HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

R

ମେଷ

ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ବୟୋଜ୍ୟେଷ୍ଠଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ବେପାରିଙ୍କୁ ଅଚାନକ ଧନଲାଭ ହେବ। ପାରିବାରିକ ଜୀବନରେ ସୁଖୀ ରହିବେ। ପ୍ରେମ ସମ୍ବନ୍ଧରେ ମନୋକାମନା ପୂରା ହେବ। ଶୁଭରଙ୍ଗ: କ୍ରୀମ୍‌

ବୃଷ

ଆଜି ଆପଣ ନିଜକୁ ଊର୍ଜାର ପୂରାପୂରି ଅନୁଭବ କରିବେ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଘିଅରଙ୍ଗ

ମିଥୁନ

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଆପଣଙ୍କ ନିଜ ପରିଶ୍ରମର ବଢ଼ିଆ ପରିଣାମ ପାଇବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ବଢ଼ିବ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଧଳା

କର୍କଟ

ସୁଖ ଓ ସୌଭାଗ୍ୟ ବୃଦ୍ଧି ହେବ। ଚାକିରି ପେସା ବ୍ୟକ୍ତିଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ସ୍ଥଗିତ ଥିବା କାମ ଅତିଶୀଘ୍ର ପୂରା ହୋଇଯିବ। ସଙ୍ଗୀତ ଶୁଣିବାକୁ ମନରେ ଆଗ୍ରହ ବଢ଼ିବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ଶୁଭରଙ୍ଗ: ନୀଳ

ସିଂହ

ମନ ପ୍ରଫୁଲ୍ଲ ରହିବ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। କିଛି ନୂଆ କରିବା ଲାଗି ଚିନ୍ତା କରିବେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଲାଭପ୍ରଦ ହେବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: କଫିରଙ୍ଗ

କନ୍ୟା

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ବ୍ୟକ୍ତିତ୍ବର ବିକାଶ ହେବ। ଚାକିରି ସମ୍ବନ୍ଧିତ ମନୋକାମନା ପୂରା ହେବ। ବ୍ୟବସାୟର ସାମାନ୍ୟ ପରିବର୍ତ୍ତନରେ ଯଥେଷ୍ଟ ଲାଭ ପାଇବେ। ଦାଂପତ୍ୟ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ମେରୁନ

ତୁଳା

କୌଣସି ଖବର ପାଇ ମନ ବିଚଳିତ ହୋଇପାରେ। ଅର୍ଥ ନେଣେଦେଣେ ବ୍ୟାପାରରେ ସାବଧାନୀ ରହନ୍ତୁ। ଭାଗୀଦାରି କାରବାରରେ ଆଜି ପାଇଁ ଅର୍ଥ ନିବେଶ କରନ୍ତୁ ନାହିଁ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା

ବିଛା

ବ୍ୟବସାୟ ଓ ଚାକିରିରେ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଆପଣଙ୍କର ପଦ ପ୍ରତିଷ୍ଠା ବଢ଼ିପାରେ। କଳାକାରଙ୍କ ଲାଗି ଦିନଟି ଅନୁକୂଳ। ଆପଣଙ୍କ ପ୍ରତିଭାର ଲୋକଙ୍କୁ ପ୍ରେରଣା ମିଳିବ। ଘରେ ଶାନ୍ତି ଓ ସୁଖଦ ବାତାବରଣ ରହିବ। ଶୁଭରଙ୍ଗ: ଧଳା

ଧନୁ

ମାନସିକ ଓ ଶରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟାଳୟରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା

ମକର

ଯଥେଷ୍ଟ ରୋମାଣ୍ଟିକ ମନୋଭାବରେ ରହିବେ। ଅଭିନୟ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ବୈଦଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ବିଦ୍ୟାର୍ଥୀଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଶୁଭରଙ୍ଗ: ଲାଲ

କୁମ୍ଭ

ଦିନଟି ଆପଣଙ୍କ ଅନୁକୂଳ ରହିବ। ସିନଅରଙ୍କ ସହଯୋଗରେ ଆପଣଙ୍କର କୌଣସି ଆଶା ପୂରା ହେବ। ଆପଣଙ୍କ ପ୍ରତିଷ୍ଠା ବଢ଼ିବ ଓ ଉପହାର ମିଳିପାରେ। ଭୂସ˚ପତ୍ତି କିଣିବା ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା

ମୀନ

ଆ କାର୍ଯ୍ୟକୁ ନେଇ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ଓକିଲଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ସମସ୍ୟା ସମାଧାନ ସହଜରେ ହେବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଶୁଭରଙ୍ଗ: ଧଳା

ପଢନ୍ତୁ: ଜ୍ୟୋତିଷ ଶାସ୍ତ୍ରନୁସାରେ ହନୁମାନଙ୍କୁ ପାନ ବିଡ଼ା ଅର୍ପଣ କଲେ ଦୂର ହେବ ବିଭିନ୍ନ ସମସ୍ୟା

Related posts

ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ କ୍ୟାରିୟର କଲେ ଶୁଭ ଫଳ ମିଳିଥାଏ?

ENO Beuro

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment