ଘରେ ଫଟୋ ବା ସୋପିସ ରଖିବାକୁ ପ୍ରାୟ ଲୋକ ଭଲପାଆନ୍ତି । ଏଣୁ ବୈଠକ ଘରେ ଠାକୁର ଘରେ ବେଡ ରୁମରେ ଅନେକ ପ୍ରକାର ଫଟୋ ଲଗାଇଥାନ୍ତି । ମାତ୍ର ଆପଣ ଜାଣନ୍ତି କି ଫଟୋ ମଧ୍ୟ ଆପଣଙ୍କ ଭାଗ୍ୟ ବଦଳେଇ ପରେ । ମାତ୍ର ସଠିକ ସ୍ଥାନରେ ସଠିକ ଫଟୋ ଲଗେଇବା ଦ୍ଵାରା ହିଁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ତେବେ କେଉଁ ସ୍ଥାନରେ କେଉଁ ଫଟୋ ଝୁଲାଇଲେ ସୁଫଳ ମିଳେ ଆସନ୍ତୁ ଜାଣିବା :-
ଭାଗ୍ୟ ବଦଳେଇବ ଫଟୋ
- ସକାରାତ୍ମକ ଚିନ୍ତା ପାଇଁ ଘରେ କାନ୍ଥରେ ହସୁଥିବା ଛୁଆର ଫଟୋ ଲଗାନ୍ତୁ।
- ବେଡ୍ରୁମ୍ରେ ଫୁଲର ଫଟୋ ଲଗାନ୍ତୁ। ଏହା ଦ୍ୱାରା ମନ ସତେଜ ଓ ସୁସ୍ଥ ରହିବ।
- ଘରେ କେବେ ବି ହ୍ରିଂସ ଜୀବଜନ୍ତୁଙ୍କ ଫଟୋ ଲଗାନ୍ତୁ ନାହିଁ। ଏଭଳି ଫଟୋ ଆମ ମନରେ କ୍ରୋଧ ଜାତ କରାଏ।
- ଘରେ ଘୋଡ଼ା, କୁକୁରର ଫଟୋ ଲଗାଇପାରିବେ। ଏହା ଆପଣଙ୍କୁ ଶକ୍ତି ଓ ସମୃଦ୍ଧି ପ୍ରଦାନ କରିବ।
କେଉଁ ଫଟୋ ଲଗାଇବେ ନାହିଁ
- ଝରଣା ଓ ପାଣି ଫଟୋ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଟଙ୍କା ଖର୍ଚ୍ଚ ହେବ।
- ଘରର କୌଣସି କଠୋରୀରେ ଯୁଦ୍ଧ ଅବା ମହାଭାରତ ଫଟୋ ଲଗାନ୍ତୁ ନାହିଁ
- କୌଣସି ରାକ୍ଷସ ଓ ଯାଦୁଗରଙ୍କ ଫଟୋ ଘରେ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଘରେ ଝଗଡ଼ା ଲାଗି ରହିବ।
- ଘରେ କଳା ଫଟୋ ଲଗାନ୍ତୁ ନାହିଁ। ଏହା ଦ୍ୱାରା ମନରେ ନକାରାତ୍ମକ ଚିନ୍ତା ଜାତ ହୁଏ।
ପୂଜା ପାଇଁ ଲଗାନ୍ତୁ ଏଭଳି ଫଟୋ
- ପୂଜା ପାଇଁ ଘରେ ଦେବାଦେବୀ ଅବା ନିଜ ଗୁରୁଙ୍କ ଫଟୋ ଲଗାନ୍ତୁ।ଏହି ଫଟୋଗୁଡ଼ିକ ଯେତିକି ସ୍ପଷ୍ଟ ହେବ ସେତିକି ଭଲ।
- ଏହି ଫଟୋଗୁଡ଼ିକୁ ପୂଜା ସ୍ଥାନରେ ଲଗାଇବା ଉଚିତ। ଏହା ଏତିକି ଉଚ୍ଚରେ ରହିବା ଉଚିତ ଯେମିତି ଆପଣଙ୍କ ଆଖି ସମ୍ମୁଖରେ ରହୁଥିବ।
- ପୂଜା ପାଇଁ ଏକା ଥରକେ ବହୁତ ଫଟୋ ଲଗା ଯିବା ଉଚିତ ନୁହେଁ। ଚିତ୍ରର ରଙ୍ଗ ଓ ଆକାର ଖରାପ ହୋଇଗଲେ ସେଗୁଡ଼ିକୁ ବଦଳାଇ ଦେବା ଉଚିତ।
ଏମିତି ବଢ଼ିବ ଭାଗ୍ୟ:
- ପ୍ରେମ ବଢିବା ନିମନ୍ତେ ଡାଇନିଙ୍ଗ୍ ରୁମ କିମ୍ବା ମୁଖ୍ୟ ଦ୍ୱାର ପାଖରେ ଫୁଲ ଚିତ୍ର ଲଗାନ୍ତୁ।
- ପୂଜା ସ୍ଥାନରେ ବସିଥିବା ଲକ୍ଷ୍ମୀଙ୍କ ଫଟୋ ଲଗାନ୍ତୁ। ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ହୁଏ।
- ପଦ୍ମ ଫୁଲ ଅବା ଗାଈର ଫଟୋ ବେଡ୍ରୁମ୍ରେ ଲଗାନ୍ତୁ। ଏହା ଦ୍ୱାରା ସନ୍ତାନପ୍ରାପ୍ତ ହୋଇଥାଏ।
- ଉତ୍ତମ ସ୍ୱାସ୍ଥ୍ୟ ପାଇଁ କର୍ମ ସ୍ଥାନରେ ଉଦିତ ସୂର୍ଯ୍ୟର ଫଟୋ ଲଗାନ୍ତୁ।
- କଷ୍ଟ ନିବାରଣ ପାଇଁ ପୂଜାସ୍ଥାନରେ ଆଶୀର୍ବାଦ ମୁଦ୍ରାରେ ଥିବା ଭଗବାନ ଶିବ ଅବା କୃଷ୍ଣଙ୍କ ଫଟୋ ଲଗାନ୍ତୁ।
ପଢନ୍ତୁ, କଣ ଆପଣ ବି ଅଧିକ ଚାଇନିଜ ଫୁଡ ଖାଉଛନ୍ତି କି ? ସାବଧାନ ରୁହନ୍ତୁ ରୋଗରେ ପଡ଼ିପାରନ୍ତି