HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

ମେଷ

କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇପାରିବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ଶୁଭରଙ୍ଗ: କଫିରଙ୍ଗ

ବୃଷ

କୌଣସି ପୁରୁଣା ସମସ୍ୟା ସାମନାକୁ ଆସିପାରେ। କର୍ତ୍ତୃପକ୍ଷଙ୍କ କଥାକୁ ଧୢାନ ଦେଇ ଶୁଣିବା ପରେ ଉତ୍ତର ଦିଅନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ପରିବାର ମାମଲା ଆହ୍ବାନ ଭରା ହୋଇପାରେ। ଶୁଭରଙ୍ଗ: ଧଳା

ମିଥୁନ

ଆଜି ଆପଣଙ୍କ ରଚନାତ୍ମକ ଶକ୍ତି ପ୍ରକଟ ହେବ। ସୃଜନାତ୍ମକ ପ୍ରବୃତ୍ତି କରିବେ। ବୈଚାରିକ ଦୃଢ଼ତାରେ ଆପଣଙ୍କ କାର୍ଯ୍ୟ ସଫଳ ବନିବ। ଅଲଙ୍କାର, ବସ୍ତ୍ର, ମଉଜ ସଉକର ସାଧନ ତଥା ମନୋରଞ୍ଜନ ପଛରେ ଆଜି ଅର୍ଥ ଖର୍ଚ୍ଚ କରିବେ। ଶୁଭରଙ୍ଗ: ସବୁଜ

କର୍କଟ

ଆମୋଦ-ପ୍ରମୋଦ, ମନୋରଞ୍ଜନ, ନୃତ୍ୟ ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ମଜ୍ଜି ରହିବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ପ୍ରେମୀପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ । ଶୁଭରଙ୍ଗ: ଗୋଲାପୀ

ସିଂହ

ଆଜି କିଛି ନୂଆ ଅନୁଭବ ପ୍ରାପ୍ତ ହେବ। ଅଫିସ୍ ଆଲୋଚନାରେ ଆପଣ ନୂଆ ଲୋକଙ୍କ ସହିତ ମିଶିବେ। ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। କୌଣସି ନୂଆ ଜାଗାକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଲାଲ

କନ୍ୟା

ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ନୂତନ ବସ୍ତ୍ର କିଣିପାରନ୍ତି।ମନରୁ ସନ୍ଦେହ ଭାବ ତ୍ୟାଗ କରନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପରିବାରର ସହଯୋଗ ମିଳିବ ।  ଶୁଭରଙ୍ଗ: କଫିରଙ୍ଗ

ତୁଳା

ଶାରୀରିକ ମାନସିକ ସୁସ୍ଥତା ସହିତ ଆପଣ ନିଜର କାର୍ଯ୍ୟ ନିର୍ଦ୍ଧାରିତ ରୂପରେ ଆୟୋଜନ ପୂର୍ବକ ସମ୍ପୂର୍ଣ୍ଣ କରି ପାରିବେ। ରୋଗୀବ୍ୟକ୍ତି ଆଜି ସ୍ଵାସ୍ଥ୍ୟରେ ସୁଧାର ଅନୁଭବ କରିବେ। ଶୁଭରଙ୍ଗ: ଗୋଲାପୀ

ବିଛା

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଶୁଭରଙ୍ଗ: ମେରୁନ

ଧନୁ

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନଖୁସି ରହିବ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ ।  ଶୁଭରଙ୍ଗ: ଧଳା

ମକର

ପ୍ରଭୁଙ୍କ ସ୍ମରଣରେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା

କୁମ୍ଭ

ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରିବା ପାଇଁ ଅନୁକୂଳ ଦିନ ଅଟେ। ଜୀବନସାଥୀ ଏବଂ ସନ୍ତାନମାନଙ୍କର ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ଉପଦେଶ। ଚର୍ଚ୍ଚା, ବାଦ-ବିବାଦ ସମୟରେ ମାନହାନି ନ ହେଉ, ଏହାର ଧ୍ୟାନ ରଖିବେ। ମହିଳା ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ। ଶୁଭରଙ୍ଗ: ଆକାଶିନୀଳ

ମୀନ

ବ୍ୟବସାୟ କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ଚିକିତ୍ସକ, ରସାୟନଜ୍ଞ, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା ଓ କଳାକାରମାନେ ବିଶେଷ ଲାଭାନ୍ୱିତ ହୋଇ ପାରନ୍ତି ।  ଶୁଭରଙ୍ଗ: ଧଳା

ପଢନ୍ତୁ: ଗର୍ଭବତୀ ମହିଳା ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Related posts

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment