HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

ମେଷ

ଆଜିର ଦିନ ଆପଣଙ୍କପାଇଁ ମଧ୍ୟମ ଫଳଦାୟୀ ଅଟେ। ଅନାବଶ୍ୟକ ଖର୍ଚ୍ଚ ଉପରେ ଅଂକୁଶ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ ପରିବାରରେ ସୁଖ-ଶାନ୍ତି ବନାଇ ପାରିବେ। ଶୁଭରଙ୍ଗ: ଧଳା

ବୃଷ

ଖୋଦକୁ ଊର୍ଜାବାନ ଅନୁଭବ କରିବେ। କୌଣସି ନିକଟ ସ˚ପର୍କୀୟ ଦ୍ବାରା ଫାଇଦା ହେବ। ଅଫିସରେ ନିଜ କାମକୁ ମନୋଯୋଗରେ କରିବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ସବୁଜ।

ମିଥୁନ

ଶତ୍ରୁଙ୍କଠାରୁ ବିଜୟୀ ହେବେ। ଆୟଠାରୁ ବ୍ୟୟ ଅଧିକ ହେବ।  ବନ୍ଧୁ ମିଳନ ଯୋଗ ରହିଛି । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା

କର୍କଟ

ଆଜି ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଆଗ୍ରହ ବଢିବ । ସାମାଜିକ ରୂପରେ ସମ୍ମାନ ଏବଂ ପ୍ରସିଦ୍ଧି ମଧ୍ୟ ପ୍ରାପ୍ତ କରି ପାରିବେ। ଦାମ୍ପତ୍ୟଜୀବନରେ ସୁଖ ମିଳିବ।ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଶୁଭରଙ୍ଗ: ଲାଲ

ସିଂହ

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ପରିଶ୍ରମର ଫଳ ଦ୍ବିଗୁଣା ପାଇବେ। ସମାଜରେ ମାନ ସମ୍ମାନ ପାଇବେ। ବ୍ୟବସାୟର ବୃଦ୍ଧି ଲାଗି ନୂଆ ଉପାୟ ଗ୍ରହଣ କରିବେ। ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି। ଶୁଭରଙ୍ଗ: ଧଳା

କନ୍ୟା

ପାରିବାରିକ ସମସ୍ୟା ଦୂର ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବ୍ୟବସାୟରେ ଆଶା ମୁତାବକ ଫଳ ମିଳିବ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖା ଦେଇପାରେ । ଶୁଭରଙ୍ଗ: ଧଳା

ତୁଳା

ଆଜି ପୂର୍ବ ଦିନ ଅପେକ୍ଷା ସାମାନ୍ୟ ଭଲ ହେବ। କୌଣସି ଖାସ୍‌ ବିଷୟରେ ସିନିଅରଙ୍କ ସହିତ କଥାବର୍ତ୍ତା କରିବେ। ବେପାରିଙ୍କୁ ଆୟର ନୂଆ ସ୍ରୋତ ମିଳିବ। କୌଣସି ସ˚ପର୍କୀୟ ଆପଣଙ୍କୁ ଉଧାର ମାଗି ପାରନ୍ତି। ଶୁଭରଙ୍ଗ: ଲାଲ

ବିଛା

ଜଗନ୍ନାଥଙ୍କର ଆଶୀର୍ବାଦରେ ଆଜିର ଦିନ ଆପଣଙ୍କପାଇଁ ସଫଳତା ପ୍ରଦାନ କରିବ। ପରିଜନମାନଙ୍କ ସହିତ ସମୟ ସୁଖ ପୂର୍ବକ ବିତିବ। ଚାକିରି କରିଥିବା ଲୋକ ମାନଙ୍କପାଇଁ କାର୍ଯ୍ୟାଳୟରେ ଆଜି ବାତାବରଣ ଅନୁକୂଳ ରହିବ। ଶୁଭରଙ୍ଗ: ଧଳା

ଧନୁ

ଦିନଟି ଭଲରେ କଟିବ। ଶୁଭ ଖବର ଶୁଣିପାରନ୍ତି। କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ପାରିବାରିକ ସମସ୍ୟା ଦେଖା ଦେଇପାରେ । ସୃଜନାତ୍ମକ କାର୍ଯ୍ୟ ସୁନ୍ଦରରୂପେ ସଂପନ୍ନ ହେବ। ସନ୍ତାନମାନଙ୍କର ଶୁଭ ସମାଚାର ମିଳିବ। ଶୁଭରଙ୍ଗ: ମେରୁନ

ମକର

ଦିନଟି ଆପଣଙ୍କ ଲାଗି ଅନୁକୂଳ। ଉନ୍ନତିରେ ଆସୁଥିବା ବାଧା ଦୂର ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ସନ୍ଧ୍ୟାରେ କୌଣସି ଶୁଭ ଖବର ମିଳିବା ହେତୁ ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ନୀଳ

କୁମ୍ଭ

ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରଠାରୁ ଚିନ୍ତିତ ରହିବେ। ସାମାଜିକ କ୍ଷେତ୍ରରେ କୀର୍ତ୍ତି ମିଳିବ। ସନ୍ତାନମାନଙ୍କ ସହିତ ମିଳାମିଶା ଭଲ ରହିବ। ଧର୍ମକାର୍ଯ୍ୟରେ ଯୋଗ ଦେବେ । ଶୁଭରଙ୍ଗ: କଫି

ମୀନ

ଦିନଟି ଆପଣଙ୍କ ଲାଗି ଭଲ ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିପାରେ। ଆପଣଙ୍କୁ ନୂଆ ସ୍ରୋତରୁ ଧନଲାଭ ହୋଇପାରେ। ବୈବାହିକ ଜୀବନ ଖୁସି ଭରା ରହିବ। ଶୁଭରଙ୍ଗ: ଧଳା

ପଢନ୍ତୁ: ଘର ଆଖପାଖରେ ଏହି ସବୁ ଗଛ ରହିଲେ ହୋଇଥାଏ ଅନିଷ୍ଟ: ଜାଣନ୍ତୁ କି କି ଗଛ

Related posts

ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ କ୍ୟାରିୟର କଲେ ଶୁଭ ଫଳ ମିଳିଥାଏ?

ENO Beuro

ରାଶି ଅନୁସାରେ କଣ ଦାନ କଲେ ଅଶୁଭ ହୋଇଥାଏ ଜାଣନ୍ତୁ

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment