HOROSCOPES

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Haro 1024x577

ମେଷ

ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ଅଫିସରେ କାହାରି ସହିତ ତର୍କ ହେବାର ସମ୍ଭାବନା। ଓକିଲଙ୍କ ଲାଗି ଦିନଟି ଭଲ ରହିବ। ବାହାର କାମରେ ଗଲାବେଳ ସାବଧାନତାର ସହ ବାହନ ଚଳାନ୍ତୁ। ଶୁଭରଙ୍ଗ: ଧଳା

ବୃଷ

ଭାବିଥିବା ଯୋଜନା ବଢ଼ିଆ ପ୍ରମାଣିତ ହେବ। ବହୁତ ନୂଆ ରୁଚି ଅନୁଭବ କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ। ପଡ଼ାପଡେ଼ାଶୀ ଆପଣଙ୍କ ବ୍ୟବହାରରେ ଖୁସି ହେବେ। ବିବାହିତ ଲୋକ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: କ୍ରୀମ୍‌

ମିଥୁନ

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। କୌଣସି ସ୍ବାଧୀନ ସ˚ସ୍ଥାରେ ଆପଣଙ୍କୁ ଚାକିରି ମିଳିପାରେ। ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଆର୍ଥିକ ପକ୍ଷ ମଜଭୁତ ହେବାରୁ ପରିବାରରେ ଅଶାନ୍ତି କମ ହେବ। ଶୁଭରଙ୍ଗ: ଧଳା

କର୍କଟ

ଆପଣଙ୍କର କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ଚାକିରି ଲାଗି କରି ଆସୁଥିବା ପ୍ରୟାସରେ ସଫଳତା ମିଳିବ। ବେପାରି ଲୋକ ଅନ୍ୟମାନଙ୍କୁ ନିଜ ରାୟରେ ସହମତ କରାଇନେବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: କ୍ରୀମ୍‌

ସିଂହ

କାମରେ ସକାରାତ୍ମକ ଫଳ ମିଳିବ। ସମାଜରେ ମାନ ସମ୍ମାନ ପାଇବେ। କୌଣସି ନୂଆ ବ୍ୟକ୍ତିଙ୍କୁ ବନ୍ଧୁ ଭାବେ ଗ୍ରହଣ କରିବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଆର୍ଟସ ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଗୋଲାପୀ

କନ୍ୟା

ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ। ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଅଚାନକ ଆପଣଙ୍କୁ ଫାଇଦା ହୋଇପାରେ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ପାରବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ସବୁଜ

ତୁଳା

ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ନିଃସ୍ବାର୍ଥ ସମାଜ ସେବାରୁ ପ୍ରତିଷ୍ଠା ପାଇବେ। ବ୍ୟବସାୟରେ ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଅଚାନକ ଧନଲାଭ ହେବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଶୁଭରଙ୍ଗ: କ୍ରୀମ୍‌

ବିଛା

ଆଜି ଆପଣଙ୍କର କୌଣସି ଜରୁରୀ କାମ ପୂରା ହୋଇପାରେ। କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ। ପ୍ରତଯୋଗୀ ଛାତ୍ରଙ୍କ ଲାଗି ସଫଳତାର ଦିନଟିଏ। ଶୁଭରଙ୍ଗ: ଲାଲ

ଧନୁ

ଛୋଟ ଛୋଟ କଥାରେ ଧୢାନ ଦିଅନ୍ତୁ। କାମ ଧନ୍ଦାରେ ସଫଳତା ମିଳିବ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବଢ଼ିଆ ରହିବ। ଅବିବାହିତ ଲୋକଙ୍କୁ ବିବାହ ପ୍ରସ୍ତାବ ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଧଳା

ମକର

ଆପଣଙ୍କ ଭାବନା ରଚନାତ୍ମକ ରହିବ। କାର୍ଯ୍ୟାଳୟରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଆର୍ଥିକ ପକ୍ଷ ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧ ସୁଧାର ହେବ। ଆପଣଙ୍କୁ ସନ୍ତାନ ସମ୍ବନ୍ଧୀୟ କୌଣସି ଶୁଭ ଖବର ମିଳିବ। ଶୁଭରଙ୍ଗ: ଧଳା

କୁମ୍ଭ

ଆଜି ଆପଣଙ୍କର ବଡ଼ରୁ ବଡ଼ କାମ ହୋଇଯିବ। ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ପରିବାରର ସମସ୍ତଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। କବି ଲୋକ କୌଣସି ନୂଆ କବିତା ରଚନା କରିବେ। ବ୍ୟବସାୟୀଙ୍କୁ ମନ ମୁତାବକ ଲାଭ ମିଳିବ। ଶୁଭରଙ୍ଗ: ଲାଲ

ମୀନ

କୌଣସି ନୂଆ ପରିଯୋଜନା ଲାଗି ଆପଣଙ୍କ ମନରେ କଳ୍ପନା ଆସିବ। ଆଗକୁ ବଢ଼ିବା ଲାଗି ଭାଗ୍ୟ ସାଥ ଦେବ। କୌଣସି ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଉନ୍ନତି ହେବ। ଆଇନ ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଧୂସର

ପଢନ୍ତୁ: ବୁଧବାର ଭୁଲ୍‌ରେ ମଧ୍ୟ କରନ୍ତୁ ନାହିଁ ଏସବୁ କାର୍ଯ୍ୟ, ମାଡ଼ି ଆସିବ ଦୁର୍ଦ୍ଦଶା

Related posts

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

ENO Beuro

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

Leave a Comment