HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Horoscope

ମେଷ

ଆଜିର ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ବନ୍ଧୁ ସହଯୋଗ ପାଇବା କଷ୍ଟସାଧ୍ୟ ହୋଇପାରେ । ମନୋବଳ ଦୃଢ ରହିବ । ସେବା ଭାବନା ମନରେ ଜାଗ୍ରତ ହୋଇପାରେ । ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି । ଶୁଭରଙ୍ଗ: ସବୁଜ

ବୃଷ

ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ; ଲାଭ ହେବ। କ˚ପାନି ତରଫରୁ ବିଦେଶ ଯାଇପାରନ୍ତି। କାରବାର ସମ୍ବନ୍ଧରେ ବଡ଼ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା

ମିଥୁନ

ଋଣ ଦିଅନ୍ତୁ ନାହିଁ। ଯାନବାହନ କିଣିବାର ଯୋଗ ରହିଛି। ମାନ-ସମ୍ମାନ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ରଚନାତ୍ମକ କ୍ଷମତାର ଉତ୍ତମ ଉପଯୋଗ କରି ପାରିବେ। ସନ୍ତାନମାନଙ୍କର ପ୍ରଗତି ହେବ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ରୋମାଞ୍ଚକ ରହିବେ। ଶୁଭରଙ୍ଗ: ସବୁଜ

କର୍କଟ

ଦିନଟି ଆପଣଙ୍କ ଲାଗି ଖାସ୍‌ ରହିବ। କୌଣସି ସ˚ପର୍କୀୟଙ୍କ ସହିତ ଆଲୋଚନା ଦ୍ବାରା କାମ ମିଳିପାରେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ସନ୍ଧ୍ୟାରେ ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଶୁଭରଙ୍ଗ: ଲାଲ

ସିଂହ

ଦିନଟି ଠିକ୍‌ଠାକ୍‌ ରହିବ। ବିଭିନ୍ନ ଦିଗରୁ ଧନ ପ୍ରାପ୍ତ ହେବାର ସୁଯୋଗ ସୃଷ୍ଟି ହୋଇଛି । ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଶୁଭ ସମୟ ଅଟେ। ହାତକୁ ନେଇଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପୂର୍ଣ୍ଣ ହେବ। ଛୋଟ ଯାତ୍ରା କରିପାରନ୍ତି। ଶୁଭରଙ୍ଗ: ମେରୁନ

କନ୍ୟା

ଆପଣଙ୍କ ଜୀବନ ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ଭଲ ରହିବ। ବିଦେଶକୁ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଅସୁସ୍ଥ ଅନୁଭବ କରିବେ। ଘରକୁ ଅତିଥି ଆସିପାରନ୍ତି। ନୂଆ ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ଧଳା

ତୁଳା

ଆପଣଙ୍କ ମନୋଭାବ ଭଲ ରହିବ। ନୂଆ ବ୍ୟବସାୟରେ ଅର୍ଥ ନିବେଶ କରନ୍ତୁ, ଭବିଷ୍ୟତରେ ଲାଭ ମିଳିବ। ଆପଣଙ୍କର କୌଣସି ଦୂର ସ˚ପର୍କୀୟଙ୍କ ସହିତ ସାକ୍ଷାତ ଆଲୋଚନା ହେବାରୁ ମନ ଖୁସି ହୋଇଯିବ। ଶୁଭରଙ୍ଗ: ନୀଳ

ବିଛା

ଆମୋଦ-ପ୍ରମୋଦ ପ୍ରତି ଆକର୍ଷିତ ହୋଇପାରନ୍ତି । କଠିନ କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ଶୁଭରଙ୍ଗ: ଧୂସର

ଧନୁ

ଏହି ରାଶିର ଅଧିପତି ଗ୍ରହ ମଙ୍ଗଳ । ଏହି ରାଶିର ମହିଳା ଓ ପୁରୁଷମାନେ ଜକୃତ ରୋଗ, ପେଟ ରୋଗ ଓ କଫରୋଗର ଶିକ୍ଷାର ହୋଇଥାନ୍ତି । ଲାଲ, ଗୋଲାପି ଏବଂ କଳା ରଙ୍ଗର ପୋଷାକ ପିନ୍ଧିବା ଭଲ । ପାଚିଲା ଆମ୍ବ, ଧନିଆପତ୍ର ଏହି ରାଶିଧାରୀ ବ୍ୟକ୍ତିଙ୍କ ପାଇଁ ଅଧିକ ସ୍ୱାସ୍ଥ୍ୟପଯୋଗୀ । ଶୁଭରଙ୍ଗ: ଲାଲ

ମକର

ନୂଆ ରୋଜଗାରର ପନ୍ଥା ପ୍ରସ୍ତୁତ କରିପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳିବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଧଳା

କୁମ୍ଭ

ପୂଜାପାଠରେ ସମୟ ବିତିବ। ଦୀର୍ଘ ଦିନର ଚିନ୍ତା ଦୂର ହେବ। ଆପଣଙ୍କର ଆଗ୍ରହ ନୂଆ କାମ ଆଡ଼କୁ ରହିବ। କାରବାରରେ ସଫଳତା ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଫିକା ହଳଦିଆ

ମୀନ

ଏହି ରାଶିର ସ୍ୱାମୀ ହେଉଛନ୍ତି ବୃହସ୍ପତି । ଏହି ରାଶିର ବ୍ୟକ୍ତି ହଳଦିଆ ବା ସୁନେଲୀ ରଙ୍ଗର ପୋଷାକ ପିନ୍ଧିବା, ଘର ସଜେଇବା ଭଲ ।  କିଛି ନହେଲେ ହଳଦିଆ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ । ଫଳ, କ୍ଷୀର, ଘୃହ, ଲହୁଣି ଏମାନଙ୍କ ପାଇଁ ଉପଯୁକ୍ତ ଖାଦ୍ୟ । ଶୁଭରଙ୍ଗ: ଧୂସର

ପଢନ୍ତୁ: ଜାଣନ୍ତୁ ଭାଦ୍ରବ ମାସର ବିଶେଷତ୍ବ ଏବଂ ଏହା ସହିତ ଜଡିତ କିଛି ତଥ୍ୟ

Related posts

ଜାଣନ୍ତୁ ଆଜିର ଦିନଟି କେମିତି କଟିବ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ସେପ୍ଟେମ୍ବର ୯ତାରିଖ କନ୍ୟା ରାଶିରେ ପ୍ରବେଶ କରିବେ ଶୁକ୍ର : ଜାଣନ୍ତୁ ସମସ୍ତ ରାଶିର ଶୁଭ-ଅଶୁଭ ପ୍ରଭାବ

Ratnamani Moharana

Leave a Comment