HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

ମେଷ

ଆଜି ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଅତ୍ୟଧିକ ବିଚାର ଏବଂ କ୍ରୋଧ ଆପଣଙ୍କୁ ମାନସିକ ରୂପରେ ଅସୁବିଧା ପହଁଚାଇପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଶୁଭରଙ୍ଗ: ଲାଲ।

ବୃଷ 

ଆଜି ଆପଣଙ୍କୁ ଉଚିତ ସମୟର ଜ୍ଞାନ ରଖିବାକୁ ହେବ। ନୂଆ ଆହ୍ବାନର ସାମନା କରିବେ। ପାରିବାରିକ ବିବାଦରୁ ଦୂରେଇ ରହନ୍ତୁ। କୌଣସି ସ˚ପର୍କିୟ ଆପଣଙ୍କୁ ଉଧାର ମାଗି ପାରନ୍ତି। ଶୁଭରଙ୍ଗ: ସବୁଜ

ମିଥୁନ

ଦିନଟି ଭଲରେ କଟିବ। ବ୍ୟବସାୟୀ ବ୍ୟକ୍ତିମାନଙ୍କ ସହିତ ଉଗ୍ର ବିବାଦ ହେବାର ଆଶଂକା ଅଛି, କିନ୍ତୁ ଆପଣ ଏହାକୁ ଟାଳିବାକୁ ଚେଷ୍ଟା କରିବେ। ଘରକୁ ଅତିଥି ଆସି ପାରନ୍ତି। ପରିଶ୍ରମର ଫଳ ମିଳିବ। ଶୁଭରଙ୍ଗ: ଧଳା

କର୍କଟ

ଆପଣଙ୍କ ଆଜିର ଦିନ ଲାଭଦାୟୀ ରହିବ। ଚାକିରି-ବ୍ୟବସାୟରେ ଲାଭ ପ୍ରାପ୍ତ ହେବ। ଆଜି ଆପଣ ନିଜ ଉପରେ କାର୍ଯ୍ୟ ବୋଧ ବଢ଼ି ଯାଇଛି ବୋଲି ଅନୁଭବ କରିବେ । ଶୁଭରଙ୍ଗ: ଲାଲ

ସିଂହ

ମାନ-ସମ୍ମାନ  ମିଳିବ। ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳା ପାଇବେ। ଭାବିଚିନ୍ତି ଧନ ନିବେଶ କରନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଶୁଭରଙ୍ଗ: ଧଳା

କନ୍ୟା

କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହେବ। ବୈଦେଶିକ ବେପାର ବଣିଜ ଲାଗି ସୁଯୋଗ ଆସିବ। ପ୍ରିୟ ବନ୍ଧୁଙ୍କ ସହିତ ମିଶିବା ପାଇଁ ଉତ୍ସୁକ ହେବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: କଫିରଙ୍ଗ

ତୁଳା

ଆଜି ଆପଣ  ନିଜର ବାଣୀରେ କାହାକୁ ମନ୍ତ୍ରମୁଗ୍ଧ କରି ଲାଭ ପାଇ ପାରିବେ ତଥା ମିଳାମିଶାର ସମ୍ବନ୍ଧ ବନାଇ ପାରିବେ। ଆପଣଙ୍କ ବୈଚାରିକ ସମୃଦ୍ଧିରେ ବୃଦ୍ଧି ହେବ ଏବଂ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ।ଶୁଭରଙ୍ଗ: ଧୂସର

ବିଛା

ଆଗକୁ ବଢ଼ିବାର ଦିନଟିଏ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ଆପଣଙ୍କ ବ୍ୟବସାୟରେ ଭଲ ଗତି ହେବ। ମନ ପ୍ରସନ୍ନ ରହିବ। ଅଚାନକ ଧନପ୍ରାପ୍ତି ହେବ। ଶୁଭରଙ୍ଗ: ଧଳା

ଧନୁ

ବ୍ୟସ୍ତତା ଭିତରେ ଦିନଟି କଟିବ। ବ୍ୟବସାୟରେ ଲାଭ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ଶୁଭରଙ୍ଗ: ଧଳା

ମକର

ଆଜି ଆପଣଙ୍କ ଦିନ ଶୁଭ ରହିବ। ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଦିନ ଶୁଭ ଅଟେ। ମିତ୍ର ଏବଂ ସ୍ଵଜନମାନଙ୍କର ଭେଟ ହେବ। ପ୍ରିୟଜନମାନଙ୍କଠାରୁ ସୁଖ ଏବଂ ଆନନ୍ଦପ୍ରାପ୍ତି ହେବ। ପର୍ଯ୍ୟଟନ ପାଇଁ ମିତ୍ର ତଥା ପରିଜନମାନଙ୍କ ସହିତ ଯୋଜନା ବନି ପାରିବ।

କୁମ୍ଭ

ଆଜି ଆପଣ ଖୋଦ୍‌କୁ ଊର୍ଜାବାନ ଅନୁଭବ କରିବେ। ଚାକିରି ପାଇଁ ଭଲ ପେକେଜ୍‌ ମିଳିବ। ଜମି ଦଲାଲଙ୍କୁ ପୁରୁଣା ସ˚ପତ୍ତିରୁ ଲାଭ ହେବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଧଳା

ମୀନ

ପାରିବାରିକ ସମସ୍ୟା ଦେଖାଦେବ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସନ୍ଦେହଭାବ ତ୍ୟାଗ କରନ୍ତୁ ।ସାହିତ୍ୟ ତଥା ଲେଖନ ପ୍ରବୃତ୍ତିକୁ ଗତି ମିଳିବ। ଶରୀରରେ ଆଳସ୍ୟ ଅନୁଭବ କରିବେ। ଶୁଭରଙ୍ଗ: ଧୂସର

ପଢନ୍ତୁ: ଭଗବାନଙ୍କୁ ଫୁଲ ଅର୍ପଣ ସମୟରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ଆପଣଙ୍କ ଜୀବନ ସୁଖମୟ ହୋଇଯିବ

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଜୁଲାଇ ୭ ଶନିବାର:ଜାଣନ୍ତୁ ଆଜିର ରାଶିଫଳ

ENO Beuro

ଜାଣନ୍ତୁ ଆଜିର ରାଶିଫଳ

ENO Beuro

Leave a Comment