Entertainment

ରିଲିଜ୍ ହେଲା ହିମେଶଙ୍କ ‘ହାପି ହାର୍ଡି ଆଣ୍ଡ ହୀର’ର ଟିଜର

Untitled 1

ବଲିଉଡ଼ କଣ୍ଠଶିଳ୍ପୀ ତଥା ଅଭିନେତା ହିମେଶ ରେଶମିୟାଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହାପି ହାର୍ଡି ଆଣ୍ଡ ହୀର’ର ଟିଜର ମଙ୍ଗଳବାର ରିଲିଜ୍ ହୋଇଛି। ପୂର୍ବରୁ ଏହାର ମୋଶନ୍ ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଏବେ ଏହାର ମ୍ୟୁଜିକ୍ ଟିଜର୍ ରିଲିଜ୍ ହୋଇଛି। ଏଥିରେ ହିମେଶ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ। ୩ ମିନିଟର ଏହି ଟିଜରରେ ମୁଖ୍ୟତଃ ହିମେଶଙ୍କୁ ହିଁ ଦେଖିବାକୁ ମିଳିଛି।

ଏଥିରେ ହିମେଶ ଦୁଇଟି ଭୂମିକାରେ ଅଭିନୟ କରିଛନ୍ତି। ସୋନିଆ ମନ୍‌ଙ୍କୁ ଚଳଚ୍ଚିତ୍ରରେ ହିମେଶଙ୍କ ବିପକ୍ଷ ନାୟିକା ଭାବେ ଦେଖିବାକୁ ମିଳିବ। ଦୀପଶିଖା ଦେଶମୁଖ ଓ ସବିତା ମାଣକଚନ୍ଦଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ରାକା ସେନ୍ ବହନ କରିଛନ୍ତି। ଏହା ଚଳିତ ବର୍ଷ ସେପ୍ଟେମ୍ବର ମାସରେ ପରଦାକୁ ଆସିବ।

ପଢନ୍ତୁ: #ଶାଢ଼ି ଟୁଇଟର ଚ୍ୟାଲେଞ୍ଜ ଟ୍ରେଣ୍ଡରେ ପ୍ରିୟଙ୍କା ଗାନ୍ଧି ଭଦ୍ରା

Related posts

ଏଥର ପୁଣି ପୂଜା ବଜାରରେ ବାବୁସାନଙ୍କ ସହ କମାଲ କରିବେ ଏହି ନାୟିକା

ENO Beuro

ବିବାହ ତାରିଖ ବିଧିବଦ୍ଧ ଭାବେ ଘୋଷଣା କଲେ ଦୀପିକା ଓ ରଣବୀର

ENO Beuro

୨୬ ବର୍ଷ ବୟସରେ ମୃତ୍ୟୁ ଘଟିଛି  ‘ଦିଲ୍‌ ମିଲ୍‌ ଗୟେ’ର ଅଭିନେତା କରନ

ENO Beuro

Leave a Comment