HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Untitled 1

ମେଷ

ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। କୌଣସି ବଡ଼ ଅଧିକାରୀଙ୍କ ସହଯୋଗ ମିଳିପାରେ। ଅଫିସରେ ମାହୋଲ ଠିକ୍‌ଠାକ୍‌ ରହିବ। ନୂଆ ବାହନ କିଣିବା ଲାଗି ମନ ବଳିବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଗୋଲାପୀ

ବୃଷ

ଆଜି ଆପଣଙ୍କର ଆତ୍ମବଳ ଓ ଉତ୍ସାହ ବୃଦ୍ଧି ହେବ। ସମ୍ବନ୍ଧ ଓ କାମ ମଧୢରେ ତାଳମେଳ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଧିକ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ଏମ.ବିଏ. ଛାତ୍ରୀଙ୍କ ପାଇଁ ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା

ମିଥୁନ

ଆଜି ଆପଣ ନୂଆ ଊର୍ଜାର ସହିତ କାମ କରିବେ। କୌଣସି କାନୁନ ମାମଲାରେ ଖାସ୍‌ ଲୋକଙ୍କ ସାହାଯ୍ୟ ମିଳିବ। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଅଚାନକ ଧନଲାଭ ହେବ। ବନ୍ଧୁ ମାନଙ୍କ ସହିତ ଆପଣଙ୍କର ସମୟ ଭଲରେ କଟିବ। ଶୁଭରଙ୍ଗ: ସବୁଜ

କର୍କଟ

କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପରିଚୟରୁ ଫାଇଦା ମିଳିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼ଯନ୍ତ୍ର ରଚିବେ ହେଲେ କିଛି କରି ପାରିବେ ନାହିଁ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା

ସିଂହ

ଆପଣଙ୍କର ମନୋଭାବ ହାସ୍ୟୋଦ୍ଦୀପକ ରହିବ। ବନ୍ଧୁମାନଙ୍କ ସହିତ ସମୟ କଟିବ। ନିତିଦିନିଆ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ବେପାର କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ମ୍ୟାଜଣ୍ତା

କନ୍ୟା

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ପ୍ରତ୍ୟେକ କ୍ଷେତ୍ରରେ ସତ୍ୟର ସାଥ ଦେବେ। କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ। ଲୋକ ଆପଣଙ୍କୁ ସହଯୋଗ କରିବେ। ରାଜନୀତିରେ ଲାଭ ପାଇବେ। ପ୍ରେମ ସାଗରରେ ବୁଡ଼ ପକାଇବେ। ଶୁଭରଙ୍ଗ: ଧଳା

ତୁଳା

ଆତ୍ମବିଶ୍ବାସ ସହିତ କାମ କରନ୍ତୁ, ସଫଳତା ନିଶ୍ଚୟ ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। କାରବାର ବୃଦ୍ଧି ଲାଗି ନୂଆ ସୁଯୋଗ ମିଳିବ। ଓକିଲଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ଶୁଭରଙ୍ଗ: ସବୁଜ

ବିଛା

ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଆପଣଙ୍କର ସକାରାତ୍ମକ ଭାବନାରେ ଲୋକେ ପ୍ରଭାବିତ ହେବେ। କୌଣସି ଜରୁରୀ କାମରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଲାଲ

ଧନୁ

ଦିନଟି ଆପଣଙ୍କ ଲାଗି ଦୁଃଖ ଓ ସୁଖ ମିଶ୍ରିତ ହୋଇ ରହିବ। ମନ୍ଦିର ସଫାସୁତୁରାରେ ଆପଣଙ୍କର ସହଯୋଗ ଦିଅନ୍ତୁ। ଆପଣଙ୍କୁ କୌଣସି କାମ ପାଇଁ କୋର୍ଟକୁ ଯିବାକୁ ପଡ଼ିପାରେ। ଅଫିସରେ କୌଣସି କାମର ଟିକେ ଅବରୋଧ ଆସିପାରେ। ଶୁଭରଙ୍ଗ: ଧଳା

ମକର

ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ। ପ୍ରତ୍ୟେକ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଚାକିରି ତଲାସରେ ଥିବା ଯୁବକଙ୍କୁ ଭଲ ଚାକିରି ମିଳିବ। ବୈବାହିକ ଜୀବନ ଭଲ ରହିବ। ଶୁଭରଙ୍ଗ: ଗୋଲାପୀ

କୁମ୍ଭ

ନିଜର ଖାସ୍‌ କାମକୁ ପ୍ରଥମେ ଶେଷ କରିବାକୁ ଚେଷ୍ଟା କରିବେ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ସ୍ବାସ୍ଥ୍ୟରେ ଧୢାନ ରଖିବା ଦରକାର। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ଶୁଭରଙ୍ଗ: ଧଳା

ମୀନ

ମନରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। ଅଧିକାରୀଙ୍କ ସହିତ ଖାସ୍‌ ବିଷୟ ଉପରେ କଥାବାର୍ତ୍ତା ହେବେ। ରାଜନୀତି କ୍ଷେତ୍ରରେ ଯେଉଁମାନେ ସକ୍ରିୟ ଅଛନ୍ତି ସେମାନଙ୍କୁ ଲାଭ ପ୍ରାପ୍ତ ହେବ। ଶୁଭରଙ୍ଗ: କ୍ରୀମ୍‌

ପଢନ୍ତୁ: ଏପରି କରନ୍ତୁ ବୁନ୍ଦି ଲଡ଼ୁର ବ୍ୟବହାର ମିଳିଥାଏ ଅନେକ ସମସ୍ୟାରୁ ମୁକ୍ତି

Related posts

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment