Spread the loveଇନ୍ୟୁଜଓଡିଆ ର ପୁରା ଟିମ ତରଫରୁ ଓଡିଆ ଅଭିନେତ୍ରୀ ରିୟା ଦେ ଙ୍କ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ତାଙ୍କ ଜୀବନ ସୁଖ ସମୃଦ୍ଧିରେ... ଓଡିଆ ଅଭିନେତ୍ରୀ ରିୟା ଦେ ଙ୍କ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
Spread the love

ଇନ୍ୟୁଜଓଡିଆ ର ପୁରା ଟିମ ତରଫରୁ ଓଡିଆ ଅଭିନେତ୍ରୀ ରିୟା ଦେ ଙ୍କ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ତାଙ୍କ ଜୀବନ ସୁଖ ସମୃଦ୍ଧିରେ ପୁରିଉଠୁ ।

ପ୍ରେମ ଅଢେଇ ଅକ୍ଷରରୁ ନିଜ ଚଳଚିତ୍ର ଜୀବନ ଯାତ୍ରା ଆରମ୍ଭ କରିଥିବା ଏହି ଲୋକପ୍ରିୟ ନାୟିକା ଜଣକ ଆଜି ପର୍ଯ୍ୟନ୍ତ ଅନେକ ସିନେମାରେ ଅହିନୟ କରିସାରିଲେଣି । ବାବୁଶାନ, ସିଦ୍ଧାନ୍ତ, ଅମ୍ଳାନ, ଅରିନ୍ଦମ ଓ ଅନେକ ନୂଆ କଳାକାରଙ୍କ ବିପକ୍ଷରେ ଏଯାବତ ରିୟା ୧୬ ଟି ଚଳଚିତ୍ରରେ ଅଭିନୟ କରିସାରିଲେଣି ।

କ୍ରୀମିନାଲ, ଧର୍ମ, ଇଡିୟଟ, ତୁ ଯେ ସେଇ, ତୋର ଦିନେକୁ ମୋର ଦିନେ ଆଦି ଅନେକ ସିନେମାରେ ଦର୍ଶକେ ତାଙ୍କୁ ପରଦା ଉପରେ ଦେଖିସାରିଲେଣି । ଦିବାନା ହେଲି ତୋ ପାଇଁ ତାଙ୍କର ଆଗାମୀ ସିନେମା । ଏଥିରେ ସେ ଜଣେ ନୂଆ କଳାକାରଙ୍କ ବିପକ୍ଷରେ ଦେଖାଦେବେ । ସିଦ୍ଧାନ୍ତ, ଶ୍ରୀତମ ମଧ୍ୟ ଏହି ସିନେମାରେ ମୁଖ୍ୟ ଭୂମିକାରେ ଦେଖାଦେବେ ।

ଓଡିଆ ଅଭିନେତ୍ରୀ ରିୟା ଦେ ଙ୍କ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା

Your email address will not be published. Required fields are marked *