HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

know your horoscope

ମେଷ

ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। ବୁଦ୍ଧିଜୀବୀଙ୍କ ସହିତ ସ˚ପର୍କ ମଜଭୁତ ହେବ। ବଡ଼ କ˚ପାନିରେ ଚାକିରର ଡ଼ାକରା ଆସିବ। ବ୍ୟବସାୟ କାମରେ ଜିଲ୍ଲା ବାହାରକୁ ଯିବେ। ଶୁଭରଙ୍ଗ: ଫିକା ହଳଦିଆ

ବୃଷ

ଆର୍ଥିକ ସ୍ଥିତି ଭଲ ରହିବ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ବନ୍ଧୁଙ୍କ ସହ ସମୟ ବିତାଇବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ । ଶୁଭରଙ୍ଗ: ସବୁଜ

ମିଥୁନ

କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । କର୍ତ୍ତବ୍ୟ ପରାୟଣ ହୋଇ କାର‌୍ୟ୍ୟ କରନ୍ତୁ । ଅହଂକାର ତ୍ୟାଗ କରିବା ସହ ହଠାତ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ପରିବାରରେ ଶାନ୍ତି ମିଳିବ । ଶୁଭରଙ୍ଗ: ଧଳା

କର୍କଟ

ଖୋଦ୍‌କୁ ସତେଜ ଅନୁଭବ କରିବେ। ଅଫିସ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବାରେ ସକ୍ଷମ ହେବେ। କାହାରିକୁ ବନ୍ଧୁଭାବେ ଗ୍ରହଣ କରିବେ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଶୁଭରଙ୍ଗ: ଧୂସର

ସିଂହ

ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ। ବିବାହୋତ୍ସୁକମାନଙ୍କର ବିବାହର ପ୍ରଶ୍ନର ନିରାକରଣ ଆସିବ। ଯାତ୍ରା କରିବେ ତଥା ମିତ୍ରମାନଙ୍କଠାରୁ ଉପହାର ଆଦି ମିଳିବ। ଶୁଭରଙ୍ଗ: ଲାଲ

କନ୍ୟା

ଆଜି ଆପଣଙ୍କ ଘରେ ଅତିଥି ମାନଙ୍କର ବହୁତ ଭଲଭାବେ ଚ଼ର୍ଚ୍ଚାହେବ ଏବଂ ଆପଣ ସେମାନଙ୍କ ସହ ଭଲ ସମୟ ଅତିବାହିତ କରିବେ । ଏହିଭଳି ସାମାଜିକ ସମାରୋହରେ ଭାଗ ନିଅନ୍ତୁ । ଆଜି ଆପଣ ମାନସିକ କ୍ଷେତ୍ରରେ ଦୃଢ଼ ରହିବେ । ଶୁଭରଙ୍ଗ: ଲାଲ

ତୁଳା

ଆପଣଙ୍କ ମନୋଭାବ ଆଧୢାତ୍ମିକ ରହିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଜରୁରୀ କାମରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ନାରାଜ ଥିବା ବନ୍ଧୁଙ୍କୁ ମନାଇବା ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା

ବିଛା

ପିଲାଙ୍କ ପାଠ ପଢ଼ାକୁ ନେଇ ଚିନ୍ତିତ ରହିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଶୁଭରଙ୍ଗ: ଧଳା

ଧନୁ

ଆପଣଙ୍କ ଆର୍ଥିକ ବିଷୟ ସୁଦୃଢ଼ ହେବାର ପ୍ରବଳ ଯୋଗ ଅଛି। ବିଚାରରେ ନିର୍ଣ୍ଣୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। ଚାକିରି-ଧନ୍ଦାରେ ପରିସ୍ଥିତି ଅନୁକୂଳ ରହିବ। କ୍ରୋଧକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଶୁଭରଙ୍ଗ: ଲାଲ

ମକର

ମନରେ ନୂଆ ନୂଆ ବିଚାର ଆସିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: କଫିରଙ୍ଗ

କୁମ୍ଭ

ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ । ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ । ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଶୁଭରଙ୍ଗ: ଧଳା

ମୀନ

ଆପଣର ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। ଜୀବନରେ ମଧ୍ୟ ଆନନ୍ଦର ମାତ୍ରା ବଢିବ। ତଥାପି ମଧ୍ୟ ମଧ୍ୟାହ୍ନ ପରେ ଆପଣଙ୍କର ବିଚାରରେ ନକାରାତ୍ମକ ଭାବରେ ବୃଦ୍ଧି ହେବ। ଏହି ହତାଶା ମଧ୍ୟ ବଢିପାରେ। ଶୁଭରଙ୍ଗ: ମେରୁନ

ପଢନ୍ତୁ:  ରାତିରେ ଜନ୍ମ ହୋଇଥିବା ଲୋକମାନେ ହୋଇଥାନ୍ତି ବହୁତ ଖାସ: ଜାଣନ୍ତୁ କିପରି

Related posts

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

ENO Beuro

୧୩ ନଭେମ୍ବର ସୋମବାର , ରାଶିଫଳ

ENO Beuro

୨୮ ନଭେମ୍ବର , ମଙ୍ଗଳବାର – ରାଶିଫଳ

ENO Beuro

Leave a Comment