HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

ମେଷ

ଜୀବନର ସଫଳତା ଲାଗି ଦିନଟିଏ। ବ୍ୟର୍ଥ ଚିନ୍ତାରୁ ମୁକ୍ତି ପାଇବେ। କୌଣସି କାମ ପାଇଁ ଯୋଜନା କରିବେ। ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ସମାଧାନ ହୋଇଯିବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା

ବୃଷ

ଆଜି ଆପଣଙ୍କ ଅହଂକାରର କାରଣରୁ ଝଗଡ଼ା ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ଚିନ୍ତା ସହିତ ଆଜିର ଦିନ କଟିବ। ଆକସ୍ମିକ ଧନ ଖର୍ଚ୍ଚ ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଭାଗ ନେବାର ଅବସର ଆସିବ। ଶୁଭରଙ୍ଗ: ସବୁଜ

ମିଥୁନ

ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ପରିବାରରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ଶୁଭରଙ୍ଗ: ଗୋଲାପୀ

କର୍କଟ

ଜରନ୍ନାଥଙ୍କର କୃପାରୁ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ସନ୍ତୋଷର ଅନୁଭବ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ସମାଜରେ ମାନ-ସମ୍ମାନ ମିଳିବ। ଶୁଭରଙ୍ଗ: ଧଳା

ସିଂହ

ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ମାନସିକ ଶାନ୍ତି ଅନୁଭବ କରିବେ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ସନ୍ଧ୍ୟାରେ ପ୍ରିୟବନ୍ଧୁଙ୍କ ସହିତ ହସ ଖୁସିର ସମୟ କଟିବ। ଶୁଭରଙ୍ଗ: କ୍ରୀମ୍‌

କନ୍ୟା

ଦୈନିକ କାର୍ଯ୍ୟ ବିନା କୌଣସି ଅବରୋଧରେ ସମ୍ପୂର୍ଣ୍ଣ ହେବ।ସୁସ୍ୱାଦୁ ଭୋଜନ କରିବେ । ଯୁକ୍ତିତର୍କ ଠାରୁ ଦୂରରେ ରହନ୍ତୁ । ସହକର୍ମିମାନଙ୍କର ସହଯୋଗ ଆପଣଙ୍କ ବ୍ୟବସାୟ କ୍ଷେତ୍ରର କାର୍ଯ୍ୟକୁ ସରଳ ବନାଇବ। ଶୁଭରଙ୍ଗ: ଧଳା

ତୁଳା

ଆପଣଙ୍କ ପ୍ରୟାସ ବଢ଼ିଆ ପ୍ରମାଣିତ ହେବ। ବିଦେଶ ଯିବାର ରାସ୍ତା ଉନ୍ମୁକ୍ତ ହେବ। ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିମାନେ ଶୁଭ ଖବର ପାଇବେ। ଦାଂପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ଧୂସର

ବିଛା

ନୂଆ ଯୋଜନାକୁ ଅମଳରେ ଆଣିବା ପାଇଁ ଶୁଭ ଦିନ ଅଟେ। ଚାକିରିପେଶା ଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କ ତଥା ସରକାରଙ୍କ ତରଫରୁ ପରିଶ୍ରମର ଭଲ ଫଳ ମିଳିବ। ଶୁଭରଙ୍ଗ: ଧଳା

ଧନୁ

କାର୍ଯ୍ୟରେ ସଫଳତା ପାଇବେ। ପରିବାରରେ ଭଲ ବାତାବରଣ ରହିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କଠୁ ସାହାଯ୍ୟ ମିଳିବ। କୌଣସି ଖୁସି ଖବର ମିଳିପାରେ। ଶୁଭରଙ୍ଗ: ଧଳା

ମକର

ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ । ଅହଙ୍କାର ତ୍ୟାଗ କରନ୍ତୁ । ଆଜି ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ସବୁବେଳେ କାମରେ ବ୍ୟସ୍ତ ନରହି ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ ।  ଶୁଭରଙ୍ଗ: ଗୋଲାପୀ

କୁମ୍ଭ

ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ସ˚ଭାବ୍ୟ ସ˚କଟ ଦୂର ହେବ। ଆପଣଙ୍କ ଜୀବନ ଲାଗି କିଛି ଖାସ୍‌ ସୁଯୋଗ ମିଳିପାରେ। ଇ˚ଜିନିୟରଙ୍କ ଲାଗି ଦିନଟି ଠିକ୍‌ ରହିବ। ଭୌତିକ ସୁଖ ସୁବିଧା ପାଇଁ ରୁଚି ବଢ଼ିପାରେ। ଶୁଭରଙ୍ଗ: ଗୋଲାପୀ

ମୀନ

ଆଜି ଆପଣ ନିଜ ବୁଦ୍ଧିକୁ ନିଜେ ଆର୍କଷିତ କରିବେ । ପାରିବାରିକ ସଦସ୍ୟମାନଙ୍କ ସହିତ ମନମାଳିନ୍ୟ ହେବ। କାମରେ ସନ୍ତୋଷର ଭାବନା ଆସିବ। ବିଦ୍ୟାର୍ଥିମାନଙ୍କ ପାଇଁ ବିଦ୍ୟାଭ୍ୟାସରେ ନିର୍ଦ୍ଧାରିତ ସଫଳତା ମିଳିବ ନାହିଁ। ଶୁଭରଙ୍ଗ: ଧଳା

ପଢନ୍ତୁ: ଭଗବାନଙ୍କୁ ଫୁଲ ଅର୍ପଣ ସମୟରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ଆପଣଙ୍କ ଜୀବନ ସୁଖମୟ ହୋଇଯିବ

Related posts

କେଉଁ ରାଶିର ଲୋକଙ୍କୁ ପ୍ରକୃତ ପ୍ରେମ ମିଳିଥାଏ ଜାଣନ୍ତୁ?

ENO Beuro

୧୧ ନଭେମ୍ବର ଶନିବାର , ରାଶିଫଳ

ENO Beuro

୧୮ ନଭେମ୍ବର, ଶନିବାର – ରାଶିଫଳ

ENO Beuro

Leave a Comment