HOROSCOPES

ଜାଣନ୍ତୁ ଆଜିର ଦିନଟି କେମିତି କଟିବ

Haro 1024x577

ମେଷ

ଦିନଟି ଆପଣଙ୍କ ଲାଗି ଉତ୍ସାହଭରା ରହିବ। ବଡ଼ ବ୍ୟବସାୟ ଗ୍ରୁପରେ ଭାଗୀଦାରି ହୋଇପାରନ୍ତି। ଅଫିସ୍ କାମରେ ସହର ବାହାରକୁ ଯାଇପାରନ୍ତି। ପ୍ରେମିକାଙ୍କୁ କିଛି ଉପହାର ଦିଅନ୍ତୁ, ସମ୍ବନ୍ଧରେ ଆହୁରି ମଧୁରତା ଆସିବ। ଶୁଭରଙ୍ଗ: ଗୋଲାପୀ

ବୃଷ

ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟ ସମ୍ବନ୍ଧରେ ବଡ଼ ଫଇସଲା ନେଇପାରନ୍ତି। ଅଫିସରେ ଅଧିକାରୀଙ୍କୁ ଇଆଡ଼ୁ ସିଆଡ଼ୁ କିଛି କୁହନ୍ତୁ ନାହିଁ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ଶୁଭରଙ୍ଗ: ଧଳା

ମିଥୁନ

ସ୍ଥଗିତ ଥିବା କାମରେ ସମାଧାନ ମିଳିବା ହେତୁ ମାନସିକ ଶାନ୍ତି ଅନୁଭବ କରିବେ। ଭାଇ ଭଉଣୀଙ୍କ ସହିତ ବୁଝାମଣା ଠିକ୍‌ ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କୌଣସି ମନୋର˚ଜନ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ: ଧଳା

କର୍କଟ

ପୂଜା-ପାଠରେ ଅଧିକ ସମୟ ବିତିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଉନ୍ନତି ଲାଗି ଅଲଗା ଅଲଗା ରାସ୍ତା ସାମନାକୁ ଆସିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଛାତ୍ରଙ୍କୁ କୌଣସି ମିତ୍ରଙ୍କର ସାହାଯ୍ୟ ମିଳିବ। ଶୁଭରଙ୍ଗ: କ୍ରୀମ୍‌

ସିଂହ

କୌଣସି ନା କୌଣସି ସମସ୍ୟାର ମୁକାବିଲା କରିବେ। ଏକାଗ୍ରତା ସହିତ କାମ କରନ୍ତୁ, ପରିଶ୍ରମର ଫଳ ପାଇବେ। କୋର୍ଟ କଚେରି ମାମଲା ବଢ଼ିଆ ଭାବେ ପୂରା ହେବ। ସାର୍ବଜନିକ ଜୀବନରେ ଯଶ ମାନ ଓ ପ୍ରତିଷ୍ଠା ପାଇବେ। ଶୁଭରଙ୍ଗ: ଗୋଲାପୀ

କନ୍ୟା

ନିଜର ମହତ୍ବକୁ ଜାଣନ୍ତୁ। ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ। ଆମଦାନି ଲାଗି ନୂଆ ମାଧୢମ ଦୃଷ୍ଟି ଗୋଚର ହେବ। ଇ˚ଜିନିଅରଙ୍କ ଲାଗି ପଦୋନ୍ନତିର ସୁଯୋଗ ଆସିବ। ରାଜନୀତିକ ନେତାମାନଙ୍କ ଲାଗି ଦିନଟି ଶୁଭ। ଶୁଭରଙ୍ଗ: ଧଳା

ତୁଳା

ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ଜ୍ଞାନ ଓ ବୁଦ୍ଧିବଳ ପ୍ରୟୋଗ କରନ୍ତୁ, ସଫଳତା ପାଇବେ। କ୍ୟାରିଅର ପାଇଁ ନୂଆ ରାସ୍ତା ଉନ୍ମୁକ୍ତ ହେବ। ଘରକୁ ଅତିଥି ଆସିବା ହେତୁ ପରିବାରରେ ଖୁସିର ବାତାବରଣ ରହିବ। ଛାତ୍ରଙ୍କ କ୍ୟାରିଅରରେ ବଡ଼ ସଫଳତା ମିଳିବ। ଶୁଭରଙ୍ଗ: କ୍ରୀମ୍‌

ବିଛା

ଦିନଟି ଆପଣଙ୍କ ଲାଗି ମହତ୍ବପୂର୍ଣ୍ଣ ରହିବ। ସରକାରୀ କାମରେ କୌଣସି ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ଯେଉଁମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ଲାଭ ପ୍ରାପ୍ତ ହେବ। କୌଣସି ଭଲ ଖବର ମିଳିବାର ସମ୍ଭାବନା। ଶୁଭରଙ୍ଗ: ମେରୁନ

ଧନୁ

କାରବାର ଲାଗି ଆଜି ଦିନଟି ଭଲ। ଭବିଷ୍ୟତକୁ ନେଇ ସାର୍ଥକ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ। ଶୁଭରଙ୍ଗ: ଘିଅରଙ୍ଗ

ମକର

ପ୍ରତ୍ୟେକ କାମରେ ସାବଧାନ ରହିବା ଜରୁରୀ। ଆର୍ଥିକ ପକ୍ଷ ଦୁର୍ବଳ ହେବାରୁ ପରିବାରରେ ଅଶାନ୍ତି ଦେଖାଦେବ। ବ୍ୟାବସସାୟିକ କାମରେ ଜିଲ୍ଲା ବାହାରକୁ ଯିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ ରହିବ। ଶୁଭରଙ୍ଗ: ସବୁଜ

କୁମ୍ଭ

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଲାଗିରହିଥିବା କୌଣସି ସମସ୍ୟାର ସମାଧାନ ହେବ। ଅଫିସରେ ଭଲ ଢ଼ଙ୍ଗରେ କାମ କରିବେ। ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧୂସର

ମୀନ

ଜରୁରୀ କାମ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। କିଛି ଲୋକଙ୍କ ଠାରୁ ଭରପୂର ସମର୍ଥନ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଆପଣଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଉତ୍ତମ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଫିକା ହଳଦିଆ

ପଢନ୍ତୁ: ଶ୍ରାବଣ ମାସରେ ଏହି ଉପାୟ ଦ୍ଵାରା ପ୍ରଭୁ ମହାଦେବଙ୍କୁ କରନ୍ତୁ ସନ୍ତୁଷ୍ଟ

 

Related posts

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

ଜାଣନ୍ତୁ ଆଜିର ଦିନଟି କେମିତି କଟିବ

Ratnamani Moharana

Leave a Comment