HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Untitled 1

ମେଷ

ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ପରିବାର ଲୋକଙ୍କର ଆପଣଙ୍କ ଠାରୁ କିଛି ଆଶା ରହିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଧଳା

ବୃଷ

ଧାର୍ମିକ ପ୍ରବୃତ୍ତି ବୃଦ୍ଧି ହେବ। ପରିବାର ଲୋକଙ୍କ ସହିତ ମନ୍ଦିରକୁ ଯିବେ। ଲୋକମାନଙ୍କ ମଧୢରେ ଆପଣଙ୍କର ଅଲଗା ଛବି ଦେଖାଯିବ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିପାରେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ବାଦାମୀ

ମିଥୁନ

ନକାରାତ୍ମକ ଚିନ୍ତା ମନରୁ ବାହାର କରିଦିଅନ୍ତୁ। ଆପଣ ଭାବିଥିବା କାମ ପୂରା ହେବ। କୌଣସି ଉପନ୍ୟାସ ପଢ଼ିବାରେ ମନ ବଳାଇପାରନ୍ତି। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଫେସନ ଡିଜାଇନିଙ୍ଗ ଛାତ୍ରୀଙ୍କୁ ଲାଭ ହେବ। ଶୁଭରଙ୍ଗ: ଧଳା

କର୍କଟ

କ୍ୟାରିଅର ସମ୍ବନ୍ଧିତ କୌଣସି ମାମଲା ସମାଧାନ ହେବ। ବରିଷ୍ଠ ଲୋକ ନିଜ ବନ୍ଧୁଙ୍କ ସହିତ ମିଶିବେ। ଅଫିସରେ ବାତାବରଣ କାମର ଗତିକୁ ଦ୍ରୁତ କରିବ। ରାଜନୀତିରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଶୁଭରଙ୍ଗ: ଧଳା

ସିଂହ

ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। ଆପଣଙ୍କର ପ୍ରତିଟି କାମର ବ୍ୟବସ୍ଥା ସହସାରେ ବାହାରିଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରେମ ପ୍ରସଙ୍ଗ ପାଇଁ ଦିନଟି ଅନୁକୂଳ। ସଙ୍ଗୀତ ଶୁଣିବାକୁ ମନ କହିବ। ଶୁଭରଙ୍ଗ: ବାଦାମୀ

କନ୍ୟା

କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟା ଆସିପାରେ। ନୂଆ ସଉଦାରେ ଅର୍ଥ ଲଗାଣ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଚାକିରିରେ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ। ଶୁଭରଙ୍ଗ: ଧଳା

ତୁଳା

ମାତା-ପିତାଙ୍କ ଠାରୁ ନେଇଥିବା ପରାମର୍ଶ ଲାଭପ୍ରଦ ରହିବ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଆୟର ନୂଆ ରାସ୍ତା ଖୋଲିବ। ଚାକିରିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ଜୀବନସାଥୀଙ୍କଠାରୁ ଖୁସି ପାଇବେ। ଶୁଭରଙ୍ଗ: ସବୁଜ

ବିଛା

ଆଜି ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ଉଚ୍ଚଅଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ, ସକାରାତ୍ମକ ଫଳ ମିଳିବ। ବ୍ୟବସାୟରେ ଫାଇଦା ହୋଇପାରେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଧଳା

ଧନୁ

ଆଜି କିଛି ଭଲ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧଳା

ମକର

ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିଛି। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ଫିଲ୍ମରେ ଆପଣଙ୍କୁ ବଢ଼ିଆ ସୁଯୋଗ ମିଳିବ। ବେପାର ଉଦ୍ୟୋଗରେ ଠିକ୍‌ ସମୟରେ ଉଚିତ ନିର୍ଣ୍ଣୟ ନେବେ। ଶୁଭରଙ୍ଗ: ଘିଅରଙ୍ଗ

କୁମ୍ଭ

କୌଣସି କଥାକୁ ନେଇ ଅଶାନ୍ତିରେ ଥିଲେ ସାଥୀଙ୍କୁ କୁହନ୍ତୁ। ଆପଣ ନିଜ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କାରବାରୀଙ୍କୁ ବିଶେଷ ଲାଭ ହେବ। ସ୍ବାସ୍ଥ୍ୟ ଉପରେ ଧୢାନ ଦେବା ଦରକାର। ଶୁଭରଙ୍ଗ: ବାଦାମୀ

ମୀନ

ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କର ସାହାଯ୍ୟ ମିଳିବ। ଆର୍ଥିକ ରୂପେ ଆପଣ ଖାସ୍‌ ସକ୍ଷମ ରହିବେ। ଲେଖକଙ୍କ ବିଚାରର ସମ୍ମାନ ହେବ। ରାଜନୀତିରେ ସଫଳତା ପାଇବେ। ଅବିବାହିତ ଲୋକଙ୍କ ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା

ପଢନ୍ତୁ: ଶ୍ରାବଣ ମାସରେ ଏହି ଉପାୟ ଦ୍ଵାରା ପ୍ରଭୁ ମହାଦେବଙ୍କୁ କରନ୍ତୁ ସନ୍ତୁଷ୍ଟ

 

Related posts

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

Leave a Comment