HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

H

ମେଷ

ସକାରାତ୍ମକତାରେ ଭରି ରହିବେ। ଧାର୍ମିକ ଯାତ୍ରାରେ ଯାଇପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବାରୁ ମନ ଖୁସି ହେବ। ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ବ୍ୟବସାୟ ପାଇଁ ନୂଆ ସୁଯୋଗ ପାଇବେ। ଶୁଭରଙ୍ଗ: ମେରୁନ

ବୃଷ

ଆଜି ଆପଣ କୌଣସି ନୂଆ କାର୍ଯ୍ୟ କରିବେ ।କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ । ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ । ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ । ଶୁଭରଙ୍ଗ: କ୍ରୀମ୍‌

ମିଥୁନ

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।  ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ମାତାଙ୍କ ସମ୍ମାନ କରନ୍ତୁ ।  ଶୁଭରଙ୍ଗ: ଧଳା

କର୍କଟ

ଆପଣଙ୍କର ଶବ୍ଦଗୁଡ଼ିକୁ ବୁଲେଇ ଆପଣଙ୍କ ବିରୋଧରେ ବ୍ୟବହାର କରାଯାଇପାରେ । ଆଜି ଆପଣ ଜାଣିପାରିବେ ଯେ ଆପଣ ନିଜ ବନ୍ଧୁମାନଙ୍କୁ ବହୁତ ଭଲପାଆନ୍ତି ଏବଂ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହାନ୍ତି । ଶୁଭରଙ୍ଗ: ଧଳା

ସିଂହ

ସାହସିକ ଫଇସଲାରେ ଆପଣଙ୍କୁ ସଫଳତା ମିଳିବ। ପଇସା ମାମଲାରେ ଚିନ୍ତା ସମାପ୍ତ ହେବ। ଅଫିସରେ କୌଣସି ଖୁସି ଖବର ମିଳିବ। କ୍ରିକେଟ ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ। ଶୁଭରଙ୍ଗ: ଲାଲ

କନ୍ୟା

ଆଜି ଆପଣ ମାନସିକ କ୍ଷେତ୍ରରେ ଦୃଢ଼ ରହିବେ । ଆପଣଙ୍କ ଯୋଗ୍ୟତା ଓ ଜ୍ଞାନ ବଳରେ ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ ଓ ତା ସଙ୍ଗେ ଆପଣଙ୍କୁ ଲାଭ ମଧ୍ୟ ମିଳିବ | ଆଜି ଆପଣ ନିଷ୍ପତ୍ତି ନେବେ ଯେ ଯେଉଁ କାମ ଆପଣ କରିବେ ତାହା କିପରି କରିବେ ।  ଶୁଭରଙ୍ଗ: ବାଦାମୀ

ତୁଳା

ଆଜି ଆପଣଙ୍କର ହିଁ ଦିନ ,କାରଣ ସମସ୍ତଙ୍କର ଆଖି ଆଜି ଆପଣଙ୍କର ସଫଳତା ଏବଂ ଯୋଗ୍ୟତା ପାଇଁ ଆପଣଙ୍କୁ ନୂଆ ପରିଚ଼ୟ ମିଳିବ । ଆଜି ଆପଣ ନିଜର ପ୍ରିୟଜନଙ୍କ ସହିତ ସମୟ ବିତାଇବେ । ଶୁଭରଙ୍ଗ: ଧଳା

ବିଛା

ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ପରିବାରରେ ମନମିଳାଇ ଚଳନ୍ତୁ । ଶୁଭରଙ୍ଗ: ଧଳା

ଧନୁ

ଆଜି ଦିନଟି ସକାରାତ୍ମକତାରେ ଭରା ରହିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ମାନ ସମ୍ମାନ ମିଳିବ। ବ୍ୟବସାୟରେ ନୂଆ ପ୍ରସ୍ତାବ ଓ କାମ ମିଳିବ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା

ମକର

ଆଜି ଆପଣଙ୍କ କାର୍ଯ୍ୟ ସରଳତା ପୂର୍ବକ ସମ୍ପୂର୍ଣ୍ଣ ହେବ। ମାନ-ସମ୍ମାନରେ ବୃଦ୍ଧି ହେବ। ଅଫିସ୍ ଉଚ୍ଚ ପଦାଧିକାରିମାନଙ୍କ ତରଫରୁ ପ୍ରୋତ୍ସାହନ ମିଳିବାର ଉପରେ ଆପଣଙ୍କ ଆତ୍ମବିଶ୍ଵାସ ବଢ଼ିବ। ଶୁଭରଙ୍ଗ: ଲାଲ

କୁମ୍ଭ

ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ । ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ । ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଶୁଭରଙ୍ଗ: ଧଳା

ମୀନ

ବ୍ୟବସାୟରେ ନୂଆ ଉପକ୍ରମ ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଅଫିସରେ ଆପଣଙ୍କର କୌଣସି କାମର ପ୍ରଶ˚ସା ହେବ। ଦାଂପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ଶୁଭରଙ୍ଗ: ଧଳା

ପଢନ୍ତୁ: ରାତିରେ ଜନ୍ମ ହୋଇଥିବା ଲୋକମାନେ ହୋଇଥାନ୍ତି ବହୁତ ଖାସ: ଜାଣନ୍ତୁ କିପରି

Related posts

୨୧ ନଭେମ୍ବର, ମଙ୍ଗଳବାର – ରାଶିଫଳ

ENO Beuro

ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ କ୍ୟାରିୟର କଲେ ଶୁଭ ଫଳ ମିଳିଥାଏ?

ENO Beuro

କେଉଁ ରାଶିର ଲୋକଙ୍କୁ ପ୍ରକୃତ ପ୍ରେମ ମିଳିଥାଏ ଜାଣନ୍ତୁ?

ENO Beuro

Leave a Comment