HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

ମେଷ

ଆଜିର ଦିନ ଆପଣ ନିଜର ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟକୁ ଭଲ ରଖିବେ। ଆର୍ଥିକ ଲାଭ ପ୍ରାପ୍ତି କରି ପାରିବେ। ଦାମ୍ପତ୍ୟ ଜୀବନରେ ନିକଟତା ଏବଂ ମଧୁରତା ରହିବ। ମାନ- ପ୍ରତିଷ୍ଠାରେ ବୃଦ୍ଧି ହେବ। ଶୁଭରଙ୍ଗ: କ୍ରୀମ୍‌

ବୃଷ

ଆଜିର ଦିନ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିକୂଳତା ଅନୁଭବ କରିବେ।କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ପେଟଜନିତ ରୋଗରେ ପୀଡ଼ିତ ହୋଇପାରନ୍ତି । ଶୁଭରଙ୍ଗ: ସବୁଜ

ମିଥୁନ

ଦିନଟି ଆପଣଙ୍କ ଲାଗି ଢେର‌୍‌ ଶୁଭଫଳ ଆଣିଦେବ। ଆପଣଙ୍କୁ ପଇସା କମାଇବା ପାଇଁ ବିଚାର ଦେବା ଲୋକ ମିଳିବେ। ଜୀବିକା କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଶୁଭରଙ୍ଗ: ଧଳା

କର୍କଟ

ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଖର୍ଚ୍ଚ ବଢ଼ିବ। ଲେଖକ ଓ କଳାକାରଙ୍କ ପାଇଁ ଦିନଟି ଭଲରେ କଟିବ।ବିଦ୍ୟା ପ୍ରାପ୍ତିରେ ବିଦ୍ୟାର୍ଥିମାନଙ୍କପାଇଁ ଅବରୋଧ ଆସିବ। ଅନାବଶ୍ୟକ ଧନ ଖର୍ଚ୍ଚ ନ ହେଉ, ଏହାର ଧ୍ୟାନ ରଖିବେ।  ଶୁଭରଙ୍ଗ: ଗୋଲାପୀ

ସିଂହ

ଆଜିର ଦିନ ଆପଣଙ୍କୁ ଖୁସି ଏବଂ ସଫଳତା ମିଳିବ। ପାରିବାରିକ ସଦସ୍ୟମାନଙ୍କ ସହିତ ଘରେ ସୁଖ- ଶାନ୍ତିରେ ଦିନ କଟିବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ଲାଭ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପରାସ୍ତ କରି ପାରିବେ। ଶୁଭରଙ୍ଗ: ଧଳା

କନ୍ୟା

କାମଧନ୍ଦାରେ ଯଥେଷ୍ଟ ସଫଳ ହୋଇପାରନ୍ତି। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ଅଫିସରେ ଆପଣ ନିଜର ଦାୟିତ୍ବକୁ ଭଲ ଭାବେ ନିର୍ବାହ କରିବେ। ଶୁଭରଙ୍ଗ: ନୀଳ

ତୁଳା

ନିଜ ବନ୍ଧୁ-ବାନ୍ଧବଙ୍କ ପ୍ରତି ସ୍ନେହ, ସହାନୁଭୂତି ରହିବ । ପ୍ରଭୁକୃପା ଲାଭ କରିପାରନ୍ତି ।କର୍ମକ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ସଚେତନ ହେବା ଆବଶ୍ୟକ । ଘର ପାଇଁ ଜିନିଷ କିଣିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: କଫି

ବିଛା

କାର୍ଯ୍ୟକ୍ଷେତ୍ରରେ ଏଭଳି ଅବସର ମିଳିବ ଯାହାଦ୍ବାରା ଆମଦାନି ବୃଦ୍ଧି ହେବ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ଦାଂପତ୍ୟ ଜୀବନରେ ପ୍ରେମ ବଜାୟ ରହିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: କ୍ରୀମ୍‌

ଧନୁ

ଆଗକୁ ବଢ଼ିବାର ଦିନଟିଏ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ଆପଣଙ୍କ ବ୍ୟବସାୟରେ ଭଲ ଗତି ହେବ। ମନ ପ୍ରସନ୍ନ ରହିବ। ଅଚାନକ ଧନପ୍ରାପ୍ତି ହେବ। ଶୁଭରଙ୍ଗ: ଧଳା

ମକର

ଆପଣଙ୍କ ମନ ଆଧୢାତ୍ମିକରେ ଲାଗି ରହିବ। ପରିଜନଙ୍କ ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ଶତ୍ରୁପକ୍ଷ ଦୂରେଇ ରହିବେ। ଶୁଭରଙ୍ଗ: କଫିରଙ୍ଗ

କୁମ୍ଭ

ଆଜି ଦିନରେ ସାଂଗ ସାଥିମାନଙ୍କ ସହ ଭ୍ରମଣ କିମ୍ବା ଚାପାନ କରି ମାନସିକ କ୍ଳାନ୍ତି ମେଣ୍ଟାଇବେ । ଏହା ସ୍ୱାସ୍ଥ୍ୟ ପାଇଁ ଭଲ । ଆଜି ଆପଣ ନୂଆ କାର୍ଯ୍ୟର ପ୍ରାରମ୍ଭ କିମ୍ବା ତା ପାଇଁ ଯୋଜନା ବନାଇପାରିବେ। ଶୁଭରଙ୍ଗ: ଧଳା

ମୀନ

ଦିନଟି ଉତ୍ତମ ରହିବ। କୌଣସି କାର୍ଯ୍ୟରେ ବାଧା ଦୂର କରିବାର ସଫଳ ହେବେ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ରାଜନୀତିକ କାମରେ ରୁଚି ରହିବ। ପ୍ରିୟଜନ ମିଳନ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା

ପଢନ୍ତୁ: ଭଗବାନଙ୍କୁ ଫୁଲ ଅର୍ପଣ ସମୟରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ଆପଣଙ୍କ ଜୀବନ ସୁଖମୟ ହୋଇଯିବ

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

୧୩ ନଭେମ୍ବର ସୋମବାର , ରାଶିଫଳ

ENO Beuro

୨୫ ନଭେମ୍ବର, ଶନିବାର – ରାଶିଫଳ

ENO Beuro

Leave a Comment