

Ratnamani Moharana

Leave a Comment