Entertainment

୫୧ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍‌!

By Krishna Kumar Manoj

May 15, 2018

ବଲିଉଡ୍‌ର ନାମୀଦାମୀ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ୍‌ ଆଜି ୫୧ ବର୍ଷରେ ପାଦ ଥାପିଛନ୍ତି। ବାସ୍ତବରେ କିନ୍ତୁ ତାଙ୍କୁ ଦେଖି ତାଙ୍କ ବୟସର ଅନୁମାନ୍‌ ଲଗାଇବା କଷ୍ଟକର ହୋଇପଡେ। ମାଧୁରୀଙ୍କ ସୌନ୍ଦର୍ଯ୍ୟ ସହ ତାଙ୍କ ଅଭିନୟ, ଡ୍ୟାନ୍ସ ଓ ହସ ମଧ୍ୟ ତାଙ୍କ ଫ୍ୟାନ୍‌ଙ୍କୁ ପୂରା ଦିୱାନା କରିଛି।। ଆଜି ବି ତାଙ୍କର ଟିକିଏ ଝଲକ ପାଇବା ପାଇଁ ତାଙ୍କ ଫ୍ୟାନ୍‌ମାନେ ଚାହିଁ ବସିଥାନ୍ତି। ସେ ୧୯୬୭ ମସିହା ମେ ୧୫ ତାରିଖରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ।

୯୦ ଦଶକରେ ବଲିଉଡର ଟପ ଅଭିନେତ୍ରୀ ଥିଲେ ମାଧୁରୀ। ସେ ଗୋଟିଏ ପରେ ଗୋଟିଏ ଅନେକ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି। ଏପରିକି ଗୋଟିଏ ଫିଲ୍ମ ପାଇଁ ତାଙ୍କୁ ସଲମାନଙ୍କ ଠାରୁ ଅଧିକ ଫିସ ମଧ୍ୟ ମିଳିଥିଲା।

୧୯୮୮ ମସିହାରେ ତେଜାବ୍‌ ଫିଲ୍ମରେ ଏକ୍‌ ଦୋ ତିନ୍‌…ଗୀତରେ ତାଙ୍କର ନୃତ୍ୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଏହାପରେ ଦୟାବାନ୍‌, ରାମଲଖନ, ପରିନ୍ଦା, ଦିଲ୍‌, ସାଜନ୍‌, ବେଟା, ଖଳନାୟକ, ହମ୍‌ ଆପ୍‌କେ ହୈ କୌନ୍‌, ରାଜା, ଦିଲ୍‌ ତୋ ପାଗଲ୍‌ ହୈ ଆଦି ଫିଲ୍ମରେ ତାଙ୍କର ଉଚ୍ଚକୋଟୀର ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୮ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା।

ପଢନ୍ତୁ;କର୍ଣ୍ଣାଟକ ନିର୍ବାଚନ: ଭୋଟ ଗଣତି ଆରମ୍ଭ,ବିଜେପି ଆଗୁଆ!