February 18, 2019

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିଙ୍କୁ ହରାଇ ହରି ହେଲେ ରାଜ୍ୟସଭାର ଉପସଭାପତି

hari

ହରିବଂଶ ନାରାୟଣ ସିଂହ ହେଲେ ରାଜ୍ୟସଭାର ଉପସଭାପତି

ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଛନ୍ତି। ଏନ୍‍ଡିଏ ତରଫରୁ ପ୍ରାର୍ଥୀ ହୋଇଥିବା ଜେଡୁୟୁ ନେତା ହରିବଂଶ ବିରୋଧୀ ତଥା କଂଗ୍ରେସ ପ୍ରାର୍ଥୀ ବି କେ ହରିପ୍ରସାଦଙ୍କୁ ୨୦ଟି ଭୋଟରେ ହରାଇ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ହରିବଂଶ ୧୨୫ଟି ଭୋଟ ପାଇଥିବା ବେଳେ ହରିପ୍ରସାଦ ୧୦୫ଟି ଭୋଟ ପାଇଛନ୍ତି।

ଜିତିବା ପାଇଁ ହରିବଂଶଙ୍କ ଲାଗି ୧୨୩ ସଦସ୍ୟଙ୍କ ସମର୍ଥନ ଜରୁରୀ ଥିଲା। ଏନ୍‌ଡିଏର ୯୧ ସଦସ୍ୟ ଥିବାବେଳେ ବିଜେଡି, ଏଆଇଏଡିଏମ୍‌କେ ଏବଂ ଟିଆରଏସ୍‌ ସଦସ୍ୟ ହରିବଂଶଙ୍କ ସପକ୍ଷରେ ଭୋଟ ଦେଇଥିଲେ। ଭୋଟିଂରେ ୨୩୦ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ।

hari

୧୯୭୭ଠାରୁ ଲଗାତର ରାଜ୍ୟ ସଭା ଉପାଧ୍ୟକ୍ଷ ଭାବେ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରୁଥିବାବେଳେ ଚଳିତ ଥର ବ୍ୟତିକ୍ରମ ସୃଷ୍ଟି ହୋଇଛି। ଏହା ଭାଜପା ପାଇଁ ବିଶେଷ ଗୁରୁତ୍ୱବହନ କରୁଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

ସୂଚନାଯୋଗ୍ୟ,ରାଜ୍ୟସଭାରେ ବର୍ତ୍ତମାନ ବିଜେପି ସବୁଠାରୁ ବଡ଼ ଦଳ। ଏହାର ସଦସ୍ୟ ସଂଖ୍ୟା ୭୩। ତା ପରେ କଂଗ୍ରେସର ସାଂସଦ ସଂଖ୍ୟା ରହିଛି ୫୦। ସେହିପରି ତୃଣମୂଳ କଂଗ୍ରେସ ,ଏଆଇଡିଏମକେ ଓ ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ସଂଖ୍ୟା ୧୩ ଲେଖାଏଁ ରହିଥିବା ବେଳେ ବଜେଡିର ସଦସ୍ୟ ସଂଖ୍ୟା ୯ ରହିଛି।

ପଢନ୍ତୁ;ଆଇପିଏଲ ବ୍ରାଣ୍ଡ୍‍ ମୂଲ୍ୟ: ଛୁଇଁଲା ୬.୩ ନିୟୁତ ଡଲାର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More