EnewsOdia.Com

ଫାଶୀ ପୂର୍ବରୁ ମରିଗଲେ ବି ସର୍ବସାଧାରଣରେ ୩ ଦିନ ଝୁଲିବେ ମୁଶାରଫ୍‌

ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁଶାରଫଙ୍କୁ ଫାଶୀ ଦଣ୍ଡ ଶୁଣାଇବା ଅବସରରେ ଏକ ଅଜବ ରାୟ ଦେଇଛନ୍ତି। ଭାରତ ପାଇଁ ନୂଆ ମନେ ହେଉଥିବା ଏହି ରାୟରେ ପାକିସ୍ତାନର କୋର୍ଟ କହିଛନ୍ତି, ଯଦି ଫାଶୀ ଦିଆଯିବା ପୂର୍ବରୁ ମୁଶାରଫ ମରିଯିବେ, ତାଙ୍କୁ ଇସ୍‌ଲାମାବାଦ୍‌ର ଏକ ପ୍ରସିଦ୍ଧ ଛକରେ ୩ ଦିନ ପାଇଁ ଝୁଲାଇ ରଖାଯିବ।

୨୦୦୭ ମସିହାରେ ଦେଶର ସମ୍ବିଧାନକୁ ଅଣଦେଖା କରି ଦେଶରେ ଜରୁରୀକାଳୀନ ଶାସନ ଲାଗୁ କରିଥିବା ମୁଶାରଫଙ୍କ ବିରୋଧରେ କୋର୍ଟ ମଙ୍ଗଳବାର ଫାଶୀ ଦଣ୍ଡ ଶୁଣାଇଛନ୍ତି। କୋର୍ଟ ଦୁବାଇରେ ଚିକିତ୍ସାଧୀନ ମୁଶାରଫଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବା ସହ କହିଛନ୍ତି, ଫାଶୀଦଣ୍ଡାଦେଶ ଯେମିତି ହେଲେ ବି କାର୍ଯ୍ୟକାରୀ କର। ଯଦି ଏହା ପୂର୍ବରୁ ସେ ମରିଯାଇଥିବେ ତାଙ୍କୁ ପାକିସ୍ତାନର ଇସଲାମାବାଦ୍‌ର ଡି-ଚୌକ୍‌କୁ ଘୋଷାଡ଼ି ଆଣିବା ସହ ସେଠାରେ ୩ ଦିନ ପାଇଁ ଝୁଲାଇ ରଖାଯିବ। ସୂଚନାଯୋଗ୍ୟ ଯେ, ଏହି ଛକ ସଂସଦ ନିକଟରେ ଅବସ୍ଥିତ ଏବଂ ବେଶ ପ୍ରସିଦ୍ଧ।

ଏହା ପୂର୍ବରୁ ଏକ କୋର୍ଟ ଜଣେ ସିରିଆଲ କିଲର ବିରୋଧରେ ଏଭଳି ରାୟ ଦେଇଥିଲେ। ଏହି ରାୟରେ କୁହାଯାଇଥିଲା ତା’ର ଶରୀରକୁ ୧୦୦ ଖଣ୍ଡରେ କଟାଯିବ। ପୀଡ଼ିତାଙ୍କ ପରିବାର ଲୋକଙ୍କ ଆଗରେ ମୃତ ଶରୀରର ମାଂସ ସବୁକୁ ପକାଯିବ ବୋଲି ଏହି ରାୟରେ କୁହାଯାଇଥିଲା। ତେବେ ଏହା ବାସ୍ତବ ରୂପ ନେଇନଥିଲା।

ପଢନ୍ତୁ: ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନାରେ ଯୁବ ଯାତ୍ରୀଙ୍କୁ ରିହାତି

ସମ୍ବନ୍ଧିତ ଖବର

ପାକିସ୍ତାନକୁ ହରାଇବା ପାଇଁ ଭାରତକୁ ୧୦ ଦିନରୁ ଅଧିକ ଲାଗିବ ନାହିଁ

Ratnamani Maharana

ନିର୍ଭୟା ଦୋଷୀ ପବନ କୁମାରର ରାଜକ୍ଷମା ଆବେଦନକୁ ଖାରଜ କ‌ଲେ ରାଷ୍ଟ୍ରପତି କୋବିନ୍ଦ

Ratnamani Maharana

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହଂସରାଜ ଭାରଦ୍ୱାଜ୍

Ratnamani Maharana

କରୋନା ପାଇଁ ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କଲା WHO

Ratnamani Maharana

ପୁରୁଣା ଓ ଅତି ଗମ୍ଭୀର କ୍ଷତକୁ ଭଲ କରିବ ସ୍ମାର୍ଟ ବ୍ୟାଣ୍ଡେଜ

Ratnamani Maharana

ଗୁପ୍‌ଚୁପ୍‌ ପରଷିଲେ ଧୋନି

Ratnamani Maharana