HOROSCOPES

ଜାଣନ୍ତୁ ଆଜିର ଦିନଟି କେମିତି କଟିବ

Haro

ମେଷ

ଦିନଟି ଠିକ୍‌ଠାକ୍‌ ରହିବ। ପ୍ରତ୍ୟେକ କାମ ବିନା ବିଘ୍ନରେ ସ˚ପନ୍ନ ହେବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ଅଚାନକ ଧନଲାଭ ହେବ। ଦାଂପତ୍ୟ ଜୀବନ ପ୍ରେମ ପୂର୍ବକ ବିତିବ। ଶୁଭରଙ୍ଗ: ଧଳା

ବୃଷ 

ଆପଣଙ୍କ ମଧ୍ୟରେ ଆଜି କିଛି ସୁଧାର ହେବ। ଆପଣ ନୂଆ କାର୍ଯ୍ୟ କରିବା ପାଇଁ ଉତ୍ସାହିତ ହେବେ। ତଥା କାର୍ଯ୍ୟଙ୍କର ପ୍ରାରମ୍ଭ ମଧ୍ୟ କରି ପାରିବେ। କିନ୍ତୁ ଦ୍ୱନ୍ଦ୍ୱରେ ନିର୍ଣ୍ଣୟ ନିଅନ୍ତୁ ନାହିଁ।  ପ୍ରକୃତିର ବିଭବ ବସ୍ତୁକୁ ଭଲ ପାଇବେ ଏବଂ ଏହାକୁ ଉପଭୋଗ କରିବେ । ଶୁଭରଙ୍ଗ: ଘିଅରଙ୍ଗ

ମିଥୁନ

ଆଜି  କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ।  ଶୁଭରଙ୍ଗ: ଧଳା

କର୍କଟ

ଜଗନ୍ନାଥଙ୍କର ଆଶୀର୍ବାଦରେ ଶାରୀରିକ ଏବଂ ମାନସିକ ସୁଖ ରହିବ । ଚାକିରି-ବ୍ୟବସାୟରେ ଆପଣଙ୍କ କାର୍ଯ୍ୟଗୁଡ଼ିକର ପ୍ରଶଂସା ହେବ । ବ୍ୟାପାରିମାନଙ୍କ ଦ୍ଵାରା କାମର ମର୍ଯ୍ୟାଦା ହେବ, ଯାହା ଆପଣଙ୍କୁ ଅଧିକ ପ୍ରୋତ୍ସାହିତ କରିବ । ଶୁଭରଙ୍ଗ: ଧୂସର

ସିଂହ

ଆପଣଙ୍କର ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ପୁଞ୍ଜି ବଜାରରେ ଆପଣଙ୍କୁ ଲାଭ ମିଳିପାରେ। ରାଜନୀତିରେ ମନୋକାମନା ପୂରା ହେବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା

କନ୍ୟା

ଅଧିକାରୀମାନଙ୍କ ସହିତ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବେ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ। ଶୁଭରଙ୍ଗ: ସବୁଜ

ତୁଳା

ଦ୍ୱନ୍ଦ୍ୱ ଭିତରେ ରହିବେ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଧନପ୍ରାପ୍ତି ଯୋଗ ରହିଛି। ସ୍ଥିରମନରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଶରୀର ଅସୁସ୍ଥ ରହିପାରେ । ଶୁଭରଙ୍ଗ: ନୀଳ

ବିଛା

ନିଜ କ୍ରୋଧକୁ ନିଜ ଭିତରେ ରଖିବା ହିଁ ମଙ୍ଗଳ । ଏହି କଳହ ଦ୍ୱାରା ଆପଣ ଲାଭବାନ ହେବେ ନାହିଁ ବରଂ ଏହା ଆପଣଙ୍କର ଅଧିକ ଚ଼ିନ୍ତାର କାରଣ ହେବ । ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ । ଶୁଭରଙ୍ଗ: ଧଳା

ଧନୁ

ଭାଗ୍ୟ ଆପଣଙ୍କ ଉପରେ ଦୟାଳୁ ରହିବେ। ବ୍ୟବସାୟ ଲାଗି ଭଲ ଅବସର ମିଳିବ। ଜୀବନସାଥୀଙ୍କ ସହିତ ପୂର୍ବ ଅପେକ୍ଷା ସମ୍ବନ୍ଧ ମଜଭୁତ ହେବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ। ମିଳିବ। ଶୁଭରଙ୍ଗ: ମ୍ୟାଜଣ୍ତା

ମକର

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଲକ୍ଷ୍ୟସ୍ଥଳରେ ପହଞ୍ଚିବାର କୌଣସି ଅସୁବିଧା ହେବ ନାହିଁ। ସରକାରୀ କ୍ଷେତ୍ରରେ ଲାଗି ରହିଥିବା ବାଧା ଦୂର ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: କ୍ରୀମ୍‌

କୁମ୍ଭ

ମନ ପ୍ରଫୁଲ୍ଲ ରହିବ। ଆପଣଙ୍କର କୌଣସି କାମ ଲାଗି ବଡ଼ଙ୍କ ସହିତ ଆଲୋଚନା କରିବେ। ଅଫିସ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ନୀଳ

ମୀନ

ନୂଆ କାମ ଶୁଭାରମ୍ଭ କରିବା ପାଇଁ ଶୁଭ ସମୟ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ପରିଶ୍ରମୀ ଲୋକଙ୍କୁ ନିଜ ପିଶ୍ରମର ମିଠାଫଳ ମିଳିବ। ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ଘିଅରଙ୍ଗ

ପଢନ୍ତୁ: ଏହିସବୁ ଜିନିଷ ହାତରୁ ଖସିବା ଦେଇଥାଏ ଅଶୁଭ ସଂଙ୍କେତ, ଜାଣି ରୁହନ୍ତୁ ଏହା ବିଷୟରେ

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

୨୦ ଡିସେମ୍ବର ବୁଧବାର , ଜାଣନ୍ତୁ କେମିତି କଟିବ ଆଜିର ଦିନ

ENO Beuro

୪ ନଭେମ୍ବର, ଆଜିର ରାଶିଫଳ

ENO Beuro

Leave a Comment