News

ନିର୍ବାଚନୀ ସଭାରେ ହାର୍ଦ୍ଦିକଙ୍କୁ ଚାପୁଡ଼ା ମାରିଲେ ଜନସାଧାରଣ

ସାଧାରଣ ସଭାରେ ମାଡ ଖାଇଲେ ହାର୍ଦ୍ଦିକ ପଟେଲ

ହାର୍ଦ୍ଧିକ ପଟେଲ  ଗୁଜରାଟର ଜାମନଗର ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ନିର୍ବାଚନୀ ସଭାରେ ଭାଷଣ ଦେଉଥିବାବେଳେ ଅପ୍ରୀତିକର ପରିସ୍ଥିତିର ସମମ୍ନା କରିଥିଲେ ହାର୍ଦ୍ଦିକ। କାଲି ଗୁଜରାଟର ସୁରେନ୍ଦ୍ରନଗରରେ  ଜନ ଆକ୍ରୋଶ ସଭାରେ ହାର୍ଦ୍ଦିକ ଭାଷଣ ଦେଉଥିବା ବେଳେ ଜଣେ ଅଜଣା ବ୍ୟକ୍ତି  ହଠାତ୍‌ ତାଙ୍କ ନିକଟକୁ ଆସି ତାଙ୍କୁ ଏକ ଶକ୍ତ ଚାପୁଡ଼ା  ମାରିଥିଲେ। ଉତ୍ୟକ୍ତ ଜନତା ହାର୍ଦ୍ଦିକଙ୍କ ଉପରେ କରିଥିଲେ ଆକ୍ରମଣ। ଏହି ଘଟଣା ପରେ କଂଗ୍ରେସ ସମର୍ଥକ ଓ ଆକ୍ରମଣକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଥିବା କଂଗ୍ରେସ କର୍ମୀମାନେ ମାଡ଼ ମାରିଥିବା ଯୁବକଙ୍କୁ କାବୁ କରିଥିଲେ।ତେବେ କଣ ପାଇଁ ବ୍ୟକ୍ତି ଜଣକ ହାର୍ଦ୍ଦିକଙ୍କୁ ଚାପୁଡା ମାରିଥିଲେ ତାହା ସ୍ପଷ୍ଟ ହୋଇନହି।

ନିକଟରେ ବହୁ ନେତା ନିର୍ବାଚନୀ ପ୍ରଚାରରେ ଜନ ଆକ୍ରୋଶର  ଶିକାର ହୋଇଛନ୍ତି। ଗତକାଲି ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ  ବେଳେ ବିଜେପି ନେତା ଜିଭିଏଲ୍‌ ନରସିମ୍‌ହା ରାଓଙ୍କ ଉପରକୁ ଚପଲ ମାଡ଼ ହୋଇଥିଲା।
ପଢନ୍ତୁ: ନିର୍ବାଚନ ଫ୍ଲାଇଂ ସ୍କ୍ବାର୍ଡ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ରୁଜୁ କଲା ମାମଲା

Related posts

ପିସିସି ପଦରୁ ଇସ୍ତଫା ଦେଲେ ନିରଞ୍ଜନ ପଟ୍ଟନାୟକ

Ratnamani Moharana

ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତିକ୍ଷାର ଅନ୍ତ : ସମ୍ବଲପୁର ଦେଇ ଗଡ଼ିଲା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ

ENO Beuro

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ

ENO Beuro

Leave a Comment