HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

ମେଷ

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। କୌଣସି ସ˚ପର୍କୀୟଙ୍କୁ ମନାଇବାରେ ସମୟ କଟିବ। କାରବାରରେ ସଫଳତା ମିଳିବ। ଶୁଭରଙ୍ଗ: ଫିକା ହଳଦିଆ

ବୃଷ

ଆଜିର ଲାଭଦାୟକ ଦିନରେ ଆପଣଙ୍କ ବୈଚାରିକ ସମୃଦ୍ଧି ବଢ଼ିବ। ଆନନ୍ଦର ପ୍ରାପ୍ତି, ଜୀବନସାଥୀଙ୍କ ନିକଟତା ଏବଂ ଯାତ୍ରା କିମ୍ବା ପର୍ଯଟନରେ ଆପଣଙ୍କ ଆଜିର ଦିନ ଆନନ୍ଦିତ ରହିବ। ଶୁଭରଙ୍ଗ: ସବୁଜ

ମିଥୁନ

ସାଙ୍ଗସାଥୀ ଓ ବନ୍ଧୁ ପରିଜନଙ୍କ ସହ ଆଜିର ଦିନଟି ଖୁସିରେ କଟିବ।ଆଜିର ଦିନ ଅନିୟନ୍ତ୍ରିତ ଏବଂ ଅନୈତିକ ବ୍ୟବହାର ଆପଣଙ୍କୁ ଅସୁବିଧାରେ ପକାଇପାରେ। ଦୁର୍ଘଟଣାରୁ ବଞ୍ଚନ୍ତୁ। ପରିବାରରେ ଖୁସିରେ ବାତାବରଣ ରହିବ। ଶୁଭରଙ୍ଗ: ଧଳା

କର୍କଟ

ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ରହିବ। ସାଂସାରିକ ଜୀବନରେ ଆନନ୍ଦ ଅନୁଭବ କରିବେ। ଶୁଭରଙ୍ଗ: ନୀଳ

ସିଂହ

ଧାର୍ମିକ ଭାବନାରେ ସମୟ ବିତିବ। ଆର୍ଥିକ ରୂପେ ସବୁ କିଛି ଭଲ ରହିବ। ବ୍ୟବସାୟ ସମ୍ବନ୍ଧରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ରାଜନୀତିକଙ୍କ ନେତାଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଧଳା

କନ୍ୟା

ଆଜିର ଦିନଟି ବ୍ୟସ୍ତତା ଭିତରେ କଟିବ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ସଦ୍ଭାବନା ସହିତ କରାଯାଇଥିବା ପରୋପକାରୀ କାର୍ଯ୍ୟ ଆପଣଙ୍କୁ ଆନ୍ତରିକ ଖୁସି ଦେବ। ଶୁଭରଙ୍ଗ: ଧଳା

ତୁଳା

ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।ଆଜି ଆପଣଙ୍କ ବାଣୀର ଜାଦୁରେ କାହାକୁ ଖୁସି କରି ଆପଣଙ୍କୁ ଲାଭ ଦେବ। ପୁରୁଣା କଥାକୁ ନେଇ ଚିନ୍ତା ବୃଦ୍ଧି ହେବ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।ଶୁଭରଙ୍ଗ: କ୍ରୀମ୍‌

ବିଛା

ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇବେ। ଅନୁଗତଙ୍କ ପ୍ରତି ସାବଧାନ ରହନ୍ତୁ। କୌଣସି ଲୋକଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ନୀଳ

ଧନୁ

ଆଜିର ଦିନ ଶୁଭ ଫଳ ପ୍ରଦାନ କରିବ। ଗୃହସ୍ଥ ଜୀବନରେ ଆନନ୍ଦ ଛାଇ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ।ଶୁଭରଙ୍ଗ: ଧଳା

ମକର

ସରଳ ବିଶ୍ୱାସୀ ପ୍ରତାରିତ ହୋଇପାରନ୍ତି । ସ୍ୱାସ୍ଥ୍ୟରେ ଅବନ୍ନତି ଘଟିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଭାବିଚିନ୍ତି ପ୍ରତ୍ୟେକ କାର‌୍ୟ୍ୟ କରନ୍ତୁ । ଗାଡ଼ି ଚଳାଇଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା

କୁମ୍ଭ

ଅତ୍ୟଧିକ ଭାବନାଶୀଳତା ଆପଣଙ୍କ ଦୃଢ଼ତାକୁ କମଜୋର କରିବ। ପାଣି ତଥା ଅନ୍ୟ ତରଳ ପଦାର୍ଥ ପ୍ରତି ସାବଧାନ ରୁହନ୍ତୁ।  କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଶୁଭରଙ୍ଗ: କ୍ରୀମ୍‌

ମୀନ

ଶିକ୍ଷକ ଓ ପୂଜକଙ୍କ ଲାଗି ଦିନଟି ଭଲ। ନୂଆ ଜମି କିମ୍ବା ଘର କିଣିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଅଫିସରେ କୌଣସି କାମର ଦାୟିତ୍ବ ମିଳିପାରେ। ରାଜନୀତିରେ ସୀମା ବଢ଼ାଇବେ। ଶୁଭରଙ୍ଗ: ଧୂସର

ପଢନ୍ତୁ: ଘର ଆଖପାଖରେ ଏହି ସବୁ ଗଛ ରହିଲେ ହୋଇଥାଏ ଅନିଷ୍ଟ: ଜାଣନ୍ତୁ କି କି ଗଛ

Related posts

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment