News

ହିନ୍ଦୁସ୍ତାନର ଟଙ୍କାଟିଏ ଦେଲା ପାକିସ୍ତାନର ୨୦ କୋଟିକୁ ମାତ୍

Untitled 1

କୁଳଭୂଷଣ ମାମଲାରେ ଭାରତର ବଡ଼ ବିଜୟ। ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ୍‌। ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ହେଗ୍‌ ସ୍ଥିତ ଇଣ୍ଟରନ୍ୟାସନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ ବା ICJ। ମାମଲାର ଶୁଣାଣି କରି ICJ କହିଛନ୍ତି, କୁଳଭୂଷଣଙ୍କୁ ଫାଶୀ ଦେଇ ପାରିବନି ପାକିସ୍ତାନ। ହିନ୍ଦୁସ୍ତାନର ଟଙ୍କାଟିଏ  ପାକିସ୍ତାନର ୨୦ କୋଟିକୁ ମାତ୍ ଦେଇଛି । ଭାରତୀୟ ଓକିଲ ହରିଶ ସାଲଭେ ନିଜର ଦୃଢ ଯୁକ୍ତି ଉପସ୍ଥାପନ କରିବା ସହ ପାକିସ୍ତାନର ଦୁଇ ଓକିଲଙ୍କ ଯୁକ୍ତିକୁ ସଫଳତାର ସହ ମୁକାବିଲା କରିଥିଲେ | ଏହି ସଫଳତାର ଶ୍ରେୟ ପାଇଛନ୍ତି ଭାରତୀୟ ଓକିଲ ହରିଶ ସାଲଭେ। ସୋସିଆଲ୍ ମଡିଆରେ ହରିଶଙ୍କର ହେଉଛି ଜୋରଦାର ପ୍ରଶଂସା ।

ICJ ରେ ଭାରତର ପ୍ରତିନିଧିତ୍ବ କରିଥିବା ହରିଶ ହେଉଛନ୍ତି ଉଚ୍ଚତମ ନ୍ଯାୟାଳୟର ଜଣେ ବରିଷ୍ଠ ଓକିଲ । ତାଙ୍କର ଗଣତି ଦେଶର ସବୁଠାରୁ ଦାମୀ ଓକିଲା ଭାବରେ ହୁଏ । ତାଙ୍କର ଗୋଟିଏ ଦିନର ଫିସ୍ ହେଉଛି ୩୦ ଲକ୍ଷ । ମାତ୍ର କୁଳଭୂଷଣଙ୍କ କେସ୍ ଲଢିବା ପାଇଁ ସେ ନେଇଥିଲେ ମାତ୍ର ଟଙ୍କା ଟିଏ । ଏଠାରେ ସୂଚନା ଥାଉ କି ନିଜ ଦେଶର ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ହରିଶ ମାତ୍ର ୧ ଟଙ୍କା ଦେୟ ନେବାକୁ ନିଜ ପକ୍ଷରୁ କହିଥିଲେ | ବଡ କଥା ଦେଶର ସବୁଠାରୁ ମହଙ୍ଗା ଓକିଲ ଭାବେ ହରିଶ ଜଣାଶୁଣା |ସେହି ସମୟରେ ପାକିସ୍ତାନ ସରକାର ଗତ ବର୍ଷ ସଂସଦରେ ବଜେଟ୍ ଉପସ୍ଥାପନ କରିବା ବେଳେ ଆଇସିଜେରେ ଯାଦବଙ୍କ ବିରୋଧରେ କେସ୍ ଲଢିବା ପାଇଁ ଓକିଲ ଖାଓ୍ଵର କୁରେଶୀଙ୍କୁ  ୨୦ କୋଟି ଟଙ୍କା ଦିଆଯାଇଛି ବୋଲି କହିଥିଲେ। କେମ୍ବ୍ରିଜ ୟୁନିଭର୍ସିଟିରେ ଆଇନରେ ସ୍ନାତକ ହାସଲ କରିଥିବା କୁରେସୀ ଆଇସିଜେରେ ସବୁଠୁ କମ୍ ବୟସର ଓକିଲ।
ପଢନ୍ତୁ: ଇତିହାସ ରଚିବାକୁ ଆଉ ମାତ୍ର ୪ ଦିନ, ଜୁଲାଇ ୨୨ରେ ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

Related posts

ଆଜି ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା

ENO Beuro

ଆସନ୍ତାକାଲି ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ,ଜାଣନ୍ତୁ ଏହା ସମ୍ପର୍କିତ କିଛି ଖାସ୍ କଥା

ENO Beuro

ଆଜିଠୁ ପୁଣି ଅନଶନରେ ବସିଲେ ଅନ୍ନା ହଜାରେ

ENO Beuro

Leave a Comment