EnewsOdia.Com

୨୨ରେ ୪ ନିର୍ଭୟା ଦୋଷୀଙ୍କୁ ମିଳିନପାରେ ଫାଶୀ

ଆସନ୍ତା ୨୨ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ନେଇ ବଢ଼ିଲା ସନ୍ଦେହ । ଦିଲ୍ଲୀ ହାଇକୋର୍ଟରେ ଶୁଣାଣିବେଳେ କ୍ଷମା ଆବେଦନ ଖାରଜ ହେବା ପରେ ୧୪ ଦିନ ସମୟ ମିଳେ ବୋଲି ସରକାର ଓକିଲ କହିଛନ୍ତି। ଦୋଷୀ ମୁକେଶ କ୍ୟୁରେଟିଭ ପିଟିଶନ ଦାଖଲ ହେବା ପରେ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିଛନ୍ତି। ସରକାରୀ ଓକିଲ ଏକଥା ବି କହିଛନ୍ତି ଯେ, ରାଷ୍ଟ୍ରପତି ଯଦି କ୍ଷମା ଆବେଦନ ଖାରଜ କରି ଦିଅନ୍ତି, ତେବେ ତା’ ପରେ ବି ୧୪ ଦିନ ସମୟ ମିଳିବ।  ଗତକାଲି ସୁପ୍ରିମକୋର୍ଟ ୨ ଦୋଷୀଙ୍କ କ୍ୟୁରେଟିଭ ପିଟିସନକୁ ଖାରଜ କରିଦେଇଥିଲେ । ଏହାପରେ ଅଭିଯୁକ୍ତଙ୍କ ଫାଶିକୁ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି।

ସୂଚନାଥାଉ କି, ମୁକେଶ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିଛନ୍ତି। ଏ ନେଇ ସେ ଜେଲ ପ୍ରଶାସନଙ୍କୁ ପତ୍ର ଦେଇଛନ୍ତି। ବୁଧବାର ସକାଳେ ଏହି ଆବେଦନ ପତ୍ର ଗୃହ ବିଭାଗକୁ ପଠାଇ ଦିଆଯାଇଛି। ଗୃହ ବିଭାଗ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବ। ତେବେ ଏହାର ନିଷ୍ପତ୍ତି କେବେ ନିଆଯିବ ତାହା ଜଣାନାହିଁ। ଯାହା ବି ହେଉ, ଫାଶୀରୁ ବର୍ତ୍ତିବା ପାଇଁ ଏବେ ଶେଷ ଉପାୟ ଯାହା ଥିଲା ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ। ଯଦି ଏହା ଖାରଜ ହୋଇଯାଏ ତେବେ ଫାଶୀ ସୁନିଶ୍ଚିତ।
ପଢନ୍ତୁ: ଆଜିଠାରୁ ବାଧ୍ୟତାମୂଳକ ହେଲା ଫାଷ୍ଟଟ୍ୟାଗ

ସମ୍ବନ୍ଧିତ ଖବର

ହାତରେ ଦା’ ଧରି ଖେତରେ ଚାଷ କରୁଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ

Ratnamani Maharana

କମିଲା ସୁନା ଦର

Ratnamani Maharana

ଜାନୁଆରି ୪ରୁ ହେବାକୁ ଯାଉଛି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦

Ratnamani Maharana

ବାଗଦାଦ ବିମାନବନ୍ଦରରେ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର ଷ୍ଟ୍ରାଇକ୍

Ratnamani Maharana

ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସାମିଲ ହେବନାହିଁ ପଶ୍ଚିମବଙ୍ଗ ପ୍ରଜ୍ଞାପନ ମେଢ଼

Ratnamani Maharana

୨୦୨୦ରେ ୬୭ ଦିନ ବ୍ୟାଙ୍କ ବନ୍ଦ

Ratnamani Maharana