21.7 C
Bhubaneswar
October 29, 2020
EnewsOdia.Com
ଦେଶ ବିଦେଶ ରାଜନୀତି

ଜାନୁଆରି ୧୮ରୁ ହାର୍ଦ୍ଦିକ ପଟେଲ ନିଖୋଜ

ଗୁଜରାଟ କଂଗ୍ରେସ ନେତା ତଥା ପଟିଦାର ଆନ୍ଦୋଳନର ନେତୃତ୍ବ ନେଉଥିବା ହାର୍ଦ୍ଦିକ ପଟେଲ ଗତ ଜାନୁଆରି ୧୮ରୁ ନିଖୋଜ ହୋଇ ଯାଇଛନ୍ତି। ରାଷ୍ଟ୍ରଦ୍ରୋହ ମାମଲାରେ ଜାନୁଆରି ୧୮ରେ ପୁଲିସ ଗିରଫ କରିବା ପରଠାରୁ ତାଙ୍କର କୌଣସି ସନ୍ଧାନ ମିଳୁନାହିଁ ବୋଲି ହାର୍ଦ୍ଦିକଙ୍କ ପତ୍ନୀ କିଞ୍ଜଲ ଅଭିଯୋଗ କରିଛନ୍ତି। କୋର୍ଟ ତାଙ୍କ ବିରୋଧରେ ଜାମିନବିହିନ ଗିରଫ ପରୱାନା ଜାରି କରିଥିଲା। ଏହା ବଳରେ ପୁଲିସ ଜାନୁଆରି ୧୮ରେ ତାଙ୍କୁ ଗିରଫ କରିଥିଲା। ତାଙ୍କୁ ୪ ଦିନ ପାଇଁ ଜାମିନ ମିଳିଥିଲା। ପୁଣି ଅନ୍ୟ ଦୁଇଟି ମାମଲାରେ ପୁଲିସ ତାଙ୍କୁ ଆଉଥରେ ଗିରଫ କରି ନେଇଥିଲା। ଏହି ଦୁଇଟି ମାମଲାରେ ହାର୍ଦ୍ଦିକଙ୍କୁ ଜାନୁଆରି ୨୪ରେ ପୁଣିଥରେ ଜାମିନ ମିଳିଥିଲା।

ମାତ୍ର ଫେବ୍ରୁଆରି ୭ରେ ଟ୍ରାଏଲ କୋର୍ଟ ତାଙ୍କ ବିରୋଧରେ ପୁଣି ଜାମିନବିହିନ ଗିରଫ ପରୱାନା ଜାରି କରିଥିଲେ। କିନ୍ତୁ ହାର୍ଦ୍ଦିକ ସେବେଠୁ ନିଖୋଜ ଅଛନ୍ତି। ତାଙ୍କର କୌଣସି ସନ୍ଧାନ ମିଳୁନାହିଁ ବୋଲି ତାଙ୍କ ପତ୍ନୀ କିଞ୍ଜଲ କହିଛନ୍ତି।

ପଢନ୍ତୁ: ୨୦୨୧ କୁମ୍ଭ ଶାହି ସ୍ନାନ ତାରିଖ ଘୋଷଣା

Related posts

ଦେଖୁ ଦେଖୁ ଭାଇରାଲ ହୋଇଗଲା ଛୋଟେ ନଓ୍ଵାବ୍‌ଙ୍କର ଏହି ଲାଟେଷ୍ଟ ଫଟୋ

Ratnamani Maharana

ନିର୍ଭୟା ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

Ratnamani Maharana

ଅଚଳ ବିମାନକୁ ନେଇ ଯାଉଥିବା ସମୟରେ ଫ୍ଲାଏ ଓଭର ତଳେ ଫଶିଲା ଟ୍ରକ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More