HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

H

ମେଷ

ଶାରୀରିକ ଏବଂ ମାନସିକ ସୁଖ ମିଳିବ। ଚାକିରି – ବ୍ୟବସାୟରେ ଲାଭର ଯୋଗ ଅଛି। ଅଧିକାରୀ ବର୍ଗଙ୍କର ପ୍ରୋତ୍ସାହନରେ ଆପଣଙ୍କ ଉତ୍ସାହ ବଢ଼ିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ଶୁଭରଙ୍ଗ: ଧଳା

ବୃଷ

କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ଆଶ୍ୱସ୍ତି ସୂଚକ କଥା ଶୁଣି ମନ ଖୁସି ରହିବ । ମହିଳାମାନେ ସମ୍ପର୍କୀୟମାନଙ୍କ ଦ୍ୱାରା ସୁବିଧାପାଇବେ । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ-ପ୍ରସଙ୍ଗରେ ମଧୁରତା ଆସିବ । ଶୁଭରଙ୍ଗ: କ୍ରୀମ୍‌

ମିଥୁନ

ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ। ପରାକ୍ରମ କ୍ଷେତ୍ରରେ ବିଜୟ ଲାଭ କରିବେ । ଭ୍ରମଣ ଯୋଗ ରହିଛି। ଶୁଭରଙ୍ଗ: ଧଳା

କର୍କଟ

ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚର ଯୋଗ ଅଛି। ସ୍ଵାସ୍ଥ୍ୟ କିଛି ଖରାପ ରହିପାରେ। ବିଦ୍ୟାର୍ଥିମାନଙ୍କ ପାଇଁ ମଧ୍ୟମ ସମୟ ଅଟେ। ଶୁଭରଙ୍ଗ: ଧଳା

ସିଂହ

କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତିଅଟଳ ରଖି ପାରିବେ । ଶୁଭରଙ୍ଗ: ମ୍ୟାଜଣ୍ତା

କନ୍ୟା

ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ନୂଆ ସଉଦା କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କୋର୍ଟ କଚେରି ମାମଲାରେ ସଫଳତା ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ଶୁଭରଙ୍ଗ: ବାଦାମୀ

ତୁଳା

ଆପଣଙ୍କ ନୂଆ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତକଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବ୍ୟବସାୟରେ ଅଟକିଥିବା ପଇସା ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା

ବିଛା

ଜଗନ୍ନାଥଙ୍କର କୃପାରେ ଦାମ୍ପତ୍ୟଜୀବନ ସୁଖଦ କ୍ଷଣର ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ଆପଣ ପ୍ରତିଷ୍ଠା ପ୍ରାପ୍ତ କରିବେ। ମନୋରଞ୍ଜନ ପାଇଁ ସମୟ ବାହାର କରି ପାରିବେ। ଶୁଭରଙ୍ଗ: ମେରୁନ

ଧନୁ

ଆଜି ଧାର୍ମିକ ଏବଂ ଆଧ୍ୟାତ୍ମିକ ପ୍ରବୃତ୍ତି ବିଶେଷର ପ୍ରଭାବ ରହିବ। କୌଣସି ନିର୍ଣ୍ଣୟ ନେବାରେ ଅସୁବିଧା ହୋଇପାରେ। ଅର୍ଥର ଦେବା-ନେବା କିମ୍ବା ଆର୍ଥିକ ବ୍ୟବହାର ନ କରିବାପାଇଁ ଉପଦେଶ। ଶୁଭରଙ୍ଗ: ଗୋଲାପୀ

ମକର

ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ । ଶୁଭରଙ୍ଗ: ଫିକା ହଳଦିଆ

କୁମ୍ଭ

ମନ ଖୁସି ରହିବ। ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି ।  ଶୁଭରଙ୍ଗ: ନୀଳ

ମୀନ

ମନ ପ୍ରଫୁଲ୍ଲ ରହିବ। ମିତ୍ରଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ। ପଦୋନ୍ନତିର ପୂର୍ବାଭାସ ପାଇବେ। ଶୁଭରଙ୍ଗ: କ୍ରୀମ୍‌

ପଢନ୍ତୁ: ଭଗବାନଙ୍କୁ ଫୁଲ ଅର୍ପଣ ସମୟରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ଆପଣଙ୍କ ଜୀବନ ସୁଖମୟ ହୋଇଯିବ

Related posts

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

ଜାଣନ୍ତୁ ଆଜିର ରାଶିଫଳ

ENO Beuro

ଜାଣନ୍ତୁ କେମିତି କଟିବ ଆଜିର ଦିନ: ରାଶିଫଳ

Ratnamani Moharana

Leave a Comment