HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

know your horoscope

ମେଷ

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଅନ୍ୟର ପରାମର୍ଶ ଆପଣଙ୍କ ଲାଗି ଲାଭପ୍ରଦ ହେବ। ପାରିବାରିକ ବିବାଦ ସମାଧାନ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। କାରବାରରେ ଭଲ ପରିଣାମ ମିଳିବ। ଶୁଭରଙ୍ଗ: କ୍ରୀମ୍‌

ବୃଷ 

ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ । ଆଜି ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ। ଶୁଭରଙ୍ଗ: ଧଳା

ମିଥୁନ

ଆଜି ଆବଶ୍ୟକ କାର୍ଯ୍ୟ ପ୍ରାରମ୍ଭ ପାଇଁ ସମୟ ଉଚିତ ନୁହେଁ। ବସ୍ତୁକୁ ନେଇ କରି ବ୍ୟବହାରିକ ମନୋଭାବ ରଖିବେ। ପରିଜନମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆର୍ଥିକ ରୂପରେ ଲାଭ ହେବ।  ଶୁଭରଙ୍ଗ: ଘିଅରଙ୍ଗ

କର୍କଟ

କ୍ୟାରିୟରର ସୁଧାର ପାଇଁ ଭଲ ଦିନଟିଏ। ଆପଣଙ୍କ କାମରେ ଆପଣଙ୍କୁ ପ୍ରସିଦ୍ଧି ଓ ପ୍ରଶ˚ସା ମିଳିବ। ବେପାର ବୃଦ୍ଧି ଲାଗି ଭଲ ପରାମର୍ଶ ପାଇବେ। ସନ୍ତାନଙ୍କର ଖୁସି ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ

ସିଂହ

ନିଜ ଜୀବନରେ ସମସ୍ୟାକୁ ସୁଧାରିବା ପାଇଁ ଆପଣ ଆଜି କୌଣସି ବ୍ୟକ୍ତିଙ୍କର ଉପଦେଶ ଗ୍ରହଣ କରିବେ ।ଅହଂ ଭାବ ଦୂର କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ଶୁଭରଙ୍ଗ: ଲାଲ

କନ୍ୟା

କୌଣସି କଥାକୁ ନେଇ ଜିଦ୍‌ କରନ୍ତୁ ନାହିଁ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ଆର୍ଥିକ ସ୍ଥିତିରେ ଉଠାଣି-ଗଡ଼ାଣି ଦେଖାଦେବ। ଶୁଭରଙ୍ଗ: କଫିରଙ୍ଗ

ତୁଳା

ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ । ସୁଖଦାୟକ ଘଟଣା ଘଟିବ । କାର୍ଯ୍ୟରେ ଯଶ ଏବଂ ସଫଳତା ମିଳିବ । ସ୍ଵାସ୍ଥ୍ୟ ଭଲ ରହିବ । ମାନ-ସମ୍ମାନ ମିଳିବ। ଶୁଭରଙ୍ଗ: ନୀଳ

ବିଛା

ଆଜି ଶାରୀରିକ ଏବଂ ମାନସିକରୂପରେ ଆପଣଙ୍କୁ ପ୍ରସନ୍ନତା ଅନୁଭବ ହେବ। ପରିବାର ସୁଖ-ଶାନ୍ତିର ବାତାବରଣ ରହିବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ସାକ୍ଷାତକରି ଆନନ୍ଦ ଲାଭ ହେବ। ଶୁଭରଙ୍ଗ: ଧଳା

ଧନୁ

ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ଆଗକୁ ବଢ଼ି ଚାଲନ୍ତୁ, ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ଦୀର୍ଘ ଦିନର ସ˚ପର୍କ ପ୍ରେମରେ ବଦଳି ପାରେ। ଶୁଭରଙ୍ଗ: ବାଦାମୀ

ମକର

ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । ଦେଖିଚାହିଁ କାର୍ଯ୍ୟ କରନ୍ତୁ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ଘରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।  ଶୁଭରଙ୍ଗ: ଧଳା

କୁମ୍ଭ

ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ । ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ ।  ଶୁଭରଙ୍ଗ: ଗୋଲାପୀ

ମୀନ

ଆଜି ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ସମାଜରେ ମାନ ସମ୍ମାନ ପାଇବେ। ଅଚାନକ ଧନପ୍ରାପ୍ତି ହେବ। ଆପଣଙ୍କର ନିଜ ପ୍ରେମିକା ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା

ପଢନ୍ତୁ: ଆସନ୍ତୁ ଜାଣିବା ବିପଦ ଆସିବା ଆଗରୁ କି ପ୍ରକାରର ମିଳିଥାଏ ଅଶୁଭ ସଙ୍କେତ

 

 

 

Related posts

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

Leave a Comment