HOROSCOPES

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

H

ମେଷ

ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହେବ । ରୁଚିପୂର୍ଣ୍ଣ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମୋକଦ୍ଦମାରେ ବିଜୟୀ ହୋଇ ଧନ ଲାଭ କରିବେ । ରାଜକୃପା ପାଇ ସନ୍ତୁଷ୍ଟ ହେବେ । ଶୁଭରଙ୍ଗ: ଧଳା

ବୃଷ

ଆପଣଙ୍କର ମନୋଭାବ କୌତୁକିଆ ରହିବ। ନୂଆ ଲୋକଙ୍କ ସହିତ ମିଷ୍ଟାଳାପ ହେବ। ଯାହାକି ଭବିଷ୍ୟତରେ ଲାଭ ମିଳିବ। ବୈ‌େଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ଫିକା ହଳଦିଆ

ମିଥୁନ

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବା ସହ ପୁରୁଣା ରୋଗରୁ ସାମାନ୍ୟ ଉପସମ ମିଳିବ । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ ।  ଶୁଭରଙ୍ଗ: ଧଳା

କର୍କଟ

ନୂତନ କାର୍ଯ୍ୟାରମ୍ଭ କଲେ କାର୍ଯ୍ୟପୂରଣ କରିପାରିବେ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। ଶୁଭରଙ୍ଗ: ସବୁଜ

ସିଂହ

ଆଜି କରାଯାଇଥିବା କାର୍ଯ୍ୟରେ ଆପଣଙ୍କୁ ଯଶ, କୀର୍ତ୍ତି ଏବଂ ସଫଳତା ମିଳିବ। ପରିବାର ସଦସ୍ୟଙ୍କ ସହ ହସଖୁସିରେ ସମୟ ବିତିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇପାରନ୍ତି। ଗହଣା କିଣିପାରନ୍ତି। ଶୁଭରଙ୍ଗ: ଲାଲ

କନ୍ୟା

ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ମିତ୍ରମାନେ ସହ ଯୋଗ ପରିବର୍ତ୍ତେ  କରଛଡା ଦେଇପାରନ୍ତି । ଶାରିରୀକ ଦୁର୍ବଳତା ଅନୁଭବ କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ । ଶୁଭରଙ୍ଗ: ବାଦାମୀ

ତୁଳା

ସକାରାତ୍ମକ ଭାବନା ଆପଣଙ୍କ ଲାଗି ଲାଭଦାୟକ ସାବିତ ହେବ। ବ୍ୟବସାୟ ପାଇଁ ଭଲ ଅବସର ପାଇବେ। କାନୁନ ମାମଲାରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ପରିବାରରେ ଖୁସି ବଢ଼ିବ। ଶୁଭରଙ୍ଗ: ଧଳା

ବିଛା

ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଶୁଭରଙ୍ଗ: କ୍ରୀମ୍‌

ଧନୁ

ଆଜି ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବାକୁ ହେବ, ଅନ୍ୟଥା କ୍ଷତି ହୋଇପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଧନ ଖର୍ଚ୍ଚ ହୋଇପାରେ। ନିଷେଧାତ୍ମକ କାର୍ଯ୍ୟ ତଥା ଅନୈତିକ କାମବୃତ୍ତି ମାର୍ଗରେ ନ ଯିବାକୁ ଧ୍ୟାନ ରଖିବେ।  ଶୁଭରଙ୍ଗ: ଗୋଲାପୀ

ମକର

ମୁଣ୍ଡରେ ଯନ୍ତ୍ରଣା ହୋଇପାରେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି କଥାକୁ ନେଇ ସାଙ୍ଗମାନଙ୍କ ସହ ମତାନ୍ତର ହୋଇପାରେ। ଶତ୍ରୁ ବୃଦ୍ଧି ସହ ଖର୍ଚ୍ଚ ବୃଦ୍ଧି ହେବ ।ସନ୍ତାନଙ୍କୁ ନେଇ ଆନନ୍ଦିତ ହେବେ । ଶୁଭରଙ୍ଗ: ଧଳା

କୁମ୍ଭ

ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ଆସ୍ତିକ ଓ ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା –କଫଜନିତ ପୀଡା ଅନୁଭବ କରିପାରନ୍ତି । ଶୁଭରଙ୍ଗ: କଫିରଙ୍ଗ

ମୀନ

ଦିନଟି ଆପଣଙ୍କ ଲାଗି ଉନ୍ନତିକାରକ ରହିବ। କାମ ସମୟ ପୂର୍ବରୁ ପୂରା ହୋଇପାରେ। ପଇସା ସମ୍ବନ୍ଧୀୟ ଭଲ ଖବର ପାଇବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳିପାରେ। ଶୁଭରଙ୍ଗ: ଫିକା ହଳଦିଆ

ପଢନ୍ତୁ: ଭୁଲରେ ଏହି ୫ଟି ଭୁଲ କରନ୍ତୁ ନାହିଁ, ହୋଇପାରେ ଅଶୁଭ

Related posts

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

୨୧ ଡିସେମ୍ବର ଗୁରୁବାର ରାଶିଫଳ , ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ

ENO Beuro

Leave a Comment