News

୨୦୧୫ ଦଙ୍ଗା ମାମଲା: ହାର୍ଦ୍ଦିକ୍‌ ପଟେଲ ଦୋଷୀ ସାବ୍ୟସ୍ତ,୨ ବର୍ଷ ଜେଲ

ଗୁଜରାଟ ପାଟିଦାର ନେତା ହାର୍ଦ୍ଦିକ୍‌ ପଟେଲ ୨୦୧୫ ଦଙ୍ଗା ମାମଲାରେ ଆଜି ହାର୍ଦ୍ଦିକ ପଟେଲ ସମେତ ଅନ୍ୟ ତିନିଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବିସ୍‌ନଗର କୋର୍ଟ ପକ୍ଷରୁ ହାର୍ଦ୍ଦିକ୍‌ଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ଏହା ସହିତ ୫୦ ହଜାର ଟଙ୍କାର ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଏହି ମାମଲାରେ ହାର୍ଦ୍ଦିକ ପଟେଲଙ୍କ ସହିତ ଲାଲଦୀ ପଟେଲଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି । ହାର୍ଦ୍ଦିକ ଏବଂ ଲାଲଦୀ ପଟେଲ ହେଉଛି ପଟେଲ ନେତା ।

ସୂଚନା ଯୋଗ୍ୟ ଯେ, ଜୁଲାଇ ୧୩, ୨୦୧୫ରେ ହୋଇଥିବା ହିଂସାରେ ଭାରତୀୟ ଜନତା ପାର୍ଟିର ବିଧାୟକ ଋଷିକେଶଙ୍କ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରାଯାଇଥିଲା।

ପଢନ୍ତୁ; ଇଣ୍ଡିଆନ୍‌ ଆଇଡଲ୍‌ ଟପ୍‌-୧୪ରେ ବିଶ୍ୱଜିତ୍‌

Related posts

ପ୍ରସାଦ ଖାଇ ୧୫ ଜଣଙ୍କ ମୃତ୍ୟ ମାମଲା: ଷଡଯନ୍ତ୍ର ରଚନା କରିଥିଲେ ମନ୍ଦିର ପୂଜାରୀ

ENO Beuro

ଆସନ୍ତା ୧୦ ତାରିଖରୁ ବଢିବ ଶୀତ ପ୍ରକୋପ – ପାଣିପାଗ ବିଭାଗର ପୂର୍ବାନୁମାନ

ENO Beuro

ବର୍ଷା ଯୋଗୁଁ ବିଳମ୍ବିତ ଶ୍ରୀଲଙ୍କା ପାକିସ୍ତାନ ମ୍ୟାଚ

Ratnamani Moharana

1 comment

Leave a Comment