HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Untitled Rasiphala

ମେଷ

ପରିବାରର କାମ ପୂରା କରିବାରେ ପରିବାର ଲୋକଙ୍କ ସହଯୋଗ ମିଳିବ। ବ୍ୟବସାୟ‌େର ବୃଦ୍ଧି ଲାଗି ଉପାୟ ଫଳପ୍ରଦ ହେବ। କୌଣସି ସମାରୋହରେ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଧଳା

ବୃଷ

କମ୍‌ କଥା କହିଲେ ଲୋକଙ୍କ ନଜରକୁ ଆସିବେ। ଆପଣଙ୍କର କୌଣସି ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ମିଳିବ। ଆପଣଙ୍କ ମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଲାଭ ହେବ। ଶୁଭରଙ୍ଗ: ଧଳା

ମିଥୁନ

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ନିଜର ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରିବେ। ବଜାରରେ ଅଟକିଥିବା ପଇସା ପାଇବେ। ପରିବାର ଲୋକଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ଶୁଭରଙ୍ଗ: ସବୁଜ

କର୍କଟ

ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ଚେଷ୍ଟା କଲେ, କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ ହୋଇଯିବ। ଫେସନ ଡିଜାଇନିଙ୍ଗ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯାତ୍ରା କରିପାରନ୍ତି। କୋର୍ଟ କଚେରି ମାମଲାରେ ଖର୍ଚ୍ଚ ବଢ଼ିପାରେ। ଶୁଭରଙ୍ଗ: ନୀଳ

ସିଂହ

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ସ୍ଥଗିତ ଥିବା କାମ ସହଜରେ ପୂରା ହେବ। ଆପଣଙ୍କ କାମରେ କର୍ତ୍ତା ଖୁସି ହେବେ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଶୁଭରଙ୍ଗ: ଧଳା

କନ୍ୟା

ଆଜି ଆପଣଙ୍କୁ ଭାଗ୍ୟ ବହୁତ କିଛି ଦେବ। ଯେଉଁ କାମ କାମକୁ ପୂରା କରିବାକୁ ଚାହିଁବେ, ସହଜରେ ପୂରା ହୋଇଯିବ। ଅଧିକାରୀବର୍ଗ ଆପଣଙ୍କ କାମରେ ପ୍ରସନ୍ନ ହେବେ। ଆର୍ଥିକ ସ୍ଥିତି ବଢ଼ିଆ ରହିବ। ମହିଳାମାନେ ଜୀବନରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଲାଲ

ତୁଳା

ଆପଣଙ୍କର ମଧୁର ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରିନେବେ। ଶାସନରେ ଥିବା ଲୋକଙ୍କ ସହିତ ସହିତ ସ˚ପର୍କ ବଢ଼ିବ। ବ୍ୟବସାୟରେ ଅଚାନକ ଧନଲାଭର ସୁଯୋଗ ମିଳିବ। ଆପଣଙ୍କର ଦାଂପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା

ବିଛା

ସାଥୀ ସହିତ ହସଖୁସିରେ ସମୟ କଟିବ। ବ୍ୟାଙ୍କରେ ଅର୍ଥ ନେଣେଦେଣ ସାବଧାନତା ସହକାରେ କରିବା ଦରକାର। ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରସ୍ତୁତ ରହନ୍ତୁ। ପୂରା ହେବାକୁ ଯାଉଥିବା କୌଣସି କାମରେ ଅବରୋଧ ହୋଇପାରେ। ଶୁଭରଙ୍ଗ: ଲାଲ

ଧନୁ

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଯାହା ବି ଫଇସଲା କରନ୍ତୁ ଲାଭପ୍ରଦ ରହିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। କୌଣସି ନୂଆ ବ୍ୟକ୍ତିଙ୍କୁ ବନ୍ଧୁଭାବେ ଗ୍ରହଣ କରିବେ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ। ଶୁଭରଙ୍ଗ: ଧଳା

ମକର

ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ନୂଆ ପ୍ରସ୍ତାବ ଓ ପ୍ରକଳ୍ପ ମିଳିପାରେ। ଧର୍ମସ˚ସ୍ଥାକୁ ଦାନ ଦେଇପାରନ୍ତି। କୋର୍ଟ କଚେରି ମାମଲାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ପରିବାର ଲୋକଙ୍କ ସହିତ ଆନନ୍ଦର ମୁହୂର୍ତ୍ତ ବିତେଇବେ। ଶୁଭରଙ୍ଗ: ଗୋଲାପୀ

କୁମ୍ଭ

ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ନୂଆ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଶୁଭରଙ୍ଗ: ମେରୁନ

ମୀନ

ଆପଣଙ୍କର ସମୟ ପରିବାର ଲୋକଙ୍କ ସହିତ ବିତିବ। ବେପାରରେ ଅଚାନକ ଧନଲାଭର ସୁଯୋଗ ମିଳିବ। ଅଫିସରେ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ। ଆଜି କୌଣସି ଉପନ୍ୟାସ ପଢ଼ିବାରେ ମନ ବଳାଇପାରନ୍ତି। ଶୁଭରଙ୍ଗ: ଧୂସର

ପଢନ୍ତୁ: ଜିଓର ନୂଆ ଅଫର, ପ୍ରତିମାସ ୩୫ ଟଙ୍କା ରିଚାର୍ଜରୁ ମିଳିବ ମୁକ୍ତି

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

Leave a Comment