HOROSCOPES

ଜାଣନ୍ତୁ ଆଜିର ଦିନଟି କେମିତି କଟିବ

Untitled Rasiphala

ମେଷ

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କାର୍ଯ୍ୟକ୍ଷେତ୍ରରେ ତଳିଆ କର୍ମଚାରୀଙ୍କ ସହଯୋଗ ପାଇବେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପରିବାର ଲୋକଙ୍କର ଆପଣଙ୍କ ଠାରୁ କିଛି ଆଶା ରହିବ। ଶୁଭରଙ୍ଗ: ଧଳା

ବୃଷ

ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। ଆଇନକାନୁନ ମାମଲା ସମାଧାନ ହୋଇପାରେ। ଯୁବକଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିବ। ଆପଣଙ୍କ ଦାଂପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ। ସୁଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ମେରୁନ

ମିଥୁନ

ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆଜି ଆପଣଙ୍କୁ କିଛି ମୁସ୍କିଲର ସାମନା କରିବାକୁ ପଡ଼ିପାରେ। ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଆପଣଙ୍କର ପାରିବାରିକ ଦାୟିତ୍ବ ବଢ଼ିପାରେ। ଶୁଭରଙ୍ଗ: ସବୁଜ

କର୍କଟ

ଦିନଟି ଖୁସି ଭରା ରହିବ। ହୋଟେଲ ପରିଚାଳନା କରୁଥିବା ବ୍ୟକ୍ତି ବିଶେଷଙ୍କୁ ଧନଲାଭ ହେବ। ଫିଲ୍ମ କଳାକାରଙ୍କୁ ବଢ଼ିଆ ପ୍ରସ୍ତାବ ମିଳିପାରେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ପ୍ରେମ ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧୂସର

ସିଂହ

କ୍ୟାରିଅରରେ ଆପଣଙ୍କର ବଢ଼ିଆ ସୁନିଶ୍ଚିତ ହେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। କୌଣସି ମିତ୍ରଙ୍କ ସହିତ ଲାଗି ରହିଥିବା ତିକ୍ତତା ଶେଷ ହେବ। ଆପଣ ନିଜର ସ୍ବାସ୍ଥ୍ୟରେ ଧୢାନ ରଖିବା ଦରକାର। ଶୁଭରଙ୍ଗ: ଧଳା

କନ୍ୟା

ପିତାମାତାଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। କାରବାରରେ କୌଣସି ଜରୁରୀ କାମ ପୂରା ହେବ। ବାଣିଜ୍ୟ ଛାତ୍ରଙ୍କୁ ମନ ମୁତବାକ କାର୍ଯ୍ୟ ମିଳିବ। ଚକ୍ଷୁରେ ଲାଗି ରହିଥିବା ପୀଡ଼ାର ଉପଶମ ହେବ। ଶୁଭରଙ୍ଗ: ସବୁଜ

ତୁଳା

ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। ଆପଣ ଭାବୁଥିବା କାର୍ଯ୍ୟର ଗତି ମଜଭୁତ ହେବ। ଯେଉଁ ଛାତ୍ରମାନେ ପାର୍ଟ-ଟାଇମ୍ ଚାକିରି କରିବା ଲାଗି ଭାବୁଛନ୍ତି, ସେମାନଙ୍କୁ ଭଲ ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ସବୁଜ

ବିଛା

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କ୍ୟାରିଅରରେ ଆଗକୁ ବଢ଼ିବା ପାଇଁ ନଜର ଆସିବ। ପ୍ରସାଧନ ଦୋକାନୀଙ୍କର ବିକ୍ରି ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଦାଂପତ୍ୟ ଜୀବନ ପ୍ରେମ ପୂର୍ବକ ବିତିବ। ଶୁଭରଙ୍ଗ: ଧଳା

ଧନୁ

ସମୟ ଅନୁକୂଳ। ସ୍ଥିତି ଆପଣଙ୍କ ଅନୁସାରେ ବଦଳିଯିବ। ସ୍ଥଗିତ ଥିବା ସରକାରୀ କାମ ପୂରା ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ଲୋକଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇବାର ସୁଯୋଗ ମିଳିବ। ଶୁଭରଙ୍ଗ: କ୍ରୀମ୍‌

ମକର

ଆପଣଙ୍କ ମନ ଖୁସି ରହିବ। ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣିନେବେ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ଶୁଭ ରହିବ। ଆପଣଙ୍କର କୌଣସି କାମ ଲାଗି ସମ୍ମାନିତ ହେବେ। ଜୀବନସାଥୀଙ୍କ ଠାରୁ ସୁଖ ପାଇବେ। ଶୁଭରଙ୍ଗ: ଧଳା

କୁମ୍ଭ

ଆଜି ଆପଣଙ୍କର ଧୢାନ ପୂଜାପାଠରେ ଲଗାଇବେ। ଅଫିସରେ ଅଧିକାରୀଙ୍କୁ ଇଆଡ଼ୁ ସିଆଡ଼ୁ କିଛି କୁହନ୍ତୁ ନାହିଁ। ବିଦେଶ ଯିବା ପାଇଁ ଯୋଜନା କରିବେ। କୌଣସି କଥାକୁ ନେଇ ଅଶାନ୍ତିରେ ଥିଲେ, ସାଥୀଙ୍କୁ ଜଣାନ୍ତୁ ମନ ହାଲୁକା ହେବ। ଶୁଭରଙ୍ଗ: ବାଦାମୀ

ମୀନ

ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣ ପ୍ରତ୍ୟେକ କ୍ଷେତ୍ରରେ ସତ୍ୟର ସାଥ ଦେବେ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ଆହୁରି ବଢ଼ିଆ ହେବ। ମିତ୍ରଙ୍କ ସହିତ ମନୋରମ ସ୍ଥାନକୁ ଭ୍ରମଣରେ ଯିବେ। ଶୁଭରଙ୍ଗ: ଧଳା

ପଢନ୍ତୁ: ଶୁଭଫଳ ପ୍ରାପ୍ତି ପାଇଁ ଗୃହରେ ରଖନ୍ତୁ ମାଟିପାତ୍ର, ଆପଣଙ୍କ ଭାଗ୍ୟକୁ ବଦଳାଇଦେବ

Related posts

ଜାଣନ୍ତୁ ଆଜିର ଦିନଟି କେମିତି କଟିବ

Ratnamani Moharana

୧ ନଭେମ୍ବର , ବୁଧୁବାର – ଯାଣନ୍ତୁ କ’ଣ ରହିଛି ଆଜିର ରାଶିଫଳ

ENO Beuro

କେମିତି କଟିବ ଆଜିର ଦିନ, ଆସନ୍ତୁ ଜାଣିବା

ENO Beuro

Leave a Comment