February 18, 2019

ପୋଡା ତେଲରେ ରୋଷେଇ କରୁଛନ୍ତି କି ?ତେବେ ସାବଧାନ,କର୍କଟ ରୋଗର ଶିକାର ହୋଇପାରନ୍ତି

ରୋଷେଇ ବେଳେ ସାବଧାନ

ଥରେ ରୋଷେଇ ପରେ ବଳକା ତେଲକୁ ଅନେକ ଲୋକ ଆଉ ଥରେ ରୋଷେଇରେ ବ୍ୟବହାର କରିଥାନ୍ତି । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି କାରକ ହୋଇପାରେ । ଏହି ପୋଡା ତେଲକୁ ପୁଣି ବ୍ୟବହାର କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ । ଏହାଦ୍ୱାରା କର୍କଟ ରୋଗ  ହେବାର ସମ୍ଭାବନା ଥାଏ । ଏହି ତେଲକୁ ଅନେକ ଥର ଗରମ କରିବା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇ ଥାଏ ।

ପୋଡା ତେଲରେ ଧିରେ ଧିରେ ଫ୍ରି ରେଡିକଲ୍ସର ତିଆରି ହେବାକୁ ଲାଗେ । ଏହି ରେଡିକଲ୍ସ ବାହାରିବାରେ ତେଲରେ ଆଣ୍ଟି ଅକ୍ସିଡେଂଟର ମାତ୍ରା ସରିଯାଏ । ଏହି ତେଲ ସରୀରରେ କୋଲେଷ୍ଟ୍ରାଲର ସ୍ତରକୁ ବଢାଇଥାଏ । ଖାଲି ଏତିକି ନୁହେଁ ଏହାର ସେବନରେ ଏସିଡିଟି ଓ ହୃଦରୋଗ ବି ହୋଇପାରେ ।

ଏଣୁ ରୋଷେଇ ବେଳେ ଆପଣ ସାବଧାନ ହେବା ଜରୁରି । ପୋଡା ତେଲକୁ ବରଂ ବାହାରେ ଢାଳି ଦିଅନ୍ତୁ , କିନ୍ତୁ ଲୋଭର ବଶବର୍ତ୍ତୀ ହୋଇ ଏମିତି ଭୁଲ୍ କରନ୍ତୁ ନାହିଁ । ଆଉ ଥରେ ରୋଗଗ୍ରାସ କଲେ ବିପଦରେ ପଡିପାରନ୍ତି ଆପଣ । ଆଉ ମଧ୍ୟ ବାହାର ହୋଟେଲର ଖାଦ୍ୟକୁ ମଧ୍ୟ ଦୂର କରନ୍ତି । କାରଣ ପୋଡା ତେଲ ଅନେକ ଦୋକାନୀ ବ୍ୟବହାର କରିଥାନ୍ତି ।

ପଢନ୍ତୁ ;

ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପ କାହିଁକି ହୋଇଥାଏ ?

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More