HOROSCOPES

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Untitled 1

ମେଷ

ଜୀବନରେ କୌଣସି ପରିବର୍ତ୍ତନ ଉପରେ ବିଚାର କରିବେ। ଜରୁରୀ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ମହିଳାଙ୍କୁ ପରିବାରର ପୂରା ସହଯୋଗ ମିଳିବ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା

ବୃଷ

ଆଜି ସବୁ କିଛି ଠିକ୍‌ଠାକ୍‌ ରହିବ। ବେପାରିବର୍ଗଙ୍କର ସ୍ଥଗିତ ଥିବା କାମ ଦ୍ରୁତଗତିରେ ଆଗକୁ ବଢ଼ିବ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ମହିଳାମାନଙ୍କ ଲାଗି ଭଲ ଦିନଟିଏ। ଜୀବନସାଥୀଙ୍କ ଠାରୁ ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ବାଦାମୀ

ମିଥୁନ

ଧର୍ମକାର୍ଯ୍ୟରେ ରୁଚି ବିଢ଼ିବ। ଜୀବନରେ ସୁଖ ଓ ଶାନ୍ତି ଅନୁଭବ କରିବେ। ଅଫିସରେ ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ହୋଇପାରନ୍ତି। ବ୍ୟବସାୟରେ ବଡ଼ ସଉଦା ହୋଇପାରେ। ପ୍ରେମ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା

କର୍କଟ

ଆପଣଙ୍କର ସକାରାତ୍ମକ ବିଚାର ପାଖଆଖର ବାତାବରଣକୁ ସକାରାତ୍ମକ କରି ରଖିବ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଅଚାନକ ଧନଲାଭ ହେବ। ଜମି ସମ୍ବନ୍ଧୀୟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଶୁଭରଙ୍ଗ: କ୍ରୀମ୍‌

ସିଂହ

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହଛି। ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ଜମି କିମ୍ବା ନୂଆ ଘର କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା

କନ୍ୟା

ଦିନଟି ଆପଣଙ୍କ ଲାଗି ଲାଭପ୍ରଦ ରହିବ। ଇଚ୍ଛା ପୂରା କରିବାର ପ୍ରୟାସରେ ସଫଳ ହେବେ। ସାଥୀରେ କାମ କରୁଥିବା ଲୋକେ ଆପଣଙ୍କ ଉପରେ ଖୁସି ରହିବେ। ଘରୋଇ ସୁଖ ସୁବିଧା ପାଇଁ ନୂଆ ଜିନିଷ କିଣିବେ। ଶୁଭରଙ୍ଗ: ସବୁଜ

ତୁଳା

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆଜି କିଛି ନୂଆ କାମ କରି ପାରନ୍ତି। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ରାଜନୀତିରେ ବଡ଼ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ନୀଳ

ବିଛା

ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। ଅଫିସରେ ଆପଣଙ୍କ କାମକୁ ନେଇ କର୍ତ୍ତୃପକ୍ଷ ଖୁସି ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ପିତା-ମାତା କୌଣସି ଜରୁରୀ କାମ ପୂରା କରିନେବେ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଲାଲ

ଧନୁ

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଆପଣ ନିଜର ଲକ୍ଷ ହାସଲ ପାଇଁ ଠୋସ୍‌ ଯୋଜନା କରିବେ। କର୍ମଜୀବି ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ଆପଣ ପିଲା ମାନଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା

ମକର

ଆଜି ପୂରା ଦିନ ମନ ପ୍ରସନ୍ନ ରହିବ। କୌଣସି ବିଶେଷ କାର୍ଯ୍ୟ ଅତିଶୀଘ୍ର କରିଦେବେ। କାରବାରରେ ଧନଲାଭ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ବିଦ୍ୟର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ

କୁମ୍ଭ

ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ। ଆପଣଙ୍କ ପ୍ରଭାବ ଲୋକଙ୍କ ଉପରେ ପଡ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା

ମୀନ

ଆଜି ଆପଣ ପ୍ରେମ ହିଁ ପ୍ରେମ ବାଣ୍ଟିବେ। ସମୟ ଆପଣଙ୍କୁ ଅବଶ୍ୟ ସାଥ ଦେବ। ଆପଣ କିଛି ଏଭଳି କାମ କରିବେ ଯାହା ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ଘର ପାଇଁ ଜରୁରୀ ଜିନିଷ କିଣିବେ। ପତି-ପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଫିକା ହଳଦିଆ

ପଢନ୍ତୁ: ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ଲଗାନ୍ତୁ ଏହି ସବୁ ଗଛ

Related posts

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

Leave a Comment