HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Horoscope

ମେଷ

ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। ମହିଳା ବନ୍ଧୁଙ୍କ ମାଧୢମରେ ଆପଣଙ୍କ କାମ ପୂରା ହେବ। ମାନସିକ ରୂପରେ ଶାନ୍ତି ମିଳିବ। ଶୁଭରଙ୍ଗ: ଧୂସର

ବୃଷ

ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ଲାଭ ପାଇବାର ସୁଯୋଗ ମିଳିବ।  ଆଲୋଚନା ମାଧ୍ୟମରେ ଉପକୃତ ହେବା ଆଶା କରାଯାଏ । ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ଶୁଭରଙ୍ଗ: କଫି ରଙ୍ଗ

ମିଥୁନ

ଆଜିର ଦିନ ଆପଣଙ୍କ ପାଇଁ ଖୁସି ଏବଂ ଶାନ୍ତି ଆଣିଦେବ । ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି। ରାଜନୀତି କାମରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା

କର୍କଟ

ମାନସିକ ସ୍ତରରେ ଉତ୍ସାହିତ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଯଦି ଆପଣ କୌଣସି ଚ଼ାକିରୀ କିମ୍ବା ଛାତ୍ରବୃତ୍ତି ପାଇଁ ଆବେଦନ କରୁଛନ୍ତି ତାହେଲେ ସତର୍କ ରୁହନ୍ତୁ ।   ମାନ-ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭରଙ୍ଗ: ବାଦାମୀ

ସିଂହ

ପଦ-ମର୍ଯ୍ୟାଦାକୁ ଜଗି ଚଳିବାକୁ ପଡିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ ସମ୍ବାଦ ପାଇ ଖୁସି ହେବେ । ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ ।ବ୍ୟବସାୟରେ କିଛି ନୂଆ କରିବା ପାଇଁ ସମୟ ଶୁଭ ରହିବ। ଶୁଭରଙ୍ଗ: ଧଳା

କନ୍ୟା

ଦିନଟି ଭଲରେ କଟିବ। ଧନପ୍ରାପ୍ତି ଯୋଗ ରହିଛି। ଚାକିରିରେ ପରିବର୍ତ୍ତନ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଚାକିରି ପାଇଁ ପ୍ରୟାସ କରି ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ସବୁଜ

ତୁଳା

ପରିବାର ଲୋକଙ୍କ ସାଙ୍ଗରେ କେଉଁଠି ବୁଲିବାକୁ ଗଲେ ଆପଣଙ୍କ ସମ୍ପର୍କ ଆହୁରି ଘନିଷ୍ଠ ହେବ । ମନେରଖନ୍ତୁ ନିଜକୁ ସ୍ଫୁର୍ତ୍ତି ରଖିବାକୁ ହେଲେ ପରିବାର ଲୋକଙ୍କ ସାଙ୍ଗରେ ସମୟ କଟାନ୍ତୁ । ସର୍ବମୌଖ୍ୟ ଆଶା କରାଯାଏ । ନିର୍ଭୀକ ହେବେ । ଶୁଭରଙ୍ଗ: ଆକାଶୀ ନୀଳ

ବିଛା

ଆଜି ଆପଣଙ୍କର ବହୁତ ଦିନ ଧରି ଅଟକି ଥିବା କାମ ପୂରାହେବ । କେହି ଜଣେ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଯିଏକି ଏପର୍ଯ୍ୟନ୍ତ ଆପଣଙ୍କ ପାଇଁ ବାଧା ହୋଇ ରହିଥିଲା ସେ ଏବେ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ । ଶୁଭରଙ୍ଗ: ଧଳା

ଧନୁ

ଅଫିସ୍‌ରେ କୌଣସି ନୂଆ କାମର ଦାୟିତ୍ୱ ନେଇପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ। ଦେବୀମାତାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ମନର ଇଚ୍ଛା ପୂରା ହେବ। ଉନ୍ନତି ପାଇଁ ଅଲଗା ଅଲଗା ରାସ୍ତା ସାମନାକୁ ଆସିବ। ଶୁଭରଙ୍ଗ: ଘିଅ ରଙ୍ଗ

ମକର

ମନରେ ଅଶା- ଆଶଙ୍କା ଉପୁଜି ପାରେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଜ୍ଞାନ କୌଶଳ ଲାଭ କରିପାରନ୍ତି । ମୂଲୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଶୁଭରଙ୍ଗ: ଗୋଲାପି

କୁମ୍ଭ

ଆଜି ଆପଣଙ୍କ ରୁଟିନରେ ପରିବର୍ତ୍ତନ କରିପାରନ୍ତି। ଠିକ ଦିଶାରେ କାମ କରି ଅଧିକ ସମସ୍ୟାର ସମାଧାନ କରିନେବେ। ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ପାଇବେ। ଛାତ୍ରଙ୍କର ଅଧୢୟନରେ ମନ ଲାଗିବ। ଶୁଭରଙ୍ଗ: ଧଳା।

ମୀନ

ଆଜି ଆପଣ ଆଉ କାହାର ଖରାପ ବ୍ୟବହାରରେ ଦୁଃଖି ଅଟନ୍ତି । ଆପଣ ପୁରା ଚ଼େଷ୍ଟା କରନ୍ତୁ , କୌଣସି ବେକାର କାର୍ଯ୍ୟ ନକରି ନିଜ ଉପରେ ଥିବା ଦାୟିତ୍ୱକୁ କାର୍ଯ୍ୟରେ ପରିଣତ କରନ୍ତୁ । ଆୟଠୁ ବ୍ୟୟ ବଳି ଯିବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଶୁଭରଙ୍ଗ: ଧଳା

ପଢନ୍ତୁ: ମନସ୍କାମନା ପୂରଣ ପାଇଁ ଜନ୍ମାଷ୍ଟମୀରେ ଏପରି କରନ୍ତୁ ପୂଜା

Related posts

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment