LIFESTYLE

ଆପଣ ରାତିରେ କେଶ ସଫା କରୁଛନ୍ତି କି? ସାବଧାନ ! ଏହା ଆପଣଙ୍କ କେଶ ପାଇଁ କ୍ଷତିକାରକ ହୋଇଥାଏ

ଅଧିକାଂଶ ମହିଳା ରାତିରେ ଗାଧୋଇବାକୁ ପସନ୍ଦ କରିଥାଆନ୍ତି ଆଉ କେତେକ ମହିଳା ଦିନରେ। କିଏ ଓ କେତେବେଳେ ଗାଧୋଇବାକୁ ପସନ୍ଦ କରୁଛନ୍ତି ସେଇଟା ମୁଖ୍ୟ ପ୍ରସଙ୍ଗ ନୁହେଁ । ମୁଖ୍ୟ ପ୍ରସଙ୍ଗ ହେଲା ଆପଣ କେଉଁ ସମୟରେ କେଶ ସଫା କରିବାକୁ ବେଶି ପସନ୍ଦ କରନ୍ତି। କିଛି ମହିଳା ଏମିତି ବି ଅଛନ୍ତି ଯେଉଁମାନେ କି ଉଭୟ ସକାଳ ଓ ସନ୍ଧ୍ୟାରେ ମଧ୍ୟ ଗାଧୋଇବାକୁ ପସନ୍ଦ କରିଥାଆନ୍ତି।

ଯଦି ଆପଣ ରାତିରେ ଗାଧେଇବା ସହ କେଶ ସଫା କରୁଛନ୍ତି। ତେବେ ଏହା ଆପଣଙ୍କ କେଶ ପାଇଁ କ୍ଷତିକାରକ ହୋଇପାରେ।

କେମେତି ଏହା କେଶ ପ୍ରତି କୁପ୍ରଭାବ ପକେଇଥାଏ ,ଜାଣନ୍ତୁ ସେ ସମ୍ପର୍କରେ-

କିଛି ମହିଳା ସକାଳର ସ୍ୱଳ୍ପ ସମୟକୁ ବଂଚାଇବା ଉଦ୍ଦେଶ୍ୟରେ ରାତିରେ ହିଁ କେଶ ସଫା କରି ଦିଅନ୍ତି । କିନ୍ତୁ ଆପଣ ଜାଣି ନାହାଁନ୍ତି ବୋଧେ , ଏହା କରିବା ଆପଣଙ୍କ କେଶପାଇଁ କେତେ କ୍ଷତିକାରକ ହୋଇପାରେ !
ଏକ ଗବେଷଣାରୁ ଯାହା ସୂଚନା ମିଳିଛି ଯେ , ରାତି ସମୟରେ କେଶ ଧୋଇବା ଦ୍ୱାରା ଅଧିକ ପରିମାଣରେ କେଶ ଝଡିଥାଏ । କାରଣ ରାତିରେ କେଶ ଧୋଇବା ଦ୍ୱାରା ଏହା ଭଲ ଭାବରେ ଶୁଖି ନ ଥାଏ ଏବଂ ଓଦା ରହିବା ଯୋଗୁଁ ଏହାର ମୂଳ ଅତ୍ୟନ୍ତ ନରମ ହୋଇଯାଇ ଥାଏ ଯାହା ଫଳରେ ଅଧିକ ପରିମାଣରେ କେଶ ଝଡିଥାଏ ।

ଯଦି ଆପଣ ଓଦା କେଶରେ ଶୁଅନ୍ତି କିମ୍ବା ଶୋଇବା ସମୟରେ ବାରମ୍ବାର କଡ ନେଉଟାଇବା ଦ୍ୱାରା ଶୁଖିଲା କେଶ ଝଡିବା ଅପେକ୍ଷା ଓଦା କେଶରେ ଅଧିକ ମାତ୍ରାରେ କେଶ ଝଡିଥାଏ । ଏହା ବ୍ୟତିତ,କେଶକୁ ରାତିରେ ଧୋଇବା ଦ୍ୱାରା ଆଉ ଏକ ସମସ୍ୟା ଦେଖାଦେଇଥାଏ । ଯଦି ଆପଣଙ୍କ କେଶ ସଂପୂର୍ଣ୍ଣ ଭାବରେ ଶୁଖି ନ ଥାଏ ତେବେ ଆପଣ କରିଥିବା ହେୟାର ଷ୍ଟାଇଲ ଖରାପ ହୋଇଯିବାର ଅଧିକ ସମ୍ଭାବନା ଦେଖା ଦେଇଥାଏ ।

ତେବେ ଏହାର ଗୋଟିଏ ମାତ୍ର ଉପାୟ ହେଲା, ଯଦି ଆପଣ ରାତିରେ କେଶ ଧୋଉଛନ୍ତି ତାହାହେଲେ ତାକୁ ଭଲଭାବରେ ଶୁଖାଇ ତାପରେ ଶୋଇବାକୁ ଯାଅନ୍ତୁ।

ପଢନ୍ତୁ;

ଅଯୋଧ୍ୟାର ବିବାଦୀୟ ମାମଲାର ଶୁଣାଣି : କହିଲେ ଏହା ହେଉଛି ସଂପୂର୍ଣ୍ଣ ରୂପେ ଜମି ବିବାଦ

Related posts

କେଶର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରନ୍ତୁ ପିଜୁଳି ପତ୍ର! ଆସନ୍ତୁ ଜାଣିବା ଏହି ପତ୍ର ଦ୍ଵାରା କେଶର କେଉଁ କେଉଁ ସମସ୍ୟା ଦୂରହୋଇଥାଏ?

ENO Beuro

ଆସନ୍ତୁ ଜାଣିବା ଚାଉଳ ପାଣି ପିଇବା ଦ୍ଵାରା କି ଉପକାର ମିଳେ

ENO Beuro

ଆପଣଙ୍କ ପୋଷାକରୁ ଦୁର୍ଗନ୍ଧ ବାହାରୁଛି କି ? ତାହାଲେ ଆପଣାନ୍ତୁ ଏହି ଟିପ୍ସ

ENO Beuro

1 comment

Leave a Comment