HOROSCOPES

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Untitled 1

ମେଷ

ଦିନଟି ଆଗକୁ ବଢ଼ିବାରେ ସହାୟକ ହେବ। ସରକାରୀ କାମରେ କୌଣସି ଲୋକଙ୍କ ସହଯୋଗ ପାଇବେ। ଭାଗୀଦାରି କାରବାରରେ ଭଲ ପରିଣାମ ମିଳିବ। ଚାକିରି ତଲାସରେ ଥିବା ଯୁବକଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: କଫିରଙ୍ଗ

ବୃଷ

ପୂଜା ପାଠରେ ଅଧିକ ସମୟ ବିତିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଆପଣ କୌଣସି ଜରୁରୀ କାମ ଶେଷ କରିବାରେ ସଫଳ ହେବେ। ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ଛାତ୍ରଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଗୋଲାପୀ

ମିଥୁନ

ତିକ୍ତ ଅନୁଭବରୁ ମିଠାଫଳ ପାଇବେ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ବିଶେଷ କାମରେ ମିତ୍ରଙ୍କ ଠାରୁ ବଢ଼ିଆ ପରାମର୍ଶ ପାଇବେ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ଫେସନ ଡିଜାଇନିଙ୍ଗ ଛାତ୍ରଙ୍କୁ ଲାଭ ହେବ। ଶୁଭରଙ୍ଗ: ସବୁଜ

କର୍କଟ

ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ପରିଚାଳନା କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ବରିଷ୍ଠ ଲୋକ ନିଜର ବନ୍ଧୁଙ୍କ ସହିତ ମିଶିବେ। ଦାଂପତ୍ୟ ଜୀବନରେ ପାରସ୍ପରିକ ବିଶ୍ବାସରେ ମଜଭୁତ ଆସିବ। ଶୁଭରଙ୍ଗ: ଧଳା

ସିଂହ

ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ। କିଛି ଲୋକ ଆପଣଙ୍କୁ ସାହାଯ୍ୟ କରିବାରେ ପଛଘୁଞ୍ଚା ଦେବେ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା

କନ୍ୟା

ସଫଳତାର ନୂଆ ପାହାଚରେ ପାଦ ରଖିବେ। ଆପଣଙ୍କର ପ୍ରତିଟି କାମର ବ୍ୟବସ୍ଥା ସହସାରେ ବାହାରି ଯିବ। ଅଚାନକ ଧନପ୍ରାପ୍ତି ହେବ। ପରିବାର ଲୋକଙ୍କ ସହିତ ବାହାରକୁ ବୁଲିଯିବାର ଯୋଜନା କରିବେ। ଶୁଭରଙ୍ଗ: ବାଦାମୀ

ତୁଳା

ଆଜି ଭାଗ୍ୟ ଆପଣଙ୍କ ଉପରେ ଦୟାଳୁ ରହିବେ। ଆପଣ କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି। ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ତୁରନ୍ତ ଫଇସଲାର ଲାଭ ମିଳିବ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ସବୁଜ

ବିଛା

ଆପଣଙ୍କ ଭିତରେ ଆତ୍ମବିଶ୍ବାସର ଅଧିକତା ରହିବ। କୌଣସି ଖାସ୍‌ ବ୍ୟକ୍ତିଙ୍କ ଠାରୁ କିଛି ପ୍ରେରଣା ମିଳିପାରେ। ବ୍ୟବସାୟରେ ଆଜି ସଉଦା କରିବାରେ ସଫଳ ହେବେ। ଅଫିସରେ କୌଣସି ନୂଆ ପରିଯୋଜନା ମିଳିପାରେ। ଶୁଭରଙ୍ଗ: ଧଳା

ଧନୁ

କୌଣସି ଜରୁରୀ କାମରେ ଯିବାକୁ ଥିଲେ, ଆତ୍ମବିଶ୍ବାସ ଅତୁଟ ରଖନ୍ତୁ। କୌଣସି ବ୍ୟକ୍ତିଙ୍କ ସହିତ ନୂଆ ପରିଯୋଜନା ଉପରେ କଥା ହେବେ। କୋର୍ଟ କଚେରି ମାମଲାଠୁଁ ଦୂରେଇ ରହନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଧଳା

ମକର

ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇଆସିଛି। ଆପଣ ଏଭଳି କୌଣସି ବ୍ୟକ୍ତିଙ୍କ ସହିତ ମିଶିବେ ଯାହା ଦ୍ବାରା ଜୀବନରେ ପରିବର୍ତ୍ତନ ଆସିବ। ବେପାରରେ ଅଟକି ଥିବା ପଇସା ପାଇବେ। ଘର ଲୋକଙ୍କ ସହିତ ସମ୍ବନ୍ଧ ଭଲରେ କଟିବ। ଶୁଭରଙ୍ଗ: କ୍ରୀମ୍‌

କୁମ୍ଭ

ଆପଣଙ୍କର କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ବନ୍ଧୁ ଆପଣଙ୍କୁ କୌଣସି କାମ ପାଇଁ ସାହାଯ୍ୟ ମାଗିପାରନ୍ତି। ନୂଆ କୌଶଳ ଆପଣଙ୍କ ବେପାରରେ ବୃଦ୍ଧି ହେବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଶୁଭରଙ୍ଗ: ଗୋଲାପୀ

ମୀନ

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଯାହା ବି ଫଇସଲା କରିବେ ଲାଭପ୍ରଦ ରହିବ। କାରବାର ସମ୍ବନ୍ଧୀୟ ଯାତ୍ରାର ଯୋଗ ରହିଛି। ଯୁବକଙ୍କୁ ଚାକିରିର ସୁବର୍ଣ୍ଣ ସୁଯୋଗ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ଶୁଭରଙ୍ଗ: କ୍ରୀମ୍‌

ପଢନ୍ତୁ: ଶ୍ରାବଣ ମାସରେ ଏହି ଉପାୟ ଦ୍ଵାରା ପ୍ରଭୁ ମହାଦେବଙ୍କୁ କରନ୍ତୁ ସନ୍ତୁଷ୍ଟ

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment